ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ରେଳଯାତ୍ରା ବେଳେ ଏମିତି ଭୁଲ୍ କଲେ ଯିବାକୁ ପଡିବ ଜେଲ୍

ରେଳଯାତ୍ରା ବେଳେ ଏମିତି ଭୁଲ୍ କଲେ ଯିବାକୁ ପଡିବ ଜେଲ୍

ଭାରତୀୟ ରେଳରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ଯାତ୍ରୀମାନଙ୍କ ପାଇଁ ଚେତାବାନୀ ଜାରି କରିଛି ଭାରତୀୟ ରେଳ । ରେଳବାଇ ଯାତ୍ରୀମାନଙ୍କ ପାଇଁ ବିଜ୍ଞପ୍ତି ଜାରି କରି ଯାତ୍ରୀଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ର୍ଗହଣ କରିଛି ।

ରେଳବାଇ ଏଥିପାଇଁ ସୋସିଆଲ ମିଡିଆରେ ସୂଚନା ପ୍ରଦାନ କରିଛି । ରେଳବାଇ ପକ୍ଷରୁ ଟ୍ବିଟ୍ ଯୋଗେ କୁହାଯାଇଛି ଯେ, ଟ୍ରେନ୍‌ରେ ଯାତ୍ରା ବେଳେ ଯାତ୍ରୀମାନେ ନିଆଁ ଲାଗୁଥିବା ସାମଗ୍ରୀ ନେଇ ଯାତ୍ରା କରିପାରିବେନାହିଁ କି କାହାକୁ ନେବାକୁ ଦେବେନାହିଁ । ଏହା ଏକ ଦଣ୍ଡନୀୟ ଅପରାଧ । ଯଦି କୌଣସି ଯାତ୍ରୀ ଏହା ନେଉଥିବା ବେଳେ ଧରାପଡନ୍ତି ତେବେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଜେଲ୍ ମଧ୍ୟ ହୋଇପାରେ । ପଶ୍ଚିମ-ମଧ୍ୟ ରେଳବାଇ କହିଛି ଯେ, ଟ୍ରେନ୍‌ରେ ନିଆଁ ବ୍ୟାପିବା କିମ୍ବା ଜ୍ବଳନଶୀଳ ବସ୍ତୁ ନେଇ ଯିବା ରେଳ ଅଧିନିୟମ ୧୯୮୯ ଧାରା ୧୬୪ ଅନ୍ତର୍ଗତ ଦଣ୍ଡନୀୟ ଅପରାଧ । ଯେଉଁଥିପାଇଁ ଧରାପଡିଥିବା ଯାତ୍ରୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଅଥବା ହଜାରେ ଟଙ୍କା ଜରିମାନା ଅଥବା ଉଭୟ ସଜ୍ଜା ଦିଆଯାଇପାରେ ।

ରେଳବାଇ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଏବେ ଯାତ୍ରୀ ଟ୍ରେନ୍‌ରେ କିରୋସିନି, ଶୁଖିଲା ଘାସ, ଷ୍ଟୋଭ, ପେଟ୍ରୋଲ, ଗ୍ୟାସ୍ ସିଲିଣ୍ଡର, ମ୍ୟାଚିସ୍, ବାଣ କିମ୍ବା ନିଆଁ ବ୍ୟାପୁଥିବା କୌଣସି ବସ୍ତୁ ନିଜ ସହିତ ଯାତ୍ରା କରିପାରିବେ ନାହିଁ । ରେଳବାଇ ଯାତ୍ରୀମାନଙ୍କ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ରେଳବାଇ ଏହି କଠୋର ପଦକ୍ଷେପ ଗ୍ରହଣ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ରେଳଯାତ୍ରା ସମୟରେ ନିଆଁ ଲାଗିବାକୁ ଆୟତ୍ତ କରିବାକୁ ରେଳବାଇ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଯୋଜନା ଆଧାରରେ କୌଣସି ଯାତ୍ରୀ ରେଳ ପରିସରରେ ଧୂମପାନ କରିବାରିବେ ନାହିଁ । ଯଦି କେହି ଏଭଳି କରୁଥିବା ବେଳେ ଧରାପଡନ୍ତି ତେବେ ତାଙ୍କୁ ୩ ବର୍ଷ ଜେଲ୍ ହୋଇପାରେ। ଏହା ବ୍ୟତୀତ ଯାତ୍ରୀଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିପାରେ ।

Related posts

ବଢ଼ିଲା ରେପୋ ରେଟ୍‌

Odisha Halchal

ସାଇବର ଠକେଇରେ ସମ୍ପୃକ୍ତି ଥିବା ଜଣେ ଯୁବକ ଗିରଫ

Odisha Halchal

ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମିଳିଲା ଅନ୍ତରୀଣ ଜାମିନ

Odisha Halchal

Leave a Comment