ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଗୋବରରେ ତିଆରି ବ୍ରିଫକେସ୍ ଆଣି ବିଧାନସଭାରେ ପହଁଞ୍ଚିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ଗୋବରରେ ତିଆରି ବ୍ରିଫକେସ୍ ଆଣି ବିଧାନସଭାରେ ପହଁଞ୍ଚିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେସ ବାଘେଲ ଆଜି ବଜେଟ ଉପସ୍ଥାପନ କରିଛନ୍ତି । ଭୁପେଶ ବାଗେଲ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ପାଇଁ ଗାଈ ଗୋବରରେ ତିଆରି ଏକ ବ୍ରିଫକେସ୍ ଆଣିଛନ୍ତି ।

ବଜେଟରେ, ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍ସନ୍ ଯୋଜନାକୁ ଲଞ୍ଚ କରିବା ସହିତ ବାଗେଲ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେହିପରି ବାଗେଲ ରାଜୀବ ଗାନ୍ଧୀ ଭୁମିହିନ କୃଷି ମଜୁରୀଆ ଯୋଜନା ଅଧୀନରେ ବାର୍ଷିକ ସହାୟତାକୁ ୬୦୦୦ ରୁ ୭୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

ସେହିଭଳି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହିତ ସମନ୍ୱୟ ରକ୍ଷା କରି ରୋଜଗାରର ସମ୍ଭାବନା ଉପରେ କାର୍ଯ୍ୟ କରିବାକୁ ଛତିଶଗଡ ନିଯୁକ୍ତି ମିଶନକୁ ଦୁଇ କୋଟି ଟଙ୍କା ଅନୁମୋଦନ କରାଯାଇଛି। ତେବେ ଆହଜିର ସବୁଠୁ ଚର୍ଚ୍ଚତ ବିଷୟ ବାଘେଲଙ୍କ ବ୍ୟାଗ୍ ଥିଲା । ଯେଉଁ ବ୍ୟାଗରେ ମୁଖ୍ୟମନ୍ତ୍ରୀ ବାଗେଲ ବଜେଟ୍ ଡକ୍ୟୁମେଣ୍ଟ୍ ସହିତ ବିଧାନସଭାରେ ପହଞ୍ଚିଥିଲେ ତାହା ଗାଈର ଗୋବରରେ ତିଆରି । ଏହା ଉପରେ ‘ଗୋମାଇ ଭାସେଟ ଲକ୍ଷ୍ମୀ’ ଲେଖା ଅଛି । ରାଜ୍ୟରେ ଗୋରୁ ପ୍ରୋତ୍ସାହନ ପାଇଁ ବିଭିନ୍ନ ଯୋଜନା ଚାଲିଛି।ଦେଶରେ ପ୍ରଥମ ରାଜ୍ୟ ଭାବରେ ଛତିଶଗଡ଼ ସରକାର ଚାଷି ଗାଈ ଚାଷୀମାନଙ୍କଠାରୁ ଗୋବର କ୍ରୟ କରିବାକୁ ନିଷ୍ପତି ନେଇଥିଲେ ।

Related posts

ବିଶ୍ୱର ସବୁଠୁ ଲମ୍ବା କାର: ଅବତରଣ କରିପାରିବ ହେଲିକପ୍ଟର, ସୁଇମିଂ ପୁଲ ବି ରହିଛି

Odisha Halchal

ହାତୀ ଭାଙ୍ଗିଲା ଘର, ୨ ଗୁରୁତର

Odisha Halchal

ସ୍ୱାମୀଙ୍କୁ ନିଜ ଜୀବନରୁ ଆଉଟ୍‌ କଲେ ରାଖୀ, ହଟାଇଲେ ଟାଟୁ

Odisha Halchal

Leave a Comment