ଓଡ଼ିଶା ଖବରନ୍ୟୁଜ୍

ବନଭାରତୀ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର ଏବଂ ବାଇକ ଆମ୍ବୁଲାନ୍ସ ସେବା

ବନଭାରତୀ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର ଏବଂ ବାଇକ ଆମ୍ବୁଲାନ୍ସ ସେବା

ଭୋଗରାଇ:-ଓଡିଶା ର ସୁପରିଚିତ ଫାଉଣ୍ଡେସନ ତଥା ବନଭାରତୀ ଫାଉଣ୍ଡେସନ ତରଫରୁ ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି -1 ଗ୍ରାମ ରେ ଆଜି ରକ୍ତଦାନ ଶିବିର ଏବଂ ବାଇକ ଆମ୍ବୁଲାନ୍ସ ସେବା ଉଦଘାଟିତ ହେଇଛି । ଏହି ଅବସରରେ ବନଭାରତୀ ଫାଉଣ୍ଡେସନ ର ମୁଖ୍ୟ ନଗେନ୍ଦ ସାମଲ ଙ୍କ ବାସଭବନ ରେ ଆଜି ଏକ ସଭା ଅନୁଷ୍ଠିତ ହେଇଥିଲା ।

ଏହି ସଭା ରେ ସମଜସେବୀ ରାଜେନ୍ଦ୍ର କୁମର ପଣ୍ଡା ସଭପତିତ୍ୱ କରୁଥିବା ବେଳେ ଭୋଗରାଇ ବ୍ଲକ ଅଧ୍ୟକ୍ଷ, ପ୍ରବୀର କୁମାର ଦାସ ଉପାଧ୍ୟକ ମୀନାରାଣୀ ସାସମଲ, କବି ସୁକୁମାର ଦାସ,ଖରିଦିପିପଳ ପଂଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀପତି ଜେନା,ସମାଜ ସେବୀ ଯୁଗେନ୍ଦ୍ର ପାଳ, ସମିତି ସଭ୍ୟା ଅଞ୍ଜଳି ଜେନା, ରାଷ୍ଟୀୟ ପ୍ରଭାସି ଓଡ଼ିଆ ମୀନକେତନ ମିଶ୍ର, ଯୋଗ ଦେଇ ସାମଲ ଙ୍କ ପରିବାର କୁ ଧନ୍ୟବାଦ ଦେଇଥିଲେ ।

ଏହି ରକ୍ତ ଦାନ ଶିବିର ରେ 30 ୟୁନିଟ ରକ୍ତ ସଂଗ୍ରହ ହେଇଥିଲା ଗ୍ରାମାଞ୍ଚଳ ରେ ଏହି ବାଇକ ଆମ୍ବୁଲାନ୍ସ ସେବା ଲୋକ ମାନଙ୍କର ବେଶ ସହାୟକ ହେବ ବୋଲି ଅତିଥି ମାନେ ମତଵ୍ୟକ୍ତ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ବନଭାରତୀ ଫାଉଣ୍ଡେସନ ର ସମସ୍ତ କର୍ମକର୍ତା ଏବଂ ପରିବାରବର୍ଗ ମାନେ ସହଯୋଗ କରିଥିଲେ।

Related posts

ଶ୍ୱଶୁର ଘରେ ବୋହୂର ଝୁଲନ୍ତା ମୃତଦେହ, ବିବାହକୁ ପୂରିନି ୨ ମାସ

Odisha Halchal

ଏପ୍ରିଲ ୧ରୁ ବଦଳିଯିବ ଆୟକର ସମ୍ବନ୍ଧୀୟ ଅନେକ ନିୟମ

Odisha Halchal

ରାଜ୍ୟର ପ୍ରଥମ ଗ୍ରାମୀଣ ସ୍ପେସ୍ ଲ୍ୟାବ୍କୁ ନେଇ ସାମ୍ବାଦିକ ସମ୍ମିଳନୀ

Odisha Halchal

Leave a Comment