ଅପରାଧଓଡ଼ିଶା ଖବରନ୍ୟୁଜ୍

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌ : ଗୋଟିଏ ବଜ୍ରକାପ୍ତା ଉଦ୍ଧାର

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌ ଗୋଟିଏ ବଜ୍ରକାପ୍ତା ଉଦ୍ଧାର

ଏସ୍‌ଟିଏଫ୍‌ ପଞ୍ଝାରେ ବଜ୍ରକାପ୍ତା ବେପାରୀ । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ଏସ୍‌ଟିଏଫ୍‌ ।ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଜବତ ହୋଇଛି ।ଖବର ଅନୁଯାୟୀ, ବଜ୍ରକାପ୍ତା ବିକ୍ରି ନେଇ ଡିଲ୍‌ ଚାଲିଥିଲା ।

ଏହାର ଗୁଇନ୍ଦା ସୂଚନା ପାଇଁ ଚଢାଉ କରିଥିଲେ ଏସ୍‌ଟିଏଫ୍‌ । ଏହି ଚଢାଉରେ ଗୋଟିଏ ଜୀବନ୍ତ ବଜ୍ରାକାପ୍ତା ସହ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ ।

ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ସୋନପୁର ତରଭା ଅଞ୍ଚଳର ବିଶେଶ୍ଵର ବଗର୍ତ୍ତି। ଜବତ ହୋଇଥିବା ବଜ୍ରକାପ୍ତାର ଓଜନ ୧୨ କେ.ଜି ୪୦୦ ଗ୍ରାମ ହେବ ବୋଲି ସୂଚନା ମିଳିଛି। ୨୦୨୦ରୁ ଏବେ ଯାଏଁ ୧୫ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ଏସ୍‌ଟିଏଫ୍‌।

Related posts

ଗାର୍ଡେନ ପଦର ଗ୍ରାମରେ ବିଏସଏଫ ଡ଼ିଆଇଜିଙ୍କ ଉପସ୍ଥିତିରେ ଜଣଶିବୀର

Odisha Halchal

ମାଓବାଦୀ ନା ରେ ଚାନ୍ଦା ଆଦାୟ ଓ ଜଳା ପୋଡ଼ା ସନ୍ଦେହରେ ୫ ନକଲି ମାଓବାଦୀ ଗିରଫ

Odisha Halchal

କାର୍ଯ୍ୟକାରୀ ହେଲା ୫0 ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର

Odisha Halchal

Leave a Comment