ଅପରାଧଓଡ଼ିଶା ଖବରନ୍ୟୁଜ୍

ଅନଲାଇନ୍ ଆପ୍ ମାଧ୍ୟମରେ ଆଇପିଏଲ ବେଟିଂ

ଅନଲାଇନ୍ ଆପ୍ ମାଧ୍ୟମରେ ଆଇପିଏଲ ବେଟିଂ

ବ୍ରହ୍ମପୁରରେ ଅନଲାଇନ୍ ଆପ୍ ମାଧ୍ୟମରେ ଆଇପିଏଲ ବେଟିଂ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ତେବେ ଏହି ଚଢାଉରେ ୪ ଲକ୍ଷ ୫୭ ହଜାର ଟଙ୍କା ଜବତ କରାଯାଇଛି । ଏହାସହିତ ୨୦୩ ଗ୍ରାମ୍ ସୁନା ଓ ୯ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି ।

ସୂଚନା ଅନୁସାରେ, ଏହି ବେଟିଂ ଅନଲାଇନ ଆପ ମାଧ୍ୟମରେ କୋଲକାତାରୁ ଅପଡେଟ ହେଉଥିଲା । ସେହିପରି ସୋମବାର ଧର୍ମଗଡ ପୋଲିସ ଜୁନାଗଡ ସହରରୁ ରାକେଶ ରଞ୍ଜନ ଚୌଧୁରୀ ଆଇପିଏଲ ବେଟିଂ କରୁଥିବା ଅଭିଯୋଗରେ ଗିରଫ କରିଛି ।

ତା ଠାରୁ ନଗଦ ୭୦ ହଜାର ଟଙ୍କା, ଗୋଟିଏ କାର, ୮ଟି ଦାମୀ ମୋବାଇଲ, ୨ଟି ପାସବୁକ ଓ ବଟି ଏଟିଏମ ଜବତ କରିଛି । ଏହାସହିତ ଅଭିଯୁକ୍ତ ତାଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ଧର୍ମଗଡ ଡିସିବି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କର ମୋଟ ୧ କୋଟି ୪୫ ଲକ୍ଷ ଟଙ୍କାକୁ ଧର୍ମଗଡ ପୋଲିସ ଫ୍ରିଜ କରିଛି ।

Related posts

କମେଣ୍ଟମରା ଘଟଣାକୁ ନେଇ ପିପିଲିରେ ଗୁଳିମାଡ

Odisha Halchal

ଜାମ୍ମୁ କାଶ୍ମୀର ଉଧମପୁର ତହସିଲ କାର୍ଯ୍ୟାଳୟ ନିକଟରେ ବିସ୍ପୋରଣ

Odisha Halchal

ପୋଲିସ ଆଇଆଇସିଙ୍କ ମହାନୁଭବତା

Odisha Halchal

Leave a Comment