ଓଡ଼ିଶା ଖବରନ୍ୟୁଜ୍

ଗାର୍ଡେନ ପଦର ଗ୍ରାମରେ ବିଏସଏଫ ଡ଼ିଆଇଜିଙ୍କ ଉପସ୍ଥିତିରେ ଜଣଶିବୀର

ଗାର୍ଡେନ ପଦର ଗ୍ରାମରେ ବିଏସଏଫ ଡ଼ିଆଇଜିଙ୍କ ଉପସ୍ଥିତିରେ ଜଣଶିବୀର

ମାଲକାନଗିରି:-( ରିପୋର୍ଟ:- କ୍ରିଷ୍ଣପଦୋ ରାୟ) ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ପୂର୍ବରେ ମାଓବାଦୀଙ୍କ ଗଡ଼ ବୋଲି ପରିଚିତ ଥିଲା। ଯିଏ କେହି ବି ମାଲକାନଗିରି ଜିଲ୍ଲା କଥା ଶୁଣିବା ମାତ୍ରେ ମନରେ ଭୟଭୀତ ଅନୁଭବ କରୁଥିଲେ।

ତେବେ ବିଗତ ଦିନର ପରିସ୍ଥିତି ଏବଂ ବର୍ତ୍ତମାନର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଯେଉଁଦିନ ଠାରୁ ମାଲକାନଗିରି ଜିଲ୍ଲାରେ ବିଏସଏଫ ଜବାନମାନେ ପାଦ ଥାପି ଛନ୍ତି। ସେଇ ଦିନ ଠାରୁ ମାଓବାଦୀ ଧିରେଧିରେ ପଛଘୁଂଚା ହେବା ସହ, ବଡ଼ ବଡ଼ କେଡର ମାଓବାଦୀ ସମାଜର ମୁଖ୍ୟ ସ୍ରୋତରେ ମଧ୍ୟ ଫେରିଛନ୍ତି।

ଏପରିକି ମାଓପ୍ରବଣ ଅଞ୍ଚଳ ମାନଙ୍କରେ ହଜାର ହଜାର ମିଲେସିୟା , ଯେଉଁ ମାନେ ମାଓବାଦୀଙ୍କ ପାଇଁ କାମ କରୁଥିଲେ, ସେମାନେ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ଫେରିଛନ୍ତି। ଗୋଟିଏ କଥା ସ୍ପଷ୍ଟ ହୋଇପାରିଛି, ବିଏସଏଫ ଯବାନଙ୍କ ଉପସ୍ଥିତିରେ ମାଓପ୍ରବଣ ଅଞ୍ଚଳରେ ରାସ୍ତା, ବିଜୁଳି ସହିତ ଗମନାଗମନର ସୁବିଧା ହୋଇ ପାରିଛି।

ବିଏସଏଫ ନିଜର ନିଷ୍ଠାପର କାର୍ଯ୍ୟପନ୍ଥା ପାଇଁ, ଆଜି ସମଗ୍ର ଲୋକଙ୍କ ମନରେ ଜାଗା ନେଇଛନ୍ତି।
ସେଭଳି ଠିକ ମାଲକାନଗିରି ଜିଲ୍ଲା ନାକାମାମୁଡ଼ି ଗ୍ରାମ ପଞ୍ଚାୟତର ଗାର୍ଡେନ ପଦର ଗ୍ରାମରେ, ବିଏସଏଫ ୮୮ ବାଟାଲିୟନ ପକ୍ଷରୁ ଡ଼ିଆଇଜି ଏସ‌.କେ.ସିନ୍ହା ଙ୍କ ଉପସ୍ଥିତିରେ ଏକ ଜନଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମର ଶତାଧିକ ପୁରୁଷ , ମହିଳା ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବିଏସଏଫ ର ବିଭିନ୍ନ ପଦାଧିକାରୀ ଉପସ୍ଥିତ ରହିବା ସହିତ ବହୁ ଯବାନ ଉପସ୍ଥିତ ରହି, ଲୋକଙ୍କୁ ଦୈନିକ ବ୍ୟବହୃତ ସାମଗ୍ରୀ ବାଣ୍ଟିଥିଲେ। ଅଞ୍ଚଳର ଯୁବକ ମାନଙ୍କୁ ବିଭିନ୍ନ ଖେଳ ସାମଗ୍ରୀ ଯେପରି, ବ୍ୟଟ, ବଲ, ଭଲିବଲ ବାଣ୍ଟିବା ସହ ଯୁବ ବର୍ଗଙ୍କ ପାଇଁ ଏକ ଭୋଲିବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ ମଧ୍ୟ ବିଏସଏଫ ପକ୍ଷରୁ କରାଯାଇଥିଲା, ଯେଉଁଥିରେ ବିଏସଏଫ ଡ଼ିଆଇଜି ଏସ.କେ.ସିନ୍ହା ନିଜ କରକମଳରେ ଫିତା କାଟି ଶୁଭାରମ୍ଭ କରିଛନ୍ତିି।

ତେବେ ଏଭଳି କାର୍ଯ୍ୟ ବିଏସଏଫ ପକ୍ଷରୁ ବିଭିନ୍ନ ସମୟରେ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଏସଏଫ ଡ଼ିଆଇଜି ଶ୍ରୀ ସିନ୍ହା କହିଛନ୍ତି। ଯେଉଁଥି ପାଇଁ ଗ୍ରାମବାସୀମାନେ ବେଶ୍ ଖୁସି ବ୍ୟକ୍ତ ହୋଇଥିଲେ।

Related posts

ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍

Odisha Halchal

ଋଷ-ୟୁକ୍ରେନ୍ ଯୁଦ୍ଧ ବେଲାଋଷରେ ଆରମ୍ଭ ହେଲା ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା

Odisha Halchal

Paytm ଉପରେ ଆରବିଆଇର ଆକ୍ସନ

Odisha Halchal

Leave a Comment