ଓଡ଼ିଶା ଖବରନ୍ୟୁଜ୍

ଆଜିର ଅପଡେଡ଼ ଖବର

ଆଜିର ଅପଟୁଡେଟ ଖବର

ଭୁବନେଶ୍ୱର :-୦୮/୦୧/୨୦୧୩ (ବ୍ୟୁରୋ ଓଡିଶା ହାଲଚାଲ)୧:-ସମ୍ବଲପୁର: ହୀରାକୁଦ ଡ୍ୟାମରେ ସକାଳ ୬ଟାରୁ ବିଦେଶାଗତ ପକ୍ଷୀ ଗଣନା ଆରମ୍ଭ, ଡ୍ୟାମକୁ ୧୫ଟି ସେକ୍ଟରରେ ବିଭକ୍ତ କରି ଚାଲିଛି ପକ୍ଷୀ ଗଣନା, ୩୦ ଜଣ ପକ୍ଷୀ ବିଶାରଦଙ୍କୁ ନେଇ ଗଠିତ ହୋଇଛି ୩୦ଟି ଟିମ୍, ସନ୍ଧ୍ୟା ୫ଟା ଯାଏଁ ଚାଲିବ ପକ୍ଷୀ ଗଣନା କାର୍ଯ୍ୟ
୨:-ଆଜିଠୁ ହୀରାକୁଦରେ ପକ୍ଷୀଗଣନା ସକାଳ ୬ଟାରୁ ଆରମ୍ଭ ହୋଇଛି ପକ୍ଷୀ ଗଣନା ହୀରାକୁଦରୁ ଛତିଶଗଡ଼ ବୋର୍ଡର ପର୍ଯ୍ୟନ୍ତ ଗଣନା
ପକ୍ଷୀଗଣନା ପାଇଁ ୧୫ଟି ସେକ୍ଟର ତିଆରି ହୋଇଛି ୩୦ଟି ଟିମ୍‌ରେ ୩୦ଜଣ ବାର୍ଡ ଏକ୍ସପର୍ଟ ସାମିଲ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ପକ୍ଷୀ ଗଣନା
୩:-ଭୁବନେଶ୍ୱର: ଅଳ୍ପକେ ବର୍ତ୍ତିଲା ପୁରୀ-ଜଳେଶ୍ୱର ମେମୁ ଟ୍ରେନ୍ ରାଜମହଲ ଓଭର ବ୍ରିଜ୍ ତଳେ ଟ୍ରେନ୍ ଉପରେ ଛିଣ୍ଡି ପଡ଼ିଲା ବିଦ୍ୟୁତ୍ ତାର ଟ୍ରେନ୍ ତାର ତଳେ ପଡିବା ପରେ ଟ୍ରାକ୍ କଡ଼ରେ ନିଆଁ ଲାଗିଯାଇଥିଲା ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲା ନିଆଁ ଲାଗିବା ହେତୁ ୪୫ ମିନିଟ ପାଖାପାଖି ଟ୍ରେନ୍ ଅଟକି ରହିଥିଲା
୩-କେନ୍ଦୁଝର: ଭାରସାମ୍ୟ ହରାଇ ଟ୍ରକ ପଛକୁ ପିଟିଲା ବସ୍, ୩ ଗୁରୁତର । ୪୦ ଯାତ୍ରୀଙ୍କୁ ନେଇ ଅନୁଗୁଳରୁ ଟାଟା ଯାଉଥିବା ବସ୍ ସଦର ଥାନା ଡଙ୍ଗାପାଣି ଗାଁ ନିକଟରେ ଟ୍ରକ ପଛକୁ ପିଟିଲା । ୩ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି
୪-ରାଜ୍ୟରେ ପୁଣି ଲେଉଟିଲା ଶୀତ । ସାରା ରାଜ୍ୟରେ ଅନୁଭୂତ ହେଉଛି ପ୍ରବଳ ଶୀତ । ୧୦ଡିଗ୍ରୀ ତଳେ ୨୦ ସହର । ୫.୬ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଥଣ୍ଡା । ସ୍ଥାନେ ସ୍ଥାନେ ଶୀତ ଲହରୀ ବୃଦ୍ଧି ସମ୍ଭାବନା
୫-ଜାମ୍ମୁ କାଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ । ବାଲାକୋଟ ଅଞ୍ଚଳରେ ଏନ୍‌କାଉଣ୍ଟର, ସର୍ଚ୍ଚ ଅପରେସନ ଜାରି । ଜାନୁଆରୀ ୧ ରାଜୌରୀରେ ୭ ଜଣଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ଥିଲେ
୬-ଆଜି ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶତବାର୍ଷିକୀ ସମାବେଶ ସମାବେଶରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ହେବ ସମାବେଶ ଅନୁଗୁଳଚନ୍ଦ୍ରଙ୍କ ଉତ୍କଳ ଆଗମନକୁ ପୂରିଲା ୧୦୧ ବର୍ଷ ଶୃଙ୍ଖଳିତ ସମାବେଶ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା୬-ଅର୍ଚ୍ଚନା ନାଗ ମାମଲାରେ ED କାଲି ଦାଖଲ କରିବ ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍; ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ଦାଖଲ ହେବ ଚାର୍ଜସିଟ; ଜେରାର ସମ୍ମୁଖୀନ ସମସ୍ତଙ୍କ ଅଡିଓ ଓ ଭିଡିଓ ରେକର୍ଡ ମଧ୍ୟ ଦାଖଲ ହେବ
୭-କଟକ: ସାଲେପୁର ମାହାଙ୍ଗାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; କହିଲେ- ରାଜ୍ୟର ଯୁବକମାନେ ବାହାର ଅଞ୍ଚଳକୁ ଦାଦନ ଖଟିବାକୁ ଯାଉଛନ୍ତି, ୨୨ ବର୍ଷ ଶାସନରେ ଯିଏ କାମ ଯୋଗାଇ ପାରୁନି ଦମ୍ଭ ଭାଙ୍ଗିବା ଉଚିତ
୮-ପ୍ରଫେସର ବିଧୁଭୂଷଣ ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ,୪ ବର୍ଷ ପାଇଁ ବିଧୁଭୂଷଣଙ୍କୁ କୁଳପତି ନିଯୁକ୍ତ କଲେ ରାଜ୍ୟପାଳ
୯-ଭବାନୀପାଟଣା: ଟ୍ରକ୍ ଚାପାରେ ୩ ବାଇକ୍ ଆରୋହୀ ମୃତ NH-୨୬ର ପାଷ୍ଟିକୁଡ଼ି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା
ମୃତକ ୩ ଜଣ ସ୍ଥାନୀୟ ରକାବାହାଲି ଗାଁର ସୂଚନା ଉତ୍‌କେଲାରୁ କ୍ରିକେଟ ମ୍ୟାଚ ଖେଳି ଫେରୁଥିଲେ ୩ ସାଙ୍ଗ
୧୦-ମାଗଣାଟୀକା ମିଳିବନି !କେନ୍ଦ୍ର ସରକାରଙ୍କ ପାଖରେ ଯେଉଁ ଟୀକା ଉପଲବ୍ଧ, ତାହା ସବୁ ରାଜ୍ୟ ସରକାରଙ୍କୁ ଉପଲବ୍ଧ କରାଯାଇଛି। ଘରୋଇ ହସ୍ପିଟାଲକୁ ବି ଟୀକାକରଣ ଲାଗି ଅନୁମତି ଦିଆଯାଇଛି। ରାଜ୍ୟ ସରକାର ଯଦି ଟୀକା କିଣିବାକୁ ଚାହୁଁଛନ୍ତି, ତେବେ ଟୀକା କିଣି ଲୋକମାନଙ୍କୁ ଦେଇପାରିବେ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
୧୧-ଭଞ୍ଜନଗର: ଜଗନ୍ନାଥପ୍ରସାଦ ଖମାରପଲ୍ଲୀ ଗାଁରେ ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ
୧୨-ବୌଦ୍ଧ ଜିଲ୍ଲା ବାଉଁଶୁଣି ପୁଲିସ୍ ଅଇଁଲାପାଲି ଗାଁରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୫ ଜଣ ବୌଦ୍ଧ ଜିଲ୍ଲାର ହୋଇଥିବା ବେଳେ ଜଣେ ସୋନପୁର ଜିଲ୍ଲାର। ସେମାନଙ୍କ ଠାରୁ ୬ଟି ମୋବାଇଲ ସହ ୧୮ ହଜାର ଟଙ୍କା ଜବତ କରାଯାଇଛି।

୧୩-କେନ୍ଦୁଝର: ଭାରସାମ୍ୟ ହରାଇ ଟ୍ରକ ପଛକୁ ପିଟିଲା ବସ୍, ୩ ଗୁରୁତର । ୪୦ ଯାତ୍ରୀଙ୍କୁ ନେଇ ଅନୁଗୁଳରୁ ଟାଟା ଯାଉଥିବା ବସ୍ ସଦର ଥାନା ଡଙ୍ଗାପାଣି ଗାଁ ନିକଟରେ ଟ୍ରକ ପଛକୁ ପିଟିଲା । ୩ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି

Related posts

ଭାଇ ହେଲା ଭଗାରୀ, ସାନ ଭାଇକୁ ହତ୍ୟା କଲେ ୩ ବଡ ଭାଇ

Odisha Halchal

ଆଦର୍ଶ ସ୍କୁଲ ର ଶିକ୍ଷାଦାନ ଆରମ୍ଭ

Odisha Halchal

ବଣୁଆ ହାତୀ ଙ୍କ ଉପଦ୍ରବ

Odisha Halchal

Leave a Comment