ଓଡ଼ିଶା ଖବରନ୍ୟୁଜ୍

ଦୁଇଟି ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର

ଦୁଇଟି ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର

ବୌଦ୍ଧ:-ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳ ଠାରୁ ଖୁଣ୍ଟିଗୋରା ଦେଇ ଯାଇଥିବା ଏସଏଚ 41 କଣ୍ଟାମାଳ ଗିରିଗୋବୋର୍ଦ୍ଧନ ମନ୍ଦିର ପାଖରେ ଦୁଇଟି ବାଇକ ମଧ୍ୟ୍ୟରେ ମୁହାଁ ମୁହିଁ ଧକା ହେବାଫଳରେ ଜଣେ ମୃତ ଜଣେ ଗୁରୁତର। ଆହତ ବ୍ୟକ୍ତିକୁ ସୋନପୁର ମେଡିକାଲ ନେଇ ଥିବା ଜଣାପଡିଛି l

ମିଳିଥିବା ସୂଚନା ଅନୁଯାଇ କଣ୍ଟାମାଳ ଗ୍ରାମ ର ଲାଲୁ ବାଘ ତାଙ୍କ କାମ ସାରି ଖଲିଆପାଳି ରାସ୍ତା ଦେଇ ଘରକୁ ଫେରୁଥିବା ସମୟ ରେ କଣ୍ଟାମାଳ ପଟରୁ ଆସୁଥିଲେ ଅନ୍ୟ ଏକ ବାଇକ ରେ ବନ୍ଧପାଲି ଗ୍ରାମର ବବୁଲୁ ହାତୀ ଦୁହିଁଙ୍କ ବାଇକ ମୁହାଁ ମୁହାଁ ମୁହିଁ ଧକା ହୋଇଥିଲା l

ଘଟଣା ସ୍ଥଳରରେ କଣ୍ଟାମାଳ ଅଗନ୍ନିଶମ ବାହିନୀ ଗାଡ଼ି ପହଞ୍ଚି ଉଭୟ ଙ୍କୁ ଉଦ୍ଧାର କରି ଗୁରୁତର ଭାବରେ ଦୁହିଁଙ୍କୁ କଣ୍ଟାମାଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଥିଲେ l କଣ୍ଟାମାଳ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଲାଲୁ ଙ୍କ ମୃତ୍ୟୁ ହୋଇ ଥିଲା l ବବ୍ଲୁ ଗୁରୁତର ଥିବାରୁ ତାଙ୍କୁ ସୋନପୁର ମେଡିକାଲ ରେଫର କରିଥିଲେ କଣ୍ଟାମାଳ ଡାକ୍ତର ଜଗଦୀଶ ସେଠୀ।ଘଟଣା ସ୍ଥଳରେ କଣ୍ଟାମାଳ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Related posts

ବଡ଼ଦରଲୀପଡା ନାଲା ପୋଲରେ ଏକ ବାଇକ ଦୁର୍ଘଟଣା

Odisha Halchal

ସିଂଢ଼ୋଲ ଠାରେ ସଦ୍ଧାର ବଲ୍ଲବ ଭାଇ ପଟେଲ ଜୟନ୍ତୀ ପାଳିତ

Odisha Halchal

ମଇଁଷି ଗୋଠକୁ ଧକ୍କା  ଦେଲା ମୋଟର ସାଇକେଲ

Odisha Halchal

Leave a Comment