ଓଡ଼ିଶା ଖବରନ୍ୟୁଜ୍

ଅନିୟମିତତା ଓ ଦୁର୍ନୀତି ବିରୋଧରେ କଣ୍ଟାମାଳ ବ୍ଲକ ଘେରାଓ ପାଇଁ ସଜବାଜ

ଅନିୟମିତତା ଓ ଦୁର୍ନୀତି ବିରୋଧରେ କଣ୍ଟାମାଳ ବ୍ଲକ ଘେରାଓ ପାଇଁ ସଜବାଜ

ବୌଦ୍ଧ :-(ରିପୋର୍ଟ :-ଆଶିଷ ବିହାରୀ ଠାକୁର)ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣରେ ରାଜ୍ୟ ସରକାର କରିଥିବା ଅନିୟମିତତା ଓ ଦୁର୍ନୀତି ବିରୋଧରେ କଣ୍ଟାମାଳ ବ୍ଲକ ଘେରାଓ ପାଇଁ ଆଜି ଦହ୍ୟାଠାରେ ବିଜେପି ଦଳ ତରଫରୁ ପ୍ରସ୍ତୁତି ବୈଠକ ହୋଇଥିଲା ।

ଆସନ୍ତି ଜାନୁଆରୀ ୨୪ ତାରିଖରେ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି କିପରି ପ୍ରକୃତ ହିତାଧିକାରୀ ଗୃହ ପାଇବାରୁ ବଞ୍ଚିତ ନ ହେବେ ସେଥିପାଇଁ ଲଢେ଼ଇ ହେବ ବୋଲି ଆଲୋଚନା କରିଥିଲେ ।

ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନାଇ ଚରଣ ଡାଙ୍ଗ, ଜିଲ୍ଲା ଉପସଭାପତି ଚିତ୍ତ ରଞ୍ଜନ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, କଣ୍ଟାମାଳ ମଣ୍ଡଳ ସଭାପତି ଅନୀଲ ପ୍ରଧାନ, ଘଣ୍ଟାପଡା ମଣ୍ଡଳ ସଭାପତି ପିନାକଧର ରଣା, ମନମୁଣ୍ଡା ମଣ୍ଡଳ ସଭାପତି ନିରଞ୍ଜନ କର୍ଣ୍ଣ, ମୁଣ୍ଡାପଡା ମଣ୍ଡଳ ସଭାପତି ଯୀଶୁ ପଧାନ, ବାଉଁଶୁଣୀ ମଣ୍ଡଳ ସଭାପତି ପଞ୍ଚମନ ଜଗଦଲା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ପ୍ରସାଦ ମିଶ୍ର, ଶରତ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

Odisha Halchal

କଂଗ୍ରେସର ପ୍ରଚାରରମଙ୍ଗ ଧରିଲେ ଛତିଶଗଡ଼ ମନ୍ତ୍ରୀ

Odisha Halchal

ଏପ୍ରିଲରେ ବିବାହ କରିପାରନ୍ତି ଆଲିଆ-ରଣବୀର! ବଲିଉଡ୍‌ରେ ଚର୍ଚ୍ଚା ଜୋର

Odisha Halchal

Leave a Comment