ଓଡ଼ିଶା ଖବରନ୍ୟୁଜ୍

ମାଳି ପର୍ବତ ଖଣି ଖନନକୁ ନେଇ ସାମ୍ବାଦିକ ସମ୍ମିଳନୀ

ମାଳି ପର୍ବତ ଖଣି ଖନନକୁ ନେଇ ସାମ୍ବାଦିକ ସମ୍ମିଳନୀ

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ କଙ୍କଡାଆମ୍ବ ଗାଁରେ ମାଳି ପର୍ବତରୁ ଖଣି ଖନନ ପାଇଁ ରାଜ୍ୟ ପ୍ରଦୂଷଣ ବିଭାଗ ପକ୍ଷରୁ ପରିବେଶ ମଞ୍ଜୁରି ସକାଶେ ଆସନ୍ତା କାଲି ୭ ତାରିଖରେ କଙ୍କଡାଆମ୍ବ ଠାରେ ଜଣ ଶୁଣାଣି ହେବ।ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ବଜାୟ ରଖିବା ପାଇଁ ନିର୍ଦ୍ଦେଶ।

ଏହି ଜଣ ଶୁଣାଣିରେ ଭାଗ ନେବାକୁ ସୁନାବେଡ଼ା ଏସ୍ ଡିପିଓ ମନୋଜ କୁମାର ବେହେରାଙ୍କ ଅଞ୍ଚଳରେ ଜଣ ସାଧାରଣଙ୍କୁ ନିବେଦନ କରିଛନ୍ତି ।ସେମିଳିଗୁଡ଼ା ବ୍ଲକ କଙ୍କଡ଼ାଆମ୍ବ ନିକଟରେ ମାଳି ପର୍ବତରୁ ଖଣି ଖନନକୁ ହିଣ୍ଡାଲକୋ କୁ ଅନୁମତି ମିଳିଛି। ଲୋକଙ୍କ ମତ ନେବା ସକାଶେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପରିବେଶ ମଞ୍ଜୁରୀ ପାଇଁ ଆସନ୍ତା ୭ ତାରିଖରେ ଜଣ ଶୁଣାଣି କରିବାକୁ ସ୍ଥିର କରାଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଜର୍ଜଙ୍କ ଉପସ୍ଥିତି ରେ ଏହି ଜଣ ଶୁଣାଣି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଣୁ କୌଣସି ପ୍ରକାର ଅପ୍ରତିକର ପରିସ୍ଥିତିକୁ ଏଡାଇବା ସକାଶେ ପୋଲିସ ଓ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଠାରୁ ସେମିଳିଗୁଡ଼ା ପଟାଙ୍ଗି ପର୍ଯ୍ୟନ୍ତ ୨୬ ନମ୍ବର ଜାତୀୟ ରାଜପଥରେ କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି। ଗାଡ଼ି ଗୁଡିକକୁ ମଧ୍ୟ ତନା ଘନା କରି ଯାଞ୍ଚ କରୁଛି, ପୋଲିସ ପ୍ରତି ଗାଁରେ ପୋଲିସ ଦ୍ୱାରା ପ୍ଲାଗ ମାର୍ଚ୍ଚ କରିଥିବା ଦେଖା ଦେଇଛି।ଏହି ଜଣ ଶୁଣାଣି ରେ ପୋଲିସ ମାଇକ ଯୋଗେ ଗାଁ ଗାଁ ରେ ପ୍ରଚାର କରି ଜଣ ସଚେତନତା ସୃଷ୍ଟି କରିଛି ଏହି ସାମ୍ବାଦିକ ସମ୍ମିଳନୀରେ ସେମିଳିଗୁଡ଼ା ଆଇ ଆଇସି ପ୍ରଦ୍ୟୁମ୍ନ ମହାପାତ୍ର ,ପଟ୍ଟାଙ୍ଗି ଆଇ ଆଇସି ସି କୌବଲ୍ୟ ସେଠ ଉପସ୍ଥିତ ଥିଲେ।

Related posts

ଅଚେତ ଅବସ୍ଥାରେ ନାବାଳିକା କଲେଜ ଛାତ୍ରୀ ଉଦ୍ଧାର

Odisha Halchal

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନ ହେଲେ ଜରିମାନା

Odisha Halchal

ଅସ୍ଥାୟୀ କର୍ମଚାରୀଙ୍କ ସାଙ୍ଘାତିକ ଅଭିଯୋଗ

Odisha Halchal

Leave a Comment