ଓଡ଼ିଶା ଖବରନ୍ୟୁଜ୍

ଭଲ ପରୀକ୍ଷା ହେଲାନି ବୋଲି ହାରି ଦେଲେ ଜୀବନ

ଭଲ ପରୀକ୍ଷା ହେଲାନି ବୋଲି ହାରି ଦେଲେ ଜୀବନ

ଯାଜପୁର (ଓଡ଼ିଶା ହାଲଚାଲ):- ମ୍ୟାଟ୍ରିକ ପରୀକ୍ଷା ଶେଷ ଦିନରେ ଆତ୍ମହତ୍ୟା କଲେ ପରୀକ୍ଷାର୍ଥୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଥାନା ତଥା ଦଶରଥପୁର ବ୍ଲକ ଅନ୍ତର୍ଗତ ବାମଦେବପୁର ଗ୍ରାମରେ।

ମୃତ ଛାତ୍ରୀ ହେଲେ ଦଶରଥପୁର ବ୍ଲକ ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରଶ୍ମୀବାଳା ପାହିଲ।ସୂଚନା ଥାଉକି, ରଶ୍ମୀ ଯାଜପୁର ମ୍ୟୁନିସିପାଲଟି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିଲେ।

ଶେଷ ଦୁଇଟି ପରୀକ୍ଷାରେ ତାଙ୍କର ଭଲ ହୋଇ ନଥିବାରୁ ସେ ଚାପରେ ରହୁଥିବା ତାଙ୍କ ପରିବାର ବର୍ଗ ସ୍ପଷ୍ଟ କରିଛନ୍ତି। ରବିବାର ରାତିରେ ଚାଙ୍କ ଘରେ ନିଜ ଓଢଣୀରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେପଟେ ରଶ୍ମୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Related posts

ଦୁଇଟି ଟ୍ରକ ମୁହାଁ ମୁହିଁ ଧକା,ଅଳ୍ପକେ ବର୍ତିଲେ ଚାଳକ

Odisha Halchal

କ୍ୟୁଏସ୍‌ ୱାର୍ଲଡ ୟୁନିଭରସିଟି ରାଙ୍କିଂରେ “ସୋଆ, ମାନ୍ୟତା

Odisha Halchal

ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଣି ଟାଙ୍କି ନିର୍ମାଣକୁ ବିରୋଧ କଲେ ଛାତ୍ର ଛାତ୍ରୀ

Odisha Halchal

Leave a Comment