ଓଡ଼ିଶା ଖବରନ୍ୟୁଜ୍

ଝୁଲନ୍ତା ଅବସ୍ଥାରେ ମୃତ ଦେହ

ଝୁଲନ୍ତା ଅବସ୍ଥାରେ ମୃତ ଦେହ

ବୌଦ୍ଧ:- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ଦନ୍ତାବଦ୍ଧ ନିକଟରେ ଗୁରୁବାର ଏକ ଗଛ ରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୧୨ ଟା ସମୟରେ ବାଉଁଶୁଣୀ ପଞ୍ଚାୟତ ଅନ୍ତର୍ଗତ ଗଡ଼ଭିତର ଗ୍ରାମର ଅରବିନ୍ଦ ବଡମାଳି ଟିକିରାପଡା ଦନ୍ତାବନ୍ଧ ନିକଟରେ ଥିବା ଏକ ଭମର ଗଛରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି।ସ୍ଥାନୀୟ ଲୋକମାନେ ଦେଖି ପୋଲିସ କୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ବାଉଁଶୁଣୀ ପୋଲିସ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ କେଉଁ କାରଣରୁ ଆତ୍ମହତ୍ୟା ୨୫ ବର୍ଷର ଏହି ଯୁବକ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡିନାହିଁ। ତଦନ୍ତ ପରେ ଜଣା ପଡିବ ବୋଲି ବାଉଁଶୁଣି ଥାନା ଅଧିକାରୀ ଅରୁଣ କୁମାର ସିଂହ ସୂଚନା ଦେଇଛନ୍ତି ।

Related posts

ଦେଓଗାଁ ବ୍ଲକରେ ଭିଜିଲାନ୍ସ ରେଡ

Odisha Halchal

ଡିଜିଟାଲ୍‌ ବ୍ୟାଙ୍କିଂ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କଲା RBI

Odisha Halchal

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଳାପତାକା

Odisha Halchal

Leave a Comment