ଓଡ଼ିଶା ଖବରନ୍ୟୁଜ୍

ଗଣ୍ଡା ସମାଜ ବିକାଶ ପରିଷଦ ପୁନର୍ଗଠିତ

ଗଣ୍ଡା ସମାଜ ବିକାଶ ପରିଷଦ ପୁନର୍ଗଠିତ

ବୌଦ୍ଧ(ବି:ପ୍ର ଓଡିଶା ହାଲଚାଲ ):-ଗଣ୍ଡା ସମାଜ ବିକାଶ ପରିଷଦ ର ପ୍ରତିଷ୍ଠାତା ତଥା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ଙ୍କ ଆହ୍ଵାନ କ୍ରମେ ଏଵଂ ବରିଷ୍ଠ ଜିଲ୍ଲା ଉପ ସଭାପତି ମକରଧ୍ବଜ ମହାନନ୍ଦିଆ ଙ୍କ ଅଧ୍ୟକ୍ଷତାରେ ବହିରା ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ସଂଗଠନର ଗୁରୁତ୍ଵପୂର୍ଣ୍ଣ ସାଧାରଣ ପରିଷଦ ( General Body ) ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ବାବାସାହେବ୍ ଆମ୍ବେଦକର ଙ୍କ ତୈଳ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଶ୍ରୀମାନ୍ ଡାଙ୍ଗ ବିଗତ ଦିନର କାର୍ଯ୍ୟକଳାପ ଏଵଂ ଆଗାମୀ ଦିନର ସୁବିସ୍ତୃତ କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ ।

ବୈଠକରେ ଦୀର୍ଘ ସମୟ ଆଲୋଚନା ଏଵଂ ପର୍ଯ୍ୟାଲୋଚନା ପରେ ସର୍ବ ପ୍ରଥମେ କାର୍ଯ୍ଯନିର୍ବାହୀ ପରିଷଦ ( Governing Body ) , ଦ୍ଵିତୀୟ ରେ ସାଧାରଣ ପରିଷଦ ( General Body) ଏବଂ ୭୦ ଟି ପଂଚାୟତ କମିଟି କୁ ସକ୍ରିୟ ସହିତ କ୍ରିୟାଶୀଳ କରିବା ପାଇଁ ପୁନର୍ଗଠନ କରିବା ସକାଶେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସଂଗଠନର ଦଶ ଟି ପଦାଧିକାରୀ ଦାୟୀତ୍ବ କୁ ପୁନର୍ଗଠନ କରାଯାଇଥିଲା । ୧ – ସର୍ବଶ୍ରୀ ରୋହିତ କହଁର ( ଗାନ୍ଧୀନଗର) – ସଭାପତି , ୨ – ଶ୍ରୀ ମକରଧ୍ବଜ ମହାନନ୍ଦିଆ ( ବଉଳସିଙ୍ଗା ) – ଉପ ସଭାପତି , ୩ – ଶ୍ରୀ ବସନ୍ତ କୁମାର ଖୁରା ( ଖଲିଆପାଲି) – ଉପ ସଭାପତି , ୪ – ଶ୍ରୀ ଦଶରଥ ବେହେରା ( ଆଡେଣୀଗଡ ) – ଉପ ସଭାପତି , ୫ – ଶ୍ରୀ ସୁଧାଂଶୁ ଡାଙ୍ଗ ( ବାଳିପୁର ) – ସାଧାରଣ ସଂପାଦକ , ୬ – ଶ୍ରୀ କହେଁଇ ବାଦି ( ବହିରା) – ସହକାରୀ ସାଧାରଣ ସଂପାଦକ , ୭ – ଶ୍ରୀମତୀ ସେବତୀ ବେହେରା ( ଲଣ୍ଡରିଯୋର୍ ) – ଯୁଗ୍ମ ସମ୍ପାଦକ , ୮ – ଶ୍ରୀ ରାମଚନ୍ଦ୍ର ତାଣ୍ଡି ( ମଲ୍ଲି କୁଦ) – କୋଷାଧ୍ୟକ୍ଷ , ୯ – ଶ୍ରୀନିବାସ ହାତୀ ( ବଡ଼ ଖଲିଗାଁ ) – ସହକାରୀ କୋଷାଧ୍ୟକ୍ଷ , ୧୦ – ଶ୍ରୀ ଦେବଦତ୍ତ ସାଗର ( ପୁରୁଣାପାଣି ) – ସଂଗଠନ ସଂପାଦକ ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା ।

ଦ୍ଵିତୀୟରେ ସାଧାରଣ ପରିଷଦ ( General Body) ର ସମସ୍ତ ସଦସ୍ୟ ପୂରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତୃତୀୟରେ ଜିଲ୍ଲାର ସମସ୍ତ ଭୂମି ହୀନ ଏଵଂ ଡିହ ହୀନ ହିତାଧିକାରୀ ଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବାକୁ ଆଲୋଚନା କରିବା ପାଇଁ ୨୦ ତାରିଖ ସୋମବାର ଦିନ କଣ୍ଟାମାଳ , ୨୩ ତାରିଖରେ ହରଭଙ୍ଗା ଏଵଂ ବୌଦ୍ଧ ତହସିଲଦାର ଙ୍କୁ ଭେଟିବା ସକାଶେ ନିଷ୍ପତ୍ତି ନିଆଯାଇଥିଲା । ଚତୁର୍ଥରେ ଆସନ୍ତା ଏପ୍ରିଲ ମାସ ୧୬ ତାରିଖ ରବିବାର ଦିନ ସଂଗଠନ କୁ ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତିଷ୍ଠା ଦିବସ ଏଵଂ ବାବାସାହେବ୍ ଆମ୍ବେଦକର ଙ୍କ ଜୟନ୍ତୀ ବହିରା ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ପଞ୍ଚମରେ ସକ୍ରିୟ ଆଗ୍ରହୀ ସମାଜସେବୀ ମାନଙ୍କୁ ନେଇ ୭୦ ଟି ପଂଚାୟତ କମିଟି ପୁନର୍ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା କାର୍ଯ୍ୟକରିଣୀ ସଦସ୍ୟ କଳିଙ୍ଗ ତଣ୍ଡିଆ , ମହାଦେବ କଲତା , ନନ୍ଦିନୀ ନାଏକ , ଇନ୍ଦ୍ରଜିତ ହାତୀ , ସନ୍ତୋଷ କୁମାର ବେହେରା , ସଂଜିତ କୁମାର ଜେନା , ଅନିରୁଦ୍ଧ ବେହେରା , କ୍ଷେତ୍ର ମୋହନ ମହାନନ୍ଦ , ପ୍ରଜାପତି ଭବସାଗର , ଶଙ୍କର ତଣ୍ଡିଆ , ପ୍ରଦୀପ ନନ୍ଦ, ରାଜେନ୍ଦ୍ର ବାଘ , ଯୁବ ସମାଜସେବୀ ଜୟରାମ ହରିପାଲ , ବରୁଣ ଦୀପ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Related posts

ଓଃ କି ଗରମ୍…ପାଣିରେ ବୁଡି ଯିବା ଟିକେ

Odisha Halchal

ଘରୁ ଡାକି ଯୁବକଙ୍କୁ ଛୁରାମାଡ଼

Odisha Halchal

ଜିଏସଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି: ସୁପ୍ରିମକୋର୍ଟ

Odisha Halchal

Leave a Comment