ଓଡ଼ିଶା ଖବରନ୍ୟୁଜ୍

ବଡ଼ଦରଲୀପଡା ନାଲା ପୋଲରେ ଏକ ବାଇକ ଦୁର୍ଘଟଣା

ବଡ଼ଦରଲୀପଡା ନାଲା ପୋଲରେ ଏକ ବାଇକ ଦୁର୍ଘଟଣା

ନୂଆପଡ଼ା:- (ରିପୋର୍ଟ:-ଚେତୁଁରାମ ପ୍ରଧାନୀ )ସିନାପାଲି ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡା ପଞ୍ଚାଯତ ବଡ଼ଦରଲୀପଡା ନାଲା ପୋଲରେ ଏକ ବାଇକ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ଛତିଶଗଡ଼ ଇନ୍ଦାଗାଁ ର ନନ୍ଦୁ ୟାଦବ(୩୨) ଓ ଗୁରୁତର ସ୍ତ୍ରୀ ସେବତୀ ଯାଦବ (୨୮) ବୋଲି ଜଣାପଡ଼ିଛି।

ସୂଚନାରୁ ପ୍ରକାଶ ଯେ ସ୍ଥାନୀୟ ଧୁଙ୍ଗିଆମୁଣ୍ଡା ଠାରେ ଧନୁଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱାମିସ୍ତ୍ରୀ ଶ୍ୱଶୁର ଘର କୁଳିଆପଥରକୁ ଆସିଥିଲେ। ସନ୍ଧ୍ୟା ୬ଟା ସମୟରେ ଧନୁଯାତ୍ରା ଦେଖିବାକୁ ଯାଉଥିବା ବେଳେ ବଡ଼ଦରଲୀପଡା ନିକଟରେ ଥିବା ଏକ ପୋଲରେ ବାଇକ ଦୁର୍ଘଟଣାରେ ଉଭୟ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରିଥିଲେ।

ହେଲେ ସ୍ୱାମୀ ମୃତ ହୋଇସାରିଥିବ ବେଳେ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଖବର ପାଇ ସିନାପାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରିଥିଲା। ବର୍ତମାନ ମୃତ ଶରୀରକୁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଗୁରୁତର ସ୍ତ୍ରୀ ସେବତୀକୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ବର୍ତମାନ ସେବତୀ ର ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

Related posts

ଦୁଇ ବାଇକ ମୁହାଁମୁହିଁ ଧକ୍କା

Odisha Halchal

ପୁଅ ଯେମିତି ଝିଅ ସେମିତି

Odisha Halchal

ଜାତୀୟ ସେବା ଯୋଜନାର ଶୀତ କାଳୀନ ସ୍ଵତଂନ୍ତ୍ର ଶିବିର

Odisha Halchal

Leave a Comment