ଓଡ଼ିଶା ଖବରନ୍ୟୁଜ୍

ପୋଲିସ ଆଇଆଇସିଙ୍କ ମହାନୁଭବତା

ପୋଲିସ ଆଇଆଇସିଙ୍କ ମହାନୁଭବତା

ଗଞ୍ଜାମ:-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ଭୋଗଡା ଗ୍ରାମର ଜଣେ ଅସହାୟ ରୋଗଗ୍ରସ୍ତ ବ୍ୟକ୍ତିଙ୍କୁ ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଇ ମହାନୁଭବତାର ପରିଚୟ ଦେଇଛନ୍ତି।

ଭୋଗଡା ଗ୍ରାମର ରୋଗଗ୍ରସ୍ତ ଅସହାୟ ବ୍ୟକ୍ତି ସୁଦାମ ମହାରଣା ପ୍ରାୟ ଦୁଇ ବର୍ଷ ପୂର୍ବେ ନିଜ ଘରକୁ ସେହି ଗ୍ରାମର ଜଣେ ଅବସର ପ୍ରାପ୍ତ ସେନାଧିକାରୀ ପ୍ରଭାତ କୁମାର ମହାନ୍ତିଙ୍କୁ ବିକ୍ରି କରିଥିଲେ। ସେହି ଗ୍ରାମର ଜଣେ ବ୍ୟକ୍ତି କହିବା ଦ୍ୱାରା କେତେକ ଖବର କାଗଜରେ ଅସହାୟ ବ୍ୟକ୍ତି ସୁଦାମ ମହାରଣାଙ୍କ ଘର ବିକ୍ରିର କେତେକ ଟଙ୍କା ଦେଇନଥିବା ନେଇ ଖବର ପ୍ରକାଶ ପାଇଥିଲା। ଫଳରେ ଶ୍ରୀ ମହାନ୍ତି, ସେ ଘର କ୍ରୟର ସମସ୍ତ ଟଙ୍କା ଦେଇ କ୍ରୟ କରିଥିବା ବେଳେ ମିଥ୍ୟା ଖବର ପ୍ରକାଶ ପାଇଁ ବୁଗୁଡା ଥାନାରେ ତାଙ୍କର ସମ୍ମାନ ହାନୀ ହୋଇଥିବା ନେଇ ଲିଖିତ ଅଭିଯୋଗ ଦେଇଥିଲେ।

ଅଭିଯୋଗ ପରେ ବୁଗୁଡା ଆଇଆଇସି ଶ୍ରୀ ବେହେରା ଭୋଗଡା ଗ୍ରାମକୁ ଅନୁସନ୍ଧାନରେ ଆସି ସୁଦାମ ମହାରଣାଙ୍କୁ ଘର ବିକ୍ରି ବିଷୟ ପଚାରିଥିଲେ। ସୁଦାମ ମହାରଣା ଘରବିକ୍ରିର ସମସ୍ତ ଟଙ୍କା ମହାନ୍ତି ବାବୁଙ୍କ ଠାରୁ ପାଇଥିବା ସ୍ୱୀକାର କରିଥିଲେ। ଅନୁସନ୍ଧାନ ବେଳେ ସୁଦାମଙ୍କ ଅବସ୍ଥା ଦେଖି ଆମ୍ବୁଲାନ୍ସ ଡକାଇ ଶ୍ରୀ ମହାରଣାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଥିଲେ। ଶ୍ରୀ ମହାରଣାଙ୍କ ଗୋଡ଼ ଅଙ୍ଗୁଳି ପଚି ଦୁର୍ଗନ୍ଧ ବାହାରୁଥିବା ବେଳେ ନିକଟକୁ ଗ୍ରାମ ଲୋକମାନେ ଯାଉନଥିବା ବେଳେ ନିଜେ ଓ ନିଜର ଷ୍ଟାପ ଏବଂ ଆମ୍ବୁଲାନ୍ସ କର୍ମଚାରୀରୀଙ୍କ ସହଯୋଗରେ ଆଇଆଇସି ଶ୍ରୀ ବେହେରା ଚିକିତ୍ସା ପାଇଁ ନେଇଥିବା ବେଳେ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।

Related posts

ଋଷ ତେଲ ଓ ଗ୍ୟାସ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଲେ ମାସେ ଭିତରେ ବନ୍ଦ ହୋଇଯିବ ଯୁଦ୍ଧ

Odisha Halchal

ଫ୍ଲାଟ୍‌ରେ ଚଢାଉ କରି ୪ କୋଟି ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ, ୩ ହାୱାଲା ଚାଲାଣକାରୀ ଗିରଫ

Odisha Halchal

ମାଓବାଦୀଙ୍କୁ ସାମଗ୍ରୀ ଯୋଗାଇବା ଅଭିଯୋଗରେ ଜଣଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ

Odisha Halchal

Leave a Comment