ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଏପ୍ରିଲ ୧ରୁ ବଦଳିଯିବ ଆୟକର ସମ୍ବନ୍ଧୀୟ ଅନେକ ନିୟମ

ଏପ୍ରିଲ ୧ରୁ ବଦଳିଯିବ ଆୟକର ସମ୍ବନ୍ଧୀୟ ଅନେକ ନିୟମ

ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଉଛି ନୂତନ ଆର୍ଥିକ ବର୍ଷ । ୧ ତାରିଖରୁ ଅନେକ ନିୟମରେ ପରବର୍ତ୍ତନ ହେବ । ଆୟକର ଓ ବ୍ୟାଙ୍କ୍ ସମ୍ବନ୍ଧୀୟ ଅନେକ ନିୟମ ମଧ୍ୟ ବଦଳିବାକୁ ଯାଉଛି । ଆସନ୍ତୁ ନଜର ପକାଇବା ଏସବୁ ନିୟମ ଉପରେ ।

କ୍ରିପ୍ଟୋ ଉପରେ ଟ୍ୟାକ୍ସ

ଏପ୍ରିଲ ୧ରୁ କ୍ରିପ୍ଟୋ କରେନ୍ସି ଆୟ ଉପରେ ୩୦ ପ୍ରତିଶତ ଟିକସ୍ ଲାଗିବ । ଏହା ଉପରେ ଜୁଲାଇ ୧ରୁ ୧ ପ୍ରତିଶତ ଟିଡିଏସ ମଧ୍ୟ ଲାଗିବ । ସେହିପରି ବ୍ୟକ୍ତିଗତ ଆୟକର ଟିକସ୍ ପାଇଁ ନିଜ ଆକାଉଣ୍ଟର ଅଡିଟ୍ କରିବାକୁ ହେବ । ଯାହାର ଟିଡିଏସ ବାର୍ଷିକ ୫୦୦୦୦ ହେବ ।

ଅପଡେଟେଡ୍ ଆଇଟି ରିଟର୍ଣ୍ଣ କରିପାରିବେ ଫାଇଲ୍

ଏପ୍ରିଲ ୧ରୁ ଆୟକରଙ୍କୁ ଏକ ଭଲ ସୁବିଧା ମିଳିବ । ଯଦି ଆୟକର ଫାଇଲ୍ ବେଳେ କିଛି ଭୁଲ ହୋଇଯାଏ ତେବେ ତ୍ରୁଟି ସୁଧାରିବାକୁ ସୁଯୋଗ ମିଳିବ ।

କର୍ମଚାରୀଙ୍କ କଟିବ ଏନପିଏସ

ଏପ୍ରିଲ ୧ରୁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ନୂଆ ସୁବିଧା ମିଳିବ । କର୍ମଚାରୀ ଏବେ ବେସିକ୍ ସାଲାରୀ ବା ଦରମା ଓ ମହଙ୍ଗା ଭତ୍ତାର ୧୪ ପ୍ରତିଶତ ଯାଏଁ ଏନପିଏସ କାଟିବାକୁ ଦାବି କରିପାରିବେ । ଏହା କେନ୍ଦ୍ର ସରକାରଙ୍କ ଏନପିଏସ ଭଳି ସମାନ ହେବ । ଅର୍ଥାତ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ କେନ୍ଦ୍ର କର୍ମଚାରୀ ଭଳି ଲାଭ ମିଳିବ ।

ପିଏଫ୍ ଆକାଉଣ୍ଟ ଉପରେ ଟ୍ୟାକ୍ସ

ପିଏଫ ଆକାଉଣ୍ଟ ଉପରେ ମଧ୍ୟ ପଡିବ ଟିକସ୍ । ଯଦି ପିଏଫରେ ୨ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କାର ଜମାରାଶି ହୋଇଯାଏ ତେବେ ଟ୍ୟାକ୍ସ ଦେବାକୁ ପଡିବ ।

କୋଭିଡ୍ ୧୯ ଚିକିତ୍ସାରେ ଟିକସ ରିହାତି

ଯଦି କେହି କୋଭିଡ୍ ଚିକିତ୍ସା ପାଇଁ ଅର୍ଥ ପାଇଥାନ୍ତି, ସେହି ଅର୍ଥ ଉପରେ ଟିକସ୍ ଲାଗିବ ନାହିଁ । ଏପରି ୧୦ ଲକ୍ଷ ଟଙ୍କାର ଆୟ ଉପରେ କୌଣସି ଟିକସ୍ ଦେବାକୁ ପଡିବ ନାହିଁ । ସେହିପରି ମୃତ୍ୟୁର ୧୨ ମାସ ଯାଏଁ ମିଳିଥିବା ଅର୍ଥ ଉପରେ ମଧ୍ୟ କିଛି ଟିକସ୍ ଲାଗିବ ନାହିଁ । ତେବେ ଏହି ନିୟମ ଏପ୍ରିଲ ୨୦୨୦ରୁ ପିଛିଲା ଭାବେ ଲାଗୁ ହେବ ।

Related posts

ସୀମାନ୍ତ ଆନ୍ଧ୍ରରୁ ଗିରଫ ହେଲେ ମାଓ ସମର୍ଥକ।

Odisha Halchal

ଏକ ତରଫା ପ୍ରେମର କରୁଣ ପରିଣୀତି

Odisha Halchal

ଶିକ୍ଷା ସଚେତନତା ରଥ ଶୁଭାରମ୍ଭ

Odisha Halchal

Leave a Comment