ଓଡ଼ିଶା ଖବରନ୍ୟୁଜ୍

ଓଲଟିଲ ଧାନ ବୋଝେଇ ଟ୍ରକ,ଅଳ୍ପକେ ବର୍ତିଲେ ଡ୍ରାଇଭର

ଓଲଟିଲ ଧାନ ବୋଝେଇ ଟ୍ରକ,ଅଳ୍ପକେ ବର୍ତିଲେ ଡ୍ରାଇଭର

ନବରଙ୍ଗପୁର:-ଓଲଟିଲ ଧାନ ବୋଝେଇ ଟ୍ରକ,ଅଳ୍ପକେ ବର୍ତିଲେ ଡ୍ରାଇଭର ।ରାଇଘର ସଦର ମହକୁମା ଠାରୁ ସୀମାନ୍ତ କୁନ୍ଦେଇକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଯୋଡ଼ିଙ୍ଗା ଦେବଭରଣ୍ଡି ମଧ୍ୟସ୍ଥଳରେ ଏକ ଧାନ ବୋଝେଇ ଟ୍ରକ ଓଲଟି ପଡ଼ିଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ଘଟଣା ସ୍ଥଳରେ ରାଇଘର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଥାଉ ଯେ ଉମରକୋଟ ଅଞ୍ଚଳରୁ ଏକ ଟ୍ରକ ଗାଡ଼ି ନମ୍ବର CG17 c a 7515 ଯୋଗେ ଧାନ ବୋଝେଇ ହୋଇ ଛତିଶଗଡ଼ ଅଭିମୁଖେ ରାସ୍ତାର ଯୋଡିଙ୍ଗା ଦେବଭରଣ୍ଡି ମଧ୍ୟସ୍ଥଳରେ ଭାରସାମ୍ୟ ହରାଇ ବିଲ ମଧ୍ୟରେ ଓଲଟି ପଡ଼ିଥିଲା । ଡ୍ରାଇଭର କୁ ଉଧାର କରାଯାଇ ହାଟ ଭରଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ।

ଖବର ପାଇ ରାଇଘର ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଘଟଣା ସ୍ଥଳରେ ହୋମ୍ ଗାର୍ଡ ନିୟୋଜିତ କରିଥିଲେ । ତେବେ ଗାଡ଼ିରେ କେତେ ବସ୍ତା ଧାନ ଥିଲା ତଦନ୍ତ ପରେ ଜଣାପଡ଼ିବ । ଅନ୍ୟ ପଟେ ଧାନ ମୁଖ୍ୟ ରାସ୍ତା ଦେଇ ଖୁଲମଖୁଲା ଟ୍ରକ ଯୋଗେ ଚାଲାଣ ହେଉଥିବା ବେଳେ ପ୍ରଶାସନ ତରଫରୁ ଯାଞ୍ଚ କରାଯାଉନାହିଁ ।

Related posts

ଛତ୍ରପୁର ତହସିଲଦାର ଭାବେ ଦିବ୍ୟା ମହାନ୍ତି ଙ୍କ ଦାୟିତ୍ୱ ଗ୍ରହଣ

Odisha Halchal

ଚିଲିକାରେ ଚାଲିଲା ଭସାପୋଲ, ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ଦରିଆରେ ଯାଇଥିଲା ଅଟକି

Odisha Halchal

ନକଲି ବିଦେଶୀ ମଦ କାରଖାନା ଠାବ 

Odisha Halchal

Leave a Comment