ଓଡ଼ିଶା ଖବରନ୍ୟୁଜ୍

ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

ରାୟଗଡ଼:-(ରିପୋର୍ଟ – ପ୍ରସାଦ ସାହୁକାର) ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ NSS, NCC ଏବଂ Red Cross ତରଫରୁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଯୋଗ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମତୀ ଭି ଆର ରତନଶ୍ରୀ ଉଦ୍ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଡକ୍ଟର ସରସ୍ଵତୀ ରାୟ ଏବଂ ଶ୍ରୀ ରାମଚନ୍ଦ୍ର ବିଡ଼ିକା ଯୋଗ ଶିକ୍ଷା ଦେଇଥିଲେ। ଏହି ଶିବିରରେ ୧୦୦ ରୁ ଅଧିକ ଶିକ୍ଷକ, କର୍ମଚାରୀ ଓ ଛାତ୍ର ଛାତ୍ରୀ ଯୋଗ ଶିକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏନ ଏସ ଏସ ପିଓ ଶ୍ରୀ ଅଶୋକ କୁମାର ସାହୁ, ଭାସ୍କର ଗୁପ୍ତା, ରେଡକ୍ରସ କାଉନସିଲର ଶ୍ରୀ ଶ୍ରୀନିବାସ ଅଚାରି ଏବଂ ଏନସିସି ଅଧିକାରୀ Lt. ଉଦୟ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଡକ୍ଟର ପି କେ ଗନ୍ତାୟତ, ଡକ୍ଟର ବି ଲ୍ ସରାଫ, ଶ୍ରୀ ଏ କେ ଖାଡ଼ଙ୍ଗା ଉପସ୍ଥିତ ରହି ସ୍ବେଛାସେଵୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Related posts

ପୁଣି ଯୌତୁକ ନିର୍ଯାତନା

Odisha Halchal

ସମ୍ଭାବ୍ୟ ବାତ୍ୟା ପାଇଁ ଅଧିକ ଅତ୍ୟାବଶ୍ୟକ ଜିନିଷ ମହଜୁଦ ରଖନ୍ତୁ ନାହିଁ

Odisha Halchal

ରେଳଯାତ୍ରା ବେଳେ ଏମିତି ଭୁଲ୍ କଲେ ଯିବାକୁ ପଡିବ ଜେଲ୍

Odisha Halchal

Leave a Comment