ଓଡ଼ିଶା ଖବରନ୍ୟୁଜ୍

କାର୍ଯ୍ୟକାରୀ ହେଲା ୫0 ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର

କାର୍ଯ୍ୟକାରୀ ହେଲା ୫0 ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର

ସୁବର୍ଣ୍ଣପୁର:-(ରିପୋର୍ଟ:-ମଣ୍ଟୁମନ୍ତ୍ରା) କାର୍ଯ୍ୟକାରୀ ହେଲା ୫0 ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ସୋନପୁର ସହର ସ୍ଥିତ ଜିଲ୍ଳା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ  ପୂର୍ଣ୍ଣ ମାତ୍ରାରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ କାର୍ଯ୍ୟକାରୀ କରାଯାଇଛି l

ଏଣୁ ଏଣିକି ମାତୃ ଓ ଶିଶୁ ସମ୍ୱନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା ଏହି କେନ୍ଦ୍ରରେ ଜନସାଧାରଣ ଙ୍କ ନିମନ୍ତେ ଉପଲବ୍ଧ ରହିବ l ପ୍ରକାଶ ଥାଉକି 2022 ଜୁନ 15 ତାରିଖ ରେ ଜିଲ୍ଲା ର ଏହି 50 ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଲୋକାର୍ପଣ ଜିଲ୍ଲାର ବିଭିନ୍ନ ବରିଷ୍ଠ ପଦାଧିକାରୀ ଙ୍କ ଉପସ୍ଥିତିରେ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର, ଓଡିଶା ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଓ ମାନନୀୟା ଲୋକସଭା ସାଂସଦ ବଲାଙ୍ଗୀର ଶ୍ରୀମତୀ ସଂଗୀତା କୁମାରୀ ସିଂହ ଦେଓ ଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା l

ମାତ୍ର ତତ୍କାଳୀନ କୋଭିଡ ମହାମାରୀ ର ସଂକ୍ରମଣ ଓ ଭୟାବହତା ହେତୁ ଏହି ଚିକିତ୍ସାଳୟ କୋଠା କୁ ସ୍ୱତନ୍ତ୍ର ଭାବେ ଜିଲ୍ଲାର କୋଭିଡ ସଂକ୍ରମିତ ଙ୍କ ଚିକିତ୍ସା ନିମନ୍ତେ ବ୍ୟବହୃତ କରାଯାଉଥିଲା, ମାତ୍ର ବର୍ତ୍ତମାନ କୋଭିଡ ପରିସ୍ଥିତିରେ ବିଶେଷ ସୁଧାର ଆସିଥିବାରୁ ଏହି କେନ୍ଦ୍ରକୁ ପୂର୍ଣ୍ଣ ରୂପରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ପାଇଁ ଉପଲବ୍ଧ କରାଯାଇଥିବା ଜିଲ୍ଳା ପ୍ରଶାସନ ତରଫରୁ ସୂଚୀତ କରାଯାଉଛି l ଜିଲ୍ଲାର ଜନସାଧାରଣ ଏହାର ସୁଯୋଗ ନେବାକୁ ଅନୁରୋଧ l ସୁବର୍ଣ୍ଣପୁର ରୁ ମଣ୍ଟୁମନ୍ତ୍ରା ଙ୍କ ରିପୋର୍ଟ

Related posts

ପୋଲିସ୍ ଦ୍ବାରା ନଷ୍ଟ କରାଗଲା ଜବତ ହୋଇଥିବା 5ଟନ୍ ବିସ୍ଫୋରକ

Odisha Halchal

ଲ୍ୟାମ୍ପ ପୋଷ୍ଟକୁ ଧକ୍କା ଦେଲା ଯାତ୍ରୀବାହୀ ବିମାନ

Odisha Halchal

ହରଡ଼ ଘଣାରେ ନକଲି ମେଡ଼ିସିନ ମାଫିଆ

Odisha Halchal

Leave a Comment