ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁଅ ହେଲାନି ବାପାର

ପୁଅ ହେଲାନି ବାପାର

ବାପାକୁ ହତ୍ୟା କରି ଘରେ ପୋତି ଦେଲା ଜଲ୍ଲାଦ ପୁଅ l ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କାଡମ ଗାଁ ରେ ବାପ ପୁଅ ମଧ୍ୟରେ ଝଗଡ଼ା ଲାଗି ରହିଥିଲା ତେବେ ଚଳିତ ମାସ ୧ ତାରିଖ ଦିନ ବାପ ପରମା ହରିଜନ ଓ ପୁଅ ସୁମନ୍ତ ହରିଜନ ଙ୍କ ମଧ୍ୟରେ ବଚସା ହୋଇଥିଲା ଏଥିରେ ପୁଅ ଉତକ୍ଷିପ୍ତ ହୋଇ ବାପାଙ୍କୁ ପିଟି ପିଟି ହତ୍ୟା କରି ଏକ ଭଙ୍ଗା ଘରେ ପୋତି ଦେଇଥିଲା l

ତେବେ ପାଞ୍ଚ ଦିନ ଧରି ବାପା ଙ୍କ ଦେଖା ନ ମିଳିବାରୁ ମଝିଆ ପୁଅ ଓ ବଡ଼ପୁଅ ଆସି ସବୁ ଆଡେ ନିଜ ସମ୍ପର୍କୀୟ ଙ୍କ ଘରେ ଖୋଜା ଖୋଜି କରି ନିରାଶ ହୋଇ ଥିଲେ ସାନପୁଅ ସାମ୍ନା ଭଙ୍ଗା ଘରେ ସିମେଣ୍ଟ ରଖି ଥିବାରୁ ସିମେଣ୍ଟ ଦେଖି ଯାଉଥିବା ବେଳେ ସେହି ପରିତ୍ୟକ୍ତ ଭଙ୍ଗା ଘରେ ଦୁର୍ଗନ୍ଧ ବାହାରି ଥିଲା ଏଥିରେ କଣ ଏପରି ଦୁର୍ଗନ୍ଧ ବାହାରୁଚି ବୋଲି ମାଟି ଖୋଲିଥିଲେ ସେଥିରୁ ବାପାଙ୍କ ଶବ ବାହାରି ଥିଲା ଏହା ଦେଖି ସମସ୍ତେ ଚମକି ପଡି ଥିଲେ ଏବଂ ଏହା କିଏ ହତ୍ୟା କରିଛି ବୋଲି ପାରିବାର ଲୋକେ ଖୋଜି ବା ବେଳକୁ ହତ୍ୟା କରିଥିବା ପୁଅ ସୁମନ୍ତ ଫେରାର ହୋଇ ଯାଇଥିଲା l

ଭବାନୀ ପାଟଣା ସଦର ଥାନା ପୋଲିସ କୁ ହତ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଶବ ପୋଷ୍ଟ ମର୍ତମ କରି ଶବ ପାରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ l ପୋଲିସ ପାରିବାର ର ମୃତକ ଙ୍କ ସ୍ତ୍ରୀ ସୁମନ୍ତ ଙ୍କ ସ୍ତ୍ରୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି l ତେବେ ହାତ୍ୟା ଅଭିଯୋଗ ଆସିଥିବା ପୁଅ ସୁମନ୍ତ ହରିଜନ ଏବେ ବି ଫେରାର ଅଛି l

Related posts

କଟକରେ ପୁଣି ନକଲି ସସ୍‌ ଜବତ, ଜଣେ ଅଟକ

Odisha Halchal

ଅନଲାଇନ୍ ଆପ୍ ମାଧ୍ୟମରେ ଆଇପିଏଲ ବେଟିଂ

Odisha Halchal

କଲେଜ ରେ ବିଶ୍ଵ ଦୁର୍ନୀତି ନିବାରଣ ଦିବସ ପାଳିତ

Odisha Halchal

Leave a Comment