ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ସକାଳୁଆ ସ୍କୁଲ୍‌ ସମୟରେ ପରିବର୍ତ୍ତନ

ରାଜ୍ୟରେ ଏପ୍ରିଲ୍‌ ୨ ତାରିଖରୁ ସକାଳୁଆ ସ୍କୁଲ୍ କରିବା ପାଇଁ ଗତକାଲି ସରକାର ଘୋଷଣା କରିଥିବା ବେଳେ ଆଜି ଏହାର ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ପୂର୍ବରୁ ସକାଳ ସାଢେ ୬ଟାରୁ କ୍ଲାସ ଆରମ୍ଭ ହୋଇ ୧୦ଟାରେ ଶେଷ ହେବାକୁ ଥିବା ବେଳେ ଏବେ ଏହାକୁ ପରିବର୍ତ୍ତନ କରାଯାଇଛି ।

ଗଣଶିକ୍ଷା ବିଭାଗ ଦ୍ୱାରା ଜାରି ନୂଆ ଗାଇଡଲାଇନ୍ ଅନୂଯାଇ ଏପ୍ରିଲ ୨ରୁ ରାଜ୍ୟରେ ସମସ୍ତ ସ୍କୁଲରେ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ କ୍ଲାସ କରାଯିବ ଏବଂ ୭ଟାରୁ ୧୧.୩୦ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କ କ୍ଲାସ କରାଯିବ ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ଦିଆଯାଇଛି ।

Related posts

ଗୋବରରେ ତିଆରି ବ୍ରିଫକେସ୍ ଆଣି ବିଧାନସଭାରେ ପହଁଞ୍ଚିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

Odisha Halchal

କୁକୁର ଆକ୍ରମଣରେ ଚାଲିଗଲା ହରିଣର ଜୀବନ

Odisha Halchal

ଝିଅକୁ ପିଟି ପିଟି ମାରିଦେଲେ ବାପା ଓ ସାବତ ମାଆ, ଦୋଷ ଧରିଦେଲେ ଗାଁ ଲୋକେ

Odisha Halchal

Leave a Comment