ଅପରାଧଓଡ଼ିଶା ଖବରନ୍ୟୁଜ୍

ଭବିଷ୍ୟତ କରିବାକୁ ଉଜ୍ୱଳ ଜୀବନ ସହ ଚାଲିଛି ଖେଳ

ଭବିଷ୍ୟତ କରିବାକୁ ଉଜ୍ୱଳ ଜୀବନ ସହ ଚାଲିଛି ଖେଳ

ଜୀବନକୁ ବାଜି ଲଗେଇ ଭରା ନଦୀ ପାର ହୋଇ ପାଠ ପଢିବା ପାଇଁ ଯାଉଛନ୍ତି ଛାତ୍ର ଛାତ୍ରୀ ଏମିତି ଏକ ଦୂର୍ଷ୍ୟ ଦେଖିବାକୁ ମିଳଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ରେ ଏପଟେ ଋଷୁକୁଲ୍ୟା ନଦୀର ଅପର ପାଶ୍ୱରେ ଥିବା ଗ୍ରାମର 50 ରୁ ଉଦ୍ଧ ଛାତ୍ର ଛାତ୍ରୀ ମାନେ ପ୍ରତିଦିନ ସ୍କୁଲ କଲେଜ ଯିବା ପାଇଁ ଲୁଗା ଓ ଚଦର ପିନ୍ଦି ଭରା ଜଳରେ ପାରି ହେବା ପରେ ନଦୀ ଆରପଟେ ଲୁଗା ବଦଳାଇ ସ୍କୁଲ ଓ କଲେଜ ୟୁନିଫର୍ମ ପିନ୍ଦି ଯାଆନ୍ତି।

ଏପରିକି ନଦୀରେ ଅଧିକ ପାଣି ଆସିଲେ ମାସ ମାସ ଧରି ପିଲାମାନେ ସ୍କୁଲ କଲେଜ ଛୁଟି କରିଥାନ୍ତି।ଗଂଜାମ ଜିଲ୍ଲା ସୋରଡା ବ୍ଲକ ସହ ଯୋଡିବା ଓ ଲୋକଙ୍କୁ ଜରୁରୀ ସେବା ଯୋଗାଇ ଦେବା ଲକ୍ଷ ରେ ସରକାର ନୁଆଁଗଡ଼ ଠାରେ ବିଜୁସେତୁ ଯୋଜନା ରେ ସେତୁ ନିର୍ମାଣ କାଯ୍ୟ ଆରମ୍ଭ କଲେ। 1503.0 ଲକ୍ଷ ଟଙ୍କା ଅଟକଲରେ ନିର୍ମାଣ କରାଯାଉଥିବା ସେତୁଟି 04.10.2022 ସୁଦ୍ଧା ଶେଷ କରିବାର ଲକ୍ଷ ରଖାଯାଇଥିଲା। ହେଲେ ।

କେଶରା,ବାରଧାଙ୍ଗିଡି,ନୀଳକଣ୍ଠପୁର,ନାଗପୁର,ରଙ୍ଗାବାଲି, ତତାବାଲି ଓ କୋଟିନଡା ଆଦି ଗ୍ରାମର ଦଶ ହଜାର ରୁ ଉଦ୍ଧ ଲୋକଙ୍କ ସୁବିଧା ପାଇ ନିର୍ମାଣ କରାଯାଉଥିବା ଏହି ସେତୁଟିର କାମ ମନ୍ତର ଗତିରେ ଚାଲିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଠିକା ସଂସ୍ଥା ର ଅବହେଳା ଫଳରେ ସେତୁ ନିର୍ମାଣର ଅବଧି ବିତି ଯାଇଥିଲେ ବି 10 ପ୍ରତିଶତ କାମ ଏବେ ଶେଷ ହୋଇନି। ଫଳରେ ମାର୍କେଟ,ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ନୂଆଗଡ଼ ଓ ସୋରଡା ଉପରେ ନିର୍ଭର କରୁଥିବା ଲୋକେ ଋଷୁକୁଲ୍ୟା ନଦୀର ଉଛୁଳା ଜଳ ରାଶିରେ ବିପଦ ସଙ୍କୁଳ ଅବସ୍ଥାରେ ପ୍ରତିଦିନ ଯାତ୍ରା କରୁଛନ୍ତି।

ଏନେଇ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କୁ ଅବଗତ କରିବାରୁ ସେ କହିଛନ୍ତି ଯେ, ‘ସରକାରଙ୍କ ତରଫରୁ ବିଜୁସେତୁ ଯୋଜନାରେ ସାମିଲ କରି ଟେଣ୍ଡର ଦିଆସରିଛି । କିନ୍ତୁ କଣ୍ଟ୍ରାକ୍ଟରର ମନମୁଖୀ ଯୋଗୁଁ ସେତୁ କାମ ଅଧାପନ୍ତରିଆ ହୋଇ ପଡିରହିଛି । କଣ୍ଟ୍ରାକ୍ଟରକୁ ବାରମ୍ବାର ତାଗିଦ କରାଯାଉଛି ହେଲେ ସେ ହାଇକୋର୍ଟର ଆଶ୍ରୟ ନେଉଛି ।’ ଖୁବଶୀଘ୍ର ସମସ୍ୟାର ସମାଧାନ କରି ସେତୁ କାର୍ଯ୍ୟ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି l

Related posts

ସାବତମାର ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା

Odisha Halchal

୧୦ ଦିନରେ ୪.୫ କୋଟିର ନିଶା ସାମଗ୍ରୀ ଜବତ୍‌

Odisha Halchal

ଗ୍ରାହକଙ୍କ ପାଇଁ ଖୁସି ଖବର, ଚଳିତ ମାସରୁ ଆରମ୍ଭ ହେବ 5G ସେବା

Odisha Halchal

Leave a Comment