ଓଡ଼ିଶା ଖବରନ୍ୟୁଜ୍

ଉଠାଦୋକାନୀ ପକ୍ଷରୁ ଦୋକାନ ବନ୍ଦ

ଉଠାଦୋକାନୀ ପକ୍ଷରୁ ଦୋକାନ ବନ୍ଦ

ଛତ୍ରପୁର(ଓଡିଶା ହାଲଚାଲ):-ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ସୋମବାର ଦୋକାନୀ ମାନେ ବିଭିନ୍ନ ସମସ୍ୟା ନେଇ ଦୋକାନ ବନ୍ଦ କରିବା ସହ ସହରରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ପ୍ରତିନିଧିମଣ୍ଡଳି ଏନ୍ଏସି ନିର୍ବାହିଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଛତ୍ରପୁର ଉଠାଦୋକାନୀ ସଂଘ ଡାକରାରେ ଛତ୍ରପୁରର ସମସ୍ତ ପରିବା ଓ ଅନନ୍ଯ ଖୁଚୁରା ମାର୍କେଟର ବ୍ଯବସାୟୀକ ମାନେ ସକାଳୁ ସଂପୂର୍ଣ୍ଣ ଦୋକାନ ବନ୍ଦ କରି ଦିନ ୧୧ ଘଣ୍ଟା ସମୟରେ ଅପରବସଷ୍ଟାଣ୍ଡରୁ ଏକ ରାଲି ବାହାର କରି ସମସ୍ତେ ସ୍ଲୋଗାନ ଦେଇ ସହର ପରିକ୍ରମା କରିବା ସହ ଲକ୍ଷ୍ମଣ ଭବନକୁ ପହଞ୍ଚିଥିଲେ ସେଠାରେ ଜନସଭା ଆୟୋଜନ ହୋଇଥିଲା ।

ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ଦାବି ମୁତାବକ ଆଲୋଚନାରେ ଗାର୍ଲସ ହାଇସ୍କୁଲ ରୋଡ ଭଗ୍ନ ଅବସ୍ଥାରେ ଥିବା ପୁରୁଣା ମାର୍କେଟକୁ ନବିକରଣ କରି ସେଠି ଅଧିକାଂଶଙ୍କୁ ଥଇଥାନ କରିବା। ଅପରବସଷ୍ଟାଣ୍ଡରେ ନୁତନ ଭାବେ ହେବାକୁଥିବ ଭେଣ୍ଡିଂଜୋନରେ ସମସ୍ତଙ୍କୁ ଥଇଥାନ କରିବା ସହ ଛୋଟ ବ୍ଯାପାରିଙ୍କୁ ସ୍ଥାନ ଦେବା ବାବଦରେ ଆଲୋଚନା ନହେବା ଯାଏଁ ଉଛେଦ ସ୍ଥଗିତ ରଖିବା । ପୁନର୍ବାର ସର୍ବେ ପ୍ରକ୍ରିୟା କରିବା । ଦୋକାନର ଓସାର ୧୪ ପୁଟ ରଖିବା । ଯେଉଁ ଜାଗାର ବ୍ଯାପାରିଙ୍କୁ ସେହି ସ୍ଥାନରେ ଥଇଥାନ କରିବା । ଟାଉନ ଭେଣ୍ଡିଂଜୋନ କମିଟିକୁ (ଟିଭିସି) କ୍ରିୟାଶୀଳ କରି ବୈଠକ ଡାକିବା । ଭେଣ୍ଡିଂଜୋନରେ ଶୌଚାଳୟ ପାନୀୟଜଳର ବ୍ଯବସ୍ଥା କରିବା ଏଭଳି ସାତଦଫା ଦାବି ନେଇ ସଂଘ ପକ୍ଷରୁ ଆଲୋଚନା କରି ଏକ ପ୍ରତିନିଧିଦଳ ଛତ୍ରପୁର ଏନ୍ଏସି କାର୍ଯ୍ଯନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇ ଆଲୋଚନା କରିଥିଲେ ।

ଏନେଇ ସଂଘର ସଭାପତି ତଥା ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡି , କାର୍ଯ୍ୟକାରି ସଭାପତି ଇଜୁ ଆମିନ ଖାନ, ସମ୍ପାଦକ ଏମ ଲାଛେନା ରେଡ୍ଡୀ , ସହ ସମ୍ପାଦକ ଖଗେଶ୍ୱର ବେହେରା ,କୋଷାଧ୍ଯକ୍ଷ ନାଗା ରେଡ୍ଡୀ,ଶ୍ରମିକ ନେତା ନୀଳକଣ୍ଠ ଦାସ,ଲୋକ ଶକ୍ତି ଅଭିଯାନର ରାଜ୍ୟ ସମ୍ପାଦକ କଲ୍ୟାଣ ଆନନ୍ଦ , ସାମାଜିକ କର୍ମୀ ଜଲାଲ ଖାନ,କମିଟି ସଦସ୍ୟ ରାଜୁ ରେଡ୍ଡୀ , ରୀନା ପ୍ରଧାନ,ବୁଲି ରେଡ୍ଡୀ,ହରି ରେଡ୍ଡୀ,ଶଙ୍କର ସାହୁ,ଶିବ ସାହୁ,ବୁଡୁ ରେଡ୍ଡୀ ପ୍ରମୁଖ ଜନ ସଭାରେ ଉପସ୍ଥିତ ରହି ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Related posts

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ କାକୁଡି ଜୁସ୍‌

Odisha Halchal

ଗର୍ଜନ ପାହାଡରେ ପୁଣି କଳାବାଘର ଗର୍ଜନ

Odisha Halchal

ଲୁଟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଅଫିସର! ଦମ୍ପତ୍ତିଙ୍କୁ ଗିରଫ କଲା ପୋଲିସ

Odisha Halchal

Leave a Comment