ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଚଳିତ ବର୍ଷ ଓଡିଶାରେ ସ୍ୱାଭାବିକ ବର୍ଷା, ୨ରୁ ୩ ଦିନରେ କେରଳ ଛୁଇଁବ ମୌସୁମୀ

ଚଳିତ ବର୍ଷ ଓଡିଶାରେ ସ୍ୱାଭାବିକ ବର୍ଷା, ୨ରୁ ୩ ଦିନରେ କେରଳ ଛୁଇଁବ ମୌସୁମୀ

୨ରୁ ୩ ଦିନରେ କେରଳ ଛୁଇଁବ ମୌସୁମୀ ବାୟୁ । ତେବେ ମୌସୁମୀ ବାୟୁ ସମ୍ପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମୌସୁମୀ ବାୟୁ ବଙ୍ଗୋପସାଗର, ଆଣ୍ଡାମାନ ସାଗରରେ ପହଞ୍ଚିସାରିଛି ।

ତେବେ ଆଗାମୀ ୨ରୁ ୩ ଦିନ ଭିତରେ କେରଳ ଛୁଇୁଁପାରେ ମୌସୁମୀ ବାୟୁ । ମୌସୁମୀ ବାୟୁ ସ୍ଥଳଭାଗ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ବର୍ଷା ହେଲେ ମୌସୁମୀ ଛୁଇଁବା ନେଇ ବିଧିବଦ୍ଧ ଘୋଷଣା କରାଯିବ ।

ସେହିପରି ଚାଷୀଙ୍କ ପାଇଁ ଖୁସି ଖବର ରହିଛି । ଚଳିତ ବର୍ଷ ଓଡିଶାରେ ସ୍ୱାଭାବିକ ବର୍ଷା ହେବ । ଏହାସହିତ ରାଜ୍ୟରେ ଏବେ ଅସହ୍ୟ ହେଉଛି ଗୁଳୁଗୁଳି । ତାପମାତ୍ରା ଏବେ ୨ରୁ ୩ ଡିଗ୍ରୀ ବୃଦ୍ଧି ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ମଧ୍ୟ ରହିଛି ।

Related posts

ସତୁରି ହଜାରରେ ବିକ୍ରି ହେଲା ପ୍ରେମିକା

Odisha Halchal

ଆମେରିକାରେ ଚିହ୍ନଟ ହେଲେ “ମଙ୍କିପକ୍ସ” ସଂକ୍ରମିତ

Odisha Halchal

କାଶୀପୁର ଝାଡାବାନ୍ତି ପ୍ରସଙ୍ଗ : ମନ୍ତ୍ରୀଙ୍କ ଉତ୍ତରକୁ ଦୁର୍ଭାଗ୍ୟଜନକ କହିଲେ ନରସିଂହ ମିଶ୍ର

Odisha Halchal

Leave a Comment