ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁଣି ଯୌତୁକ ନିର୍ଯାତନା

ପୁଣି ଯୌତୁକ ନିର୍ଯାତନା

ଯାଜପୁର ରୋଡ ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ପଦ୍ମପୁର ର ଏକ ଭଡ଼ା ଘରେ ଜଣେ ମହିଳା ଙ୍କ ସନ୍ଦେହ ଜନକ ମୃତ୍ୟୁ l ମହିଳାଙ୍କ ନାଁ ରଞ୍ଜିତା ସାହୁ ବୟସ ୨୦ ବୋଲି ଜଣା ପଡିଛି l ତେବେ ରଞ୍ଜିତା ସନ୍ତୋଷ ସାହୁ ଙ୍କୁ ବୈଦିକ ରୀତିନୀତି ରେ ଵିଵାହ କରିଥିଲେ l

ଉଭୟଙ୍କ ଘର ବାଲେଶ୍ଵର ଜିଲ୍ଲା ସ୍ବର ର ସବିରା ପଞ୍ଚାୟତ ଅନ୍ତର୍ଗତ ଦାଣ୍ଡ ପାଳସା ଗ୍ରାମରେ ହୋଇଥିବା ବେଳେ ବିଗତ ଦେଢ଼ ବର୍ଷ ହେବ ହିନ୍ଦୁ ରୀତିନୀତି ଵିଵାହ କରି ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ପଦ୍ମପୁର ରେ ରହି ଆସୁଥିଲେ l ସନ୍ତୋଷ ଚୋରାଦା ବାଇ ପାସ ରେ ଏକ ଗ୍ୟାରେଜ ରେ କାମ କରୁଥଲେ l ରଞ୍ଜିତା ସାହୁ ଜଣେ ଗୃହିଣୀ ମହିଳା ଥିଲେ l ତେବେ ଆଜି ସକାଳୁ ସନ୍ତୋଷ ରଞ୍ଜିତା କୁ ଡାକ ଦେଇଥିଲେ ରଞ୍ଜିତା ଙ୍କ କଥା ନ ଶୁଣିବାରୁ ସନ୍ତୋଷ କବାଟ କୁ ଧକ୍କା ଦେଈ ଖୋଲିଲା ବେଳକୁ ତାଙ୍କୁ ଏକ ବେଡସିଡ ଲାଗି ଝୁଲୁଥିବା ଦେଖି ତଳକୁ ଉଲ୍ହାଇ ଥିଲେ l

ତେବେ ଘଟଣା ସ୍ଥଳରେ ଯାଜପୁର ରୋଡ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି l ପରିବାର,ସାଇଣ୍ଟଫିକ୍ ଟିମ୍ ଓ ମଜିଷ୍ଟେଟ ଙ୍କ ଉପସ୍ଥିତିରେ ଶବକୁ ଯାଞ୍ଚ କରାଯିବ l ପରେ ଶବକୁ ବେବଛେଦ୍ ପାଇଁ ପଠାଯିବ l ପୋଷ୍ଟ ମୋଟମ୍ ରିପୋର୍ଟ ଆସିବା ପରେ ଘଟଣା ର ସତ୍ୟା ସତ୍ୟ ସାମ୍ନା କୁ ଆସି ପାରିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି l

Related posts

ବାୟାପଡ଼ା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Odisha Halchal

ବଢ଼ିଲା ରେପୋ ରେଟ୍‌

Odisha Halchal

ଜଙ୍ଗଲକୁ ୧୦ ଟିକିଆ ହାତୀପଲ

Odisha Halchal

Leave a Comment