ଓଡ଼ିଶା ଖବରନ୍ୟୁଜ୍

ଟର୍ଚ୍ଚ ଲାଇଟରେ ଚାଲିଛି ସ୍ୱାସ୍ଥ୍ୟ ସେବା

ଟର୍ଚ୍ଚ ଲାଇଟରେ ଚାଲିଛି ସ୍ୱାସ୍ଥ୍ୟ ସେବା

ରାଇଘର:-(ରିପୋର୍ଟ :-ଗୁଲସନ କୁମାର )ନାକଟିସିମୋଡା ଡିଏନକେ ଗ୍ରାମରେ ରାତିରେ ଏକ ହୃଦୟ ବିଦାରକ ଦୃଶ୍ୟ ମେଡିକାଲ୍ ପରିସରରେ ଦେଖିବାକୁ ମିଳିଛି l ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁତର ରୋଗୀଙ୍କୁ ଟର୍ଚ୍ଚ ଲାଇଟ ଦ୍ୱାରା ସେବା ଯୋଗାଇ ଆସୁଥିବା ବେଳେ ଅକ୍ସିଜେନ ସୁବିଧା ଥାଇ ମଧ୍ୟ ଲାଇଟ୍ ନ ଥିବା ଯୋଗୁଁ ଯୋଗାଇ ହୋଇ ପାରିଲା ନାହିଁ l ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଥିଲା ତେବେ ଏହି ଘଟଣାକୁ ନେଇ ପରିବାରବର୍ଗ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା l
ନାକଟିସିମୋଡା ଡିଏନକେ ଗ୍ରାମର ମୋନଜ୍ ଗାଇନ୍‌ ଙ୍କ ପୁଅ ମିଲନ ଗାଇନ ମାମୁ ଘର ପାୱାରବେଲା-୧ ଗ୍ରାମର ଗୌତମ ସରକାରଙ୍କ ଘରେ ଆସିଥିଲେ l

ଏଠାରେ ମାମୁ ପୁଅ ରାଜେନ୍ ସରକାର ଓ ମିଲନ ଦୁହେଁ ଗ୍ରାମରେ ବୁଲା ବୁଲି କରୁଥିବା ବେଳେ ପାୱାରବେଲା ୧ ଗ୍ରାମର ଅନ୍ୟ ଜଣେ ବନ୍ଧୁ ରଜତ ମଣ୍ଡଳ ସହ ମିଶି ନିକଟବର୍ତୀ ବୀରପୁର୍ ଗ୍ରାମରେ ନାମଯଜ୍ଞ ବୁଲି ଯିବାକୁ ସ୍ଥିର କରିବା ସହ ଏକ ବାଇକ ଯୋଗେ ତିନି ଜଣ ମିଳିତ ଭାବେ ନାମ ଯଜ୍ଞ ଦେଖିବାକୁ ବାହାରିଥିଲେ ତେବେ ଯିବା ବାଟରେ ଦ୍ରୁତ ଗତି ଗାଡି ଚାଳନା ଯୋଗୁଁ ଫଟକିପାରା ଛକ ନିକଟରେ ଦୁର୍ଘଟଣା ଘଟି ତିନି ଜଣ ଫିଙ୍ଗି ହୋଇ ପଡିଥିଲେ l ଖବର ପାଇ ନିକଟବର୍ତି ଗ୍ରାମବାସୀ ସଙ୍ଗେ ସଙ୍ଗେ ଉଦ୍ଧାର କରି ମେଡିକାଲ୍ ଠାରେ ଭର୍ତି କରିଥିଲେ l ଡକ୍ଟର ବାରିଦ ବରଣ ବିସି ଅନେକ ଚେଷ୍ଟା ସହ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ବେଳେ ଗୁରୁତର ଅବସ୍ଥାରେ ଥିବା ମିଲନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା l ଗୁରୁତ୍ବପୁର୍ଣ୍ଣ ବିଷୟ ହେଉଛି ଗତକାଲି ସକାଳ ୧୦ ଟା ସମୟ ଠାରୁ ରାଇଘର ବ୍ଲକ୍ ଠାରେ ବିଦ୍ୟୁତ ବିଛିର୍ନ୍ନ୍ ରହିଥିଲା l ସମ୍ପୁର୍ଣ ଅନ୍ଧକାରମୟ ପରିବେଶ ଭିତରେ ରାଇଘର ରହିଥିବା ବେଳେ ରାତିରେ ମଧ୍ୟ ବିଦ୍ୟୁତ୍ ରହି ନ ଥିଲା l ଗୁରୁତର ଅବସ୍ଥାରେ ମେଡିକାଲ୍ ପରିସରରେ ମିଲନକୁ ସଂପର୍କୀୟ ଭର୍ତି କରିବା ପରେ ଏଠାରେ ଟର୍ଚ୍ଚ ଲାଇଟ ଲଗାଇ ସେବା ଯୋଗାଇ ଦିଆ ଯାଇଥିଲା l ତେବେ ଅବସ୍ଥା ଗୁରୁତର ସମୟରେ ଅକ୍ସିଜେନ ଲଗାଇବା ନିମନ୍ତେ ଡକ୍ଟର ପରାମର୍ଶ ଦେଇଥିଲେ କିନ୍ତୁ ଏଠାରେ ଇନଭେଟର ସଂଯୋଗ ରହିଥିଲେ l

ବ୍ଲକ୍ ହେଡ କ୍ୟାଟର ମେଡିକାଲ୍ ଠାରେ କେବଳ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ମିଳୁ ଥିଲେ ମଧ୍ୟ ଲାଇଟ ନିମନ୍ତେ ସ୍ବତନ୍ତ୍ର ଜେନେରେଟର ବ୍ୟବସ୍ଥା କରିବା ଆବଶ୍ୟକତା ରହିଛି l ଦୁର୍ଘଟଣା ଜନିତ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ଜୀବନ ଅକ୍ସିଜେନ ପାଇ ପାରିଲା ନାହିଁ ସତ କିନ୍ତୁ ଏଭଳି ପୁନର୍ବାର ଘଟଣା ନ ଘଟିବ କହି ହେବ ନାହିଁ l ଆଦିବାସୀ ଅଧ୍ୟୁଷିତ ଅଂଚଳର ଶେଷ ସୀମାନ୍ତ ବ୍ଲକ୍ ରାଇଘର l ଜଂଗଲ ଅଂଚଳ ବୋଲି ବିଦ୍ୟୁତ ବିଭାଗର ଅନେକ ସମୟରେ ଅନେକ ସମସ୍ୟା ଲାଗି ରହୁଛି କିନ୍ତୁ ଏହାକୁ ଗୁରୁତ୍ବ ଦେଇ ସ୍ୱାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ବ୍ୟାଟେରୀ କିମ୍ବା ଜେନେରେଟର ଲଗାଇବା ଆବଶ୍ୟକତା ରହିଛି l ଏହି ଘଟଣାକୁ ନେଇ ମେଡିକାଲ୍ ପରିସରରେ ତୁମୁଳକାଣ୍ଡ ଘଟିବା ଆଶଙ୍କା ମଧ୍ୟ ରହିଥିଲା l ଅବ୍ୟବସ୍ଥା ଦେଖି ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ କିନ୍ତୁ ଶେଷ ପର୍ଯ୍ୟନ୍ତ ଅବ୍ୟବସ୍ଥା ମଧ୍ୟରେ ବି ଡକ୍ଟର ବାରିଦ ବରଣ ବିସି ଯେଉଁ ଚେଷ୍ଠା ଜାରୀ ରଖିଥିଲେ ଏହାକୁ ନେଇ ସମସ୍ତେ ନିରବ ଥିଲେ l ୧୭ ବର୍ଷର ପୁଅକୁ ହରାଇ ବାପା ମାଆ ଭାଙ୍ଗି ପଡିଥିବା ବେଳେ ସାଙ୍ଗ ସାଥୀ ମାନଙ୍କ ସହ ବନ୍ଧୁ ବାନ୍ଧବ ସହ ପରିବାରବର୍ଗ ମଧ୍ୟରେ ଅସନ୍ତୋଷ ନିଆଁ ଲାଗି ରହିଥିଲେ ମଧ୍ୟ ସମସ୍ତେ ନିରବ ରହିଥିଲେ l

ଜଲାଙ୍ଗପାରା ସମିତି ସଭ୍ୟ ରାଜେଶ ଅଧିକାରୀ ଲଗାତାର ଭାବେ ଫଟକିପାରା ଛକ ନିକଟରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି ପ୍ରଶାସନ ଉକ୍ତ ସ୍ଥାନରେ ସ୍ବତନ୍ତ୍ର ଦ୍ରୁଷ୍ଟି ଦେବାକୁ ଦାବୀ କରିଥିଲେ ଓ ରାଇଘର ମେଡିକାଲ୍ ଠାରେ କିଭଳି ସମସ୍ତ ସୁବିଧା ସୁଯୋଗ ମିଳି ପାରିବ ସେଥି ପ୍ରତି ସ୍ୱାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l ଯଥା ଶିଘ୍ର ବ୍ୟାଟେରୀ କିମ୍ବା ଜେନେରେଟର ସୁବିଧା ସୁଯୋଗ କରିବାକୁ ସବୁ ମହଲରେ ଦାବୀ ହୋଇଛି l ଏହି ଘଟଣା ପରେ ସବୁ ମହଲରେ ଅନେକ ପ୍ରତିକ୍ରିୟା ମଧ୍ୟ ଆସିଛି l ଦୁର୍ଘଟଣା ଘଟଣାରେ ଅତି ଗୁରୁତର ରୋଗୀ କୁ ଅକ୍ସିଜେନ ବ୍ୟବସ୍ଥା ମିଳି ପାରିଲା ନାହିଁ ସାଧାରଣ ରୋଗୀ ଏଭଳି ବିଦ୍ୟୁତ ବିଛିର୍ନ୍ନ୍ ସମୟରେ ଗଲେ ସେ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖିନ ହେବା ସ୍ବାଭାବିକ ତେଣୁ ସୀମାନ୍ତ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ସବୁ ସମୟରେ ରହିବା ଅସମ୍ଭବ ତେଣୁ ସ୍ୱାସ୍ଥ୍ୟ ବିଭାଗ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକତା ରହିଛି l ରାଇଘର ପୋଲିସ ଆଜି ସକାଳେ ପହଞ୍ଚି ଶବ ଜବତ ସହ ତଦନ୍ତ ଆରମ୍ଭ କରିଛି l

Related posts

ଅଧ୍ୟାପକଙ୍କ ଆନ୍ଦୋଳନକୁ ନଜରରେ ରଖି ସରକାରଙ୍କ ବିକଳ୍ପ

Odisha Halchal

ମାଆ ଶ୍ୟାମାକାଳୀଙ୍କ ପୂଜା ପାଇଁ କଳସ ଯାତ୍ରା

Odisha Halchal

ପୋଖରୀରେ ବୁଡି ଶିଶୁପୁତ୍ର ମୃତ

Odisha Halchal

Leave a Comment