ଅପରାଧଓଡ଼ିଶା ଖବରନ୍ୟୁଜ୍

ନକଲି ବିଦେଶୀ ମଦ କାରଖାନା ଠାବ 

ନକଲି ବିଦେଶୀ ମଦ କାରଖାନା ଠାବ 

ନୂଆପଡା:-(ସ :ପ୍ର ଓଡିଶା ହାଲଚାଲ) ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡଧରଣର ସଫଳତା ମିଳିଛି । ନକଳି ବିଦେଶୀ ମଦ କାରଖାନା ଠାବ କରିବା ସହ ଲକ୍ଷାଧିକ ଟଙ୍କା ମୁଲ୍ୟର ଅସଲି କମ୍ପାନୀର ଲେବଲ ଓ ଠିପି ଜବତ କରା ଯାଇଛି । ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରା ଯାଉଛି ।

ନୂଆପଡା ଜିଲ୍ଲା ଖରିଆରରୋଡରେ ଏକ ନକଳି ବିଦେଶୀ ମଦ କାରବାର ହେଉ ଥିବା ଅବକାରୀ ବିଭାଗକୁ ସୂଚନା ମିଳି ଥିଲା । ସେଠାରେ ଚଢାଉ କଲା ପରେ ବ୍ୟବସାୟ ସମ୍ବଲପୁର, ବଲାଙ୍ଗିର,ବରଗଡ,କଳାହାଣ୍ତି ଆଦି ଜିଲ୍ଲାରେ ଚାଳୁ ଥିବା ଜଣା ପଡି ଥିଲା । ସମ୍ବଲପୁର ମୋଦୀପଡା ଦେଉଳବନ୍ଧରେ ବଡ କାରଖାନା ଚଳାଉ ଥିବା ଜଣା ପଡି ଥିଲା ।

ସମ୍ବଲପୁରରୁ ବିକାଶ କୁମାର ନାମ ଜନୈକ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଅଟକ ରଖିଛି । ତାଠାରୁ ୫୧,୯୭୭ ଟି କର୍କ, କମ୍ପାନୀ ଲେବଲ ୧୦,୩୩୩,ଇଏଏଲ ୨୩,୫୦୦ ଓ ୨୦ ଲିଟର ନକଲି ବିଦେଶୀ ମଦ ଜବତ କରା ଯାଇଛି । ଅଟକ ବିକାଶ କୁମାର ବିହାର ର ମୁଳବାସିନ୍ଦା ଅଟେ । ବିଭିନ୍ନ ଜିଲ୍ଲାରେ ଏଯାଏ ୮ଟି କେଶ କରା ଯାଇଛି । ଅଧିକ ତଦନ୍ତ ଜାରି ରହିଛି ।

Related posts

ବନ୍ଧା ହେଲେ ରସିକିଆ ଗଣିତ ସାର୍‌

Odisha Halchal

ଏପ୍ରିଲରୁ ରୋଷେଇରୁ ଆରମ୍ଭ କରି ବିଦ୍ୟୁତ ଓ ପରିବହନ ହୋଇପାରେ ମହଙ୍ଗା, ବଢ଼ିବ ପ୍ରାକୃତିକ ଗ୍ୟାସ ଦର

Odisha Halchal

ଭାରତୀୟ ଜନତା ପାର୍ଟିର ବୁଥ ସଶକ୍ତି କରଣ ଯୋଜନା

Odisha Halchal

Leave a Comment