ଓଡ଼ିଶା ଖବରନ୍ୟୁଜ୍

କଲେଜ ରେ ବିଶ୍ଵ ଦୁର୍ନୀତି ନିବାରଣ ଦିବସ ପାଳିତ

କଲେଜ ରେ ବିଶ୍ଵ ଦୁର୍ନୀତି ନିବାରଣ ଦିବସ ପାଳିତ

ଜମନକିରା:-(ରିପୋର୍ଟ :-ସତ୍ୟପ୍ରିୟ ମହାପାତ୍ର)ଭୋଜପୁର ସ୍ଥିତ ବି ଆର୍ ଜି କଲେଜ ସଭାଗୃହ ଠାରେ ପ୍ରତିଭା ବିକାଶ ଅଭିଯାନ ଓ କଲେଜ ପକ୍ଷରୁ ଆଜି ବିଶ୍ୱ ଦୁର୍ନୀତି ନିବାରଣ ଦିବସ ପାଳିତ ହୋଇ ଯାଇଛି ।

କଲେଜ ର ଅଧ୍ୟକ୍ଷ ପ୍ରତାପ କୁମାର ମକୁଲ ଙ୍କ ସଭାପତିତ୍ବ ରେ ଆୟୋଜିତ ସଚେତନତା ସଭାରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜ ସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଲୋଭ,ମୋହ କୁ ଦୂରେଇ ଦୁର୍ନୀତି ରୁ ଦୂରେଇ ରହି ଦୁନାଗରିକ ହେବାକୁ ଆହ୍ବାନ ଦେଇ ଥିଲେ ।ସେ କଲେଜ ର ଛତ୍ର,ଛାତ୍ରୀ ଓ ଅଧ୍ୟାପକ ଓ କର୍ମଚାରୀ ଙ୍କୁ ଦୁର୍ନୀତି ନ କରିବା ,ଓ ଦୁର୍ନୀତି କରୁଥିବା ଲୋକ ଙ୍କୁ ଧରେଇ ଦେବାକୁ ଶପଥ କରଇ ଥିଲେ ।

ପ୍ରଥମରେ ଅଧ୍ୟାପକ ତପନ କୁମାର ଜୟପୂରିଆ ସ୍ୱାଗତ ଭାଷଣ,ଅତିଥି ପରିଚୟ ସହିତ ସମଗ୍ର କାର୍ଯ୍ୟକ୍ରମ କୁ ପର୍ଚଳନ କରିଥିଲେ ।ପ୍ରତିଭା ବିକାଶ ଅଭିଯାନ ର ସଂଯୋଜକ ସ ଲି ମ ମାହକୁଲ ଅଭିଯାନ ର ଲକ୍ଷ i ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ଥିଲେ। ଶେଷରେ ଅଧ୍ୟାପକ ଘାସିରାମ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ଆୟୋଜନରେ ଛାତ୍ର ପ୍ରତିନିଧି ସୁମି ତ ବାରିକ ସହାୟତା କରିଥିଲେ ।

Related posts

ପୁଣି ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଏଯାଏଁ ୧୬୪ଜଣ ଅଧିକାରୀଙ୍କୁ ବରଖାସ୍ତ କଲେଣି ରାଜ୍ୟ ସରକାର

Odisha Halchal

ଦୀପାବଳୀ କୁ ନିଆରା ଢଙ୍ଗରେ ପାଳନ କରନ୍ତି ମେହେର ସମ୍ପ୍ରଦାୟ

Odisha Halchal

୧୦ ଦିନ ଭିତରେ ରୁଷିଆର ୧୦ ହଜାର ସୈନିକଙ୍କ ମୃତ୍ୟୁ ହୋଇଛି: ୟୁକ୍ରେନ୍‌

Odisha Halchal

Leave a Comment