ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

କରୋନା ମହାମାରୀ ନେଇ ଖୁବ ଶୀଘ୍ର ହେବ ଗୁରୁତ୍ୱପୂର୍ଣ୍ଣ ଘୋଷଣା

କରୋନା ମହାମାରୀ ନେଇ ଖୁବ ଶୀଘ୍ର ହେବ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ସମଗ୍ର ବିଶ୍ୱରେ କରୋନାର ପ୍ରକୋପ ଜାରି ଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବାବଦରେ ବିଶେଷଜ୍ଞମାନଙ୍କ ସହିତ କଥା ହେଉଛି । ମିଡିଆ ରିପୋର୍ଟ ଅନୁସାରେ କରୋନା ମହାମାରୀର ଶେଷ ନେଇ ଖୁବ ଶୀଘ୍ର ଘୋଷଣା ହୋଇପାରେ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଚାର-ବିମର୍ଶ କରୁଛି । କରୋନା ଭାଇରସ ଆରମ୍ଭ ହେବା ୨ ବର୍ଷ ଅତିକ୍ରାନ୍ତ କରିଛି । ଏବେ ଏହାର ଶେଷ ନେଇ ଘୋଷଣା କରାଯାଇପାରେ । କିନ୍ତୁ ପୂରା ବିଶ୍ୱରେ ଏହାର ପ୍ରଭାବ କ’ଣ ରହିବ ସେ ନେଇ ସମସ୍ତଙ୍କର ଚିନ୍ତା ବଢ଼ିଛି ।

ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ମହାମାରୀର ଅନ୍ତର ଘୋଷଣା ତୁରନ୍ତ କରାଯିବା ନେଇ ବିଚାର କରାଯାଉନାହିଁ । ପୂରା ବିଶ୍ୱର ଅଧିକାଂଶ ଦେଶରେ ନୂଆ ମାମଲାରେ ହ୍ରାସ ପାଇଛି । ହଙ୍ଗକଙ୍ଗରେ ମୃତ୍ୟୁ ଦର ବଢ଼ିଛି । ଚୀନରେ ୨ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ସପ୍ତାହରେ ୧୦୦୦ରୁ ଅଧିକ ନୂଆ ଦୈନିକ ମାମଲା ଚିହ୍ନଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, କୋଭିଡ-୧୯ ଉପରେ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ବିନିୟମ ଜରୁରୀକାଳୀନ ସମିତି ମହାମାରୀ ଶେଷ ଘୋଷିତ କରିବା ଲାଗି ଜରୁରୀ ମାନଦଣ୍ଡର ଯାଞ୍ଚ କରୁଛି ।

Related posts

ରାତି ଅଧିଆ ଚାଲୁଛି ସରକାରୀ ଯୋଜନା

Odisha Halchal

ମଙ୍ଗଳବାରଠୁ କମିବ ‘ଅସାନୀ’ ପ୍ରକୋପ, ଦିଗ ବଦଳିବା ସହ ହେବ ଦୁର୍ବଳ

Odisha Halchal

ଶିଳ୍ପ ତାଲିମ କେନ୍ଦ୍ରରେ ରକ୍ତ ଦାନ ଶିବିର

Odisha Halchal

Leave a Comment