ନୂଆପଡା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ ) ଖରିଆରରୋଡ଼ ରେଲୱେ ଫାଟକ ନିକଟରେ ଅବକାରୀ ବିଭାଗ ଚଢ଼ଉ କରି ଚାରି ଚକିଆ ଗାଡି ସହ 32କେଜି ଗଞ୍ଜେଇ ଜବତ କରିଛି. ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଉତ୍ତରପ୍ରଦେଶର ଦୁଇ ଜଣଙ୍କୁ ଗିରଫ କରିଛି. ଅବକାରୀ ଏସପି ସଂଘମିତ୍ରା ପ୍ରଧାନଙ୍କ ନିର୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ହିତାବତୀ ଥାଟିଙ୍କ ତତ୍ୱାବଧାନରେ ନୂଆପଡା ଅବକାରୀ ଥାନା ଅଧିକାରୀ ଗୁପ୍ତେଶ୍ୱର ପଟେଲ ଓ ଅବକାରୀ ମୋବାଇଲ ଟିମ ଏସ ଆଇ ଡମ୍ବରୁଧର ହରିଜନଙ୍କ ନେତୃତ୍ୱରେ ଦୁଇଟି ଟିମ ପେଟ୍ରୋଲିଙ୍ଗ ଆଜି ସକାଲେ ଜୋଙ୍କ ଥାନା ଅଧୀନ ଖରିଆରରୋଡ଼ ସହରରେ କରୁଥିଲେ.
ଏହି ସମୟରେ କୋମନା ବ୍ଲକ ଅଞ୍ଚଳରୁ ଏକ ବୋଲେରୋରେ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଭାଗ ଖବର ପାଇଥିଲା. ଖରିଆର ରୋଡ଼ ରେଲୱେ ଫାଟକ ନିକଟରେ ଗାଡି ନଂ ୟୁ ପି ଏମ ଏଚ 6961କୁ ଅଟକାଇ ତଲା ସି କରିଥିଲେ. ଏଥିରେ 32କେଜି ଗଂଜେଇ ସହ ଗାଡିକୁ ଜବତ କରିଥିଲେ. ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଉତ୍ତର ପ୍ରଦେଶର ରାଇଜୋଇଁ ଜିଲ୍ଲା ଥାନା ମାଲିକାନା ଗାଁର ନିଜସୁଲ ହୁସନ ବୟସ 40 ଓ ସବନ ଖାଁ ବୟସ 70କୁ ଗିରଫ କରାଯାଇଛି.
ନୂଆପଡା ଏକ ଅନୁନ୍ନତ ଦାଦନ ପ୍ରବଣ ଜିଲ୍ଲା. ଜିଲ୍ଳାରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ଚଳନ୍ତି. କିନ୍ତୁ ଜିଲ୍ଳାରେ ଅନ୍ୟ ଜିଲ୍ଳାରୁ ଗଞ୍ଜେଇ ଆସି ଏହି ଖରିଆର ରୋଡ଼ ମାର୍ଗ ଦେଇ ସୁଦୂର ଭୋପାଲ, ମଧ୍ୟପ୍ରଦେଶ, ଛତିଶଗଡ ରାଜ୍ୟକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଚୋରା ଚାଲାଣ ହେଉଥିବାର ଦେଖିବାକୁ ମିଳୁଛି. ସତରେ ଜିଲ୍ଲା ନିଶା ଓ ମଦ୍ୟପାନର ଗନ୍ତାଘର ପାଲଟିଛି. ସେଥିଯୋଗୁଁ ଜିଲ୍ଳାରେ ହିଂସା, ଚୋରି, ଡକାୟତି, କିଡ଼ନ୍ୟାପ, ବଳାତ୍କାର, ଦୁଷ୍କର୍ମ ଭଳି ଘଟଣାମାନ ଦେଖିବାକୁ ମିଳୁଛି.
ତେଣୁକରି ପ୍ରଶାସନ ଓ ଅବକାରୀ ବିଭାଗ ପକ୍ଷରୁ ଜୋରଦାର ପେଟ୍ରୋଲିଙ୍ଗ ବ୍ୟବସ୍ଥା ଓ ରାତ୍ରି ଡ୍ୟୁଟି ଠିକ ଭାବେ ହେବା ଉଚିତ. ଏହି ଘଟଣାରେ ଗାଡି ଜବତ ସହ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି. ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ନୂଆପଡା ଅବକାରୀ ବିଭାଗ ଥାନା ଅଧିକାରୀ ଶ୍ରୀ ପଟେଲ ସୂଚନା ଦେଇଛନ୍ତି. ଜିଲ୍ଳାରେ ଯେପରି ନିଶା କରବାର ବନ୍ଦ ହେବ ସେଥିପାଇଁ ପ୍ରଶାସନ ଉଚିତ ପଦକ୍ଷେପ ନେବା ସକାଶେ ଜିଲ୍ଲାବାସୀ ଦାବୀ ରଖିଛନ୍ତି.