ଓଡ଼ିଶା ଖବରନ୍ୟୁଜ୍

ପଛୁଆବର୍ଗର ସାମାଜିକ ସ୍ଥିତି ପ୍ରଶିକ୍ଷଣ

ପଛୁଆବର୍ଗର ସାମାଜିକ ସ୍ଥିତି ପ୍ରଶିକ୍ଷଣ

ବୌଦ୍ଧ( ଜି :ପ୍ର ଓଡିଶା ହାଲଚାଲ):-ଦ୍ୱିତିୟ ପର୍ଯ୍ୟାୟ ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂପର୍କରେ ପ୍ରଶିକ୍ଷଣ ଶିବିର ୧୮ ଅପ୍ରେଲ ଠାରୁ ୨୦ ଅପ୍ରେଲ ପର୍ଯ୍ୟନ୍ତ ବୌଦ୍ଧଜିଲ୍ଲାର ସମସ୍କତ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ଖଣି ଇ୍ଳାତ ବିଭାଗ ଅତିରିକ୍ତ ସଚିବ ଚିତ୍ତରଂଜନ ସାହୁ ତିନୋଟି ବ୍ଲକ ବୁଲି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ଗଣନାକାରୀଙ୍କ ଦ୍ୱାରା ସଠିକ୍ ଓ ନିର୍ଭୁଲ ଭାବରେ ଗଣନା କାର୍ଯ୍ୟ ଯେପରି ସଂପାଦିତ ହେବ ସେଥିପାଇଁ ଦିଗଦର୍ଶନ ଦେଇଥିଲେ । ପ୍ରଥମ ପ୍ରଶିକ୍ଷଣ ଅପ୍ରେଲ ୪ ତାରିଖଠାରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ଆସନ୍ତା ମଇ ମାସ ୧ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବାକୁଥିବା ପଛୁଆବର୍ଗ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଙ୍ଗ଼ିଶାରେ ଥିବା ପଛୁଆବର୍ଗ ଲୋକଙ୍କ ସାମାଜିକ ଅର୍ଥନୈତିକ ଓ ଶିକ୍ଷାଗତ ସ୍ଥ୍‌ିତି ସଂପର୍କରେ ସ୍ପଷ୍ଟ ଚିତ୍ର ହାସିଲ କରିବା ଏହି ସର୍ଭେର ମୂଳ ଲକ୍ଷ ବୋଲି ଅତିରିକ୍ତ ଜିଲ୍ଳାପାଳ ବବିତାରାଣୀ ଦଳବେହେରା ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟଯେ, ଏହି ସର୍ଭେ ମାଧ୍ୟମରେ ପଛୁଆବର୍ଗ ଲୋକଙ୍କ ବୃତ୍ତି , ଶିକ୍ଷାଗତ ଯୋଗ୍ୟତା ସହିତ ପରିବାରର ଲୋକମାନେ କେଉଁ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଛନ୍ତି ସେ ସଂପର୍କରେ ସୂଚନା ମିଳିବା ଦ୍ୱାରା ସେମାନଙ୍କ ସାମାଜିକ ,ଅର୍ଥନୈତିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ଠିକ୍ ତଥ୍ୟ ପ୍ରାପ୍ତ ହୋଇପାରିବ ।

ଏହି ସର୍ଭେ କାର୍ଯ୍ୟ ପାଇଁ ଗ୍ରାମାଞ୍ଚଳରେ ଏବଂ ଏନଏସିରେ ଅଙ୍ଗନବାଡି କର୍ମୀ,ଟେକ୍ସ କଲେକ୍ଟର ଏବଂ ୱାର୍ଡ ଅଫିସରମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ । ଏମାନେ ପରିବାର ସଦସ୍ୟମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଆଧାରରେ ଆଇସିଆର ସର୍ଭେ ଫର୍ମ ପୂରଣ କରିବେ । ଗ୍ରାମାଞ୍ଚଳରେ ଆଇସିଡିଏସ ସୁପରଭାଇଜର,ମାର୍କେଟିଂ ଇନସପେକ୍ଟର,ଜିପିଇଓ,ବିଏସଏସ ମାନଙ୍କୁ ସୁପରଭାଇଜର ଭାବରେ ନିଯୁକ୍ତି କରାଯାଇଛି । ଜଣେ ସୁପରଭାଇଜର ଅଧିନରେ ସର୍ବାଧିକ ୧୦ ଜଣ ଏନୁମରେଟର କାର୍ଯ୍ୟ କରିବେ । ସର୍ଭେ ସମୟରେ ଏନୁମରେଟରମାନେ ଛୁଟିଦିନ ସମେତ ପ୍ରତ୍ୟେକଦିନ ସର୍ଭେ ସେଣ୍ଟରରେ ଉପସ୍ଥିତ ରହିବେ ।

ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସର୍ଭେ କାର୍ଯ୍ୟ ପାଇଁ ବ୍ଲକ ଏବଂ ଏନଏସିରେ ମାଷ୍ଟର ଟ୍ରେନର ଚିହ୍ନଟ କରାଯାଇ ସେମାନଙ୍କ ଦାୟିତ୍ୱ ,ସର୍ଭେ ଫର୍ମ ସମ୍ବନ୍ଧରେ ବିସ୍ତୃତ ସୂଚନା,ଫର୍ମର ବ୍ୟବହାର,ଠିକ୍ କୋଡ୍ ସହିତ ଫର୍ମ ପୂରଣ କରିବା ଆଦି ବିଷୟରେ ଶିକ୍ଷା ଦିଆଯାଇଛି । ପଛୁଆବର୍ଗ ଜନସାଧାରଣଙ୍କ ଆର୍ଥିକ, ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଉଥାନ ପାଇଁ ରାଜ୍ୟ ସରକାର ଏହି ସର୍ଭେ କାର୍ଯ୍ୟକୁ ସୂଚାରୂରୂପେ ତଥା ଠିକ୍ ଭାବରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ଶିପୁରା ଅଞ୍ଚଳ ରେ ହେଟା ବାଘ ଆକ୍ରମଣ

Odisha Halchal

ସମ୍ପର୍କରେ ଲାଗିଲା ରକ୍ତ ଛିଟା; ପଥରରେ ଛେଚି ସାଙ୍ଗକୁ ହତ୍ୟା କଲା ସାଙ୍ଗ

Odisha Halchal

କଲେଜ ଛାତ୍ରୀ ର ଆତ୍ମହତ୍ଯା କୁ ନେଇ ଥାନା ରେ ଅଭିଯୋଗ

Odisha Halchal

Leave a Comment