ଅପରାଧଓଡ଼ିଶା ଖବରନ୍ୟୁଜ୍

ସତୁରି ହଜାରରେ ବିକ୍ରି ହେଲା ପ୍ରେମିକା

ସତୁରି ହଜାରରେ ବିକ୍ରି ହେଲା ପ୍ରେମିକା

ନବରଙ୍ଗପୁର ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏଠାରେ ସାକ୍ଷାରତା ହାର ବହୁତ କମ l ଯାହାର ସୁଯୋଗ ନେଇ ଆଦିବାସୀ ନିରୀହ ଯୁବତୀ ଙ୍କୁ ପ୍ରେମ ଜାଲ ରେ ଫସାଇ ବାହାରେ ନେଇ ବିକ୍ରି କରା ଯିବାର ଇଏ ହେଉଛି ଦ୍ଵିତୀୟ ଘଟଣା l ଦୁଇ ଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲା ର ଜନୈକ ଯୁବତୀ ଙ୍କୁ ରାୟଗଡା ଜିଲ୍ଲା ରେ ବିକ୍ରି କରିଥିବା ଅଭିଯୋଗ ଆସିବା ପରେ ଆଜି ହେଉଛି ତାର ଅନ୍ୟ ଏକ ପୁନରାବୃତ୍ତି l ପାପଡାହାଣ୍ଡି ଥାନା ଅନ୍ତର୍ଗତ ପ୍ରଧାନୀ ଗୁଡା ଗାଁ ର ମମତା ହରିଜନ ବୟସ 23 ପୋଲିସ ପାଖରେ ଦାୟର କରିଛନ୍ତି ଏକ ସଂଗୀନ ଅଭିଯୋଗ l

ଘଟଣା ଅନୁସାରେ, କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ଥାନା ଅଂଚଳ ର ଜଣେ ଯୁବକ ଯାହାର ନାମ ହେଉଛି ଅମିତ ତାଣ୍ଡି ଉକ୍ତ ଯୁବତୀ ଙ୍କ ଗାଁ କୁ ଆସିଥିଲା ଫୋନ ନୋ ନେଲା ଆଉ ଫେସବୁକ ରେ ସାଙ୍ଗ ମଧ୍ୟ ହେଲା l ଦୀର୍ଘ ଏକ ମାସ କଥା ହେବା ପରେ ଆରମ୍ଭ କରିଥିଲା ଅଭଦ୍ରାମି l 30/3/22 ଦିନ ହଠାତ ଅମିତ ନିଜର ଏକ ସାଙ୍ଗ ସହିତ ପହଞ୍ଚି ଥିଲା ମମତା ଙ୍କ ଗାଁ ରେ l ଆଉ ଜୋର ଜବରଦସ୍ତ ଉଠେଇଆଣିଲା ପ୍ରଧାନୀଗୁଡା ଠାରୁ ଧର୍ମଗଡ଼ କୁ l ସେଠାକୁ ନେଇ ଲଜ ରେ ମାମୁ ଝିଅ ଭଉଣୀ ବୋଲି ପରିଚୟ ଦେଇ ରଖିଲା ଏବଂ ଦୁଷ୍କର୍ମ କଲା l ପରେ ଧରମ ଗଡ଼ ରୁ ଖଡ଼ିଆଳ ରୋଡ, ରାୟପୁର, ନାଗପୁର, ନୟଡା ଆଉ ଶେଷ ରେ ଗୁଜୁରାଟ ର ଗୋଟେ ଜାଗା ରେ ନେଇ ରଖିଲା ଏବଂ ଅନିଚ୍ଛା ସତ୍ୱେ ମଧ୍ୟ ଯୁବତୀ ଙ୍କୁ ମାଡ଼ ମାରିବା ସହ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲା l ଏପରିକି ଯୁବତୀ ଙ୍କ ମୋବାଇଲ କୁ ନିଜ ପାଖରେ ରଖି ପରିବାର ଲୋକଙ୍କ ସହ କଥା ହେବାକୁ ମଧ୍ୟ ମନା କରୁଥିଲା l ଝିଅ ନିଖୋଜ ହେବା ଘଟଣା ଜାଣିବା ପରେ ପରିବାର ବର୍ଗ 2/04/22 ରେ ପାପଡାହାଣ୍ଡି ଥାନା ରେ ଏକ ଏତଲା ଦେଇଥିଲେ l ଗୁଜୁରାଟ ରେ ଭୂମି ଦିଦି ନାମକ ଜଣେ ମହିଳା ଙ୍କ ଘରେ ନେଇ ଯୁବତୀ ଙ୍କୁ ରଖିଲା ପରେ ଜନୈକ ପୁରୁଷ କୁ ସେଇ ମହିଳା ଙ୍କ ଘରକୁ ଡାକିଥିଲେ ଯାହାର ନାମ ଥିଲା ଲାଲା l ସେଇ ଲାଲା ପାଖରେ 70 ହଜାର ଟଙ୍କା ରେ ଯୁବତୀ ଙ୍କୁ ବିକ୍ରି କରି କଳାହାଣ୍ଡି ଚାଲି ଆସିଥିଲା ପ୍ରେମିକ l

ଲାଲା ଯୁବତୀ ଙ୍କୁ ନେଇ ଘରେ ରଖିବା ସହ ଘର କାମ କରାଇବା ସହ ମାଡ଼ ମାରିବା ଓ ପ୍ରତିଦିନ ଦୁଷ୍କର୍ମ କରି ଚାଲିଲା l ହଠାତ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ଠାରୁ ଦୁଇ ଜଣ ମହିଳା ଗଲେ ଗୁଜୁରାଟ ଓ ଭୂମିଦିଦି ସହ କଥା ହୋଇ 70 ହଜାର ଫେରାଇ ଯୁବତୀ ଙ୍କୁ କାଦମ୍ବିନୀ ତ୍ରିପାଠୀ ଙ୍କ ସହ କଥା କରାଇ ସାଙ୍ଗରେ ଆସିଲେ ଗୋଲକୁଣ୍ଡା କୁ 14/5/22 ଦିନ ଆଉ ସନ୍ଧ୍ୟା ରେ ପାପଡାହାଣ୍ଡି ପୋଲିସ କୁ ହସ୍ତାନ୍ତର କରିଥିଲେ l ଆସିବା ପରେ ମାନସିକ ଓ ଶାରୀରିକ ଅସୁସ୍ଥତା କାରଣ ରୁ ଗତ କାଲି ଥାନା ରେ ପୁଣି ଏକ ଏତଲା ଦେଲେ ସମ୍ପୃକ୍ତ ଯୁବତୀ l ଯୁବତୀ ଙ୍କୁ ନର ପିଶାଚ କବଳରୁ ମୁକ୍ତ କରିବା ଘଟଣା ଟି ମା ଘର ଅଧକ୍ଷା ଶ୍ରୀମତୀ କାଦମ୍ବିନୀ ତ୍ରିପାଠୀ ଙ୍କ ସହଯୋଗ ରେ ହୋଇଥିଲା l ଯାହାକୁ ନେଇ ମା ଘର, ନବରଙ୍ଗପୁର ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରା ଯାଇ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରା ଯାଇଛି l

Related posts

ସିକୁଆଁ ରେ ନାମଯଜ୍ଞ ପାଇଁ ଶୁଭ ସ୍ଥଂଭ ସ୍ଥାପନ

Odisha Halchal

ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଏତଲା

Odisha Halchal

କୁକୁର ଆକ୍ରମଣରେ ଚାଲିଗଲା ହରିଣର ଜୀବନ

Odisha Halchal

Leave a Comment