ନ୍ୟୁଜ୍

ନା ସ୍ୱାମୀ ଘରର ନା ବାପା ଘରର ହେଇପାରିଲା

ନା ସ୍ୱାମୀ ଘରର ନା ବାପା ଘରର ହେଇପାରିଲା

ଢେଙ୍କାନାଳ(ବ୍ୟୁରୋ ଓଡିଶା ହାଲଚାଲ):-ଅନ୍ୟ ଜାତିରେ ପ୍ରେମବିବାହ କରିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ସ୍ବାମୀଙ୍କ ମୃତ୍ୟୁ ପରେ ନା ଶାଶୂଘର ଆପଣାଉଛନ୍ତି, ନା ବାପଘରକୁ ଫେରି ପାରୁଛନ୍ତି। ଏଭଳି ଅବସ୍ଥାରେ ବନ ସରଂକ୍ଷଣ ସମିତି ଘରେ ୨ଦିନ ହେଲା ପଡ଼ି ରହିଛନ୍ତି ପାଳଲହଡ଼ା ବ୍ଲକ୍‌ ଶିଗଡ଼ ପଞ୍ଚାୟତ କମ୍ପରକଳା ଗାଁର ବବିତା ଧୀବର। ଶୁକ୍ରବାର ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଏତେବଡ଼ ଦୁନିଆରେ ସେ ଏକପ୍ରକାର ଏକଲା ହେଇଯାଇଛନ୍ତି। କଣ କରିବେ, କେମିତି ରହିବେ କିଛି ବୁଦ୍ଧିବାଟ ଦିଶୁନି।

ପ୍ରାୟ ୫ବର୍ଷ ତଳେ କମ୍ପରକଳା ଗାଁର ଭୀମସେନ ଗଡ଼ନାୟକଙ୍କ ପୁଅ ସୁଶୀଲକୁ ପ୍ରେମବିବାହ କରିଥିଲେ ବବିତା। ଘରୁ ଲୁଚି ପଳାଇଯାଇ ସ୍ବାମୀ ସ୍ତ୍ରୀ କେନ୍ଦୁଝରରେ ରହୁଥିଲେ। ସେଠାରେ ସୁଶୀଲ ଟ୍ରକ୍ ମାଲିକ ପାଖରେ ମ୍ୟାନେଜର କାମ କରୁଥିଲେ। ତେବେ ଶୁକ୍ରବାର ହଠାତ ସୁଶୀଲ ଅସୁସ୍ଥ ହୋଇପଡ଼ିଥିଲେ। ପତ୍ନୀ ଓ ଅନ୍ୟମାନେ ତାଙ୍କୁ ନିକଟସ୍ଥ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସୁଶୀଲ ଆଖି ବୁଜିଥିଲେ। କଟକରୁ ସ୍ବାମୀଙ୍କ ମୃତଦେହ ନେଇ ବବିତା କମ୍ପରକଳା ଗାଁକୁ ଆସିଥିଲେ। ପରିବାର ଓ ଗ୍ରାମବାସୀ ଶବଦାହ କରିଥିଲେ ବି ବବିତାଙ୍କୁ କିନ୍ତୁ ଘରେ ପୂରାଇ ନଥିଲେ। ସେପଟେ ଅନ୍ୟଜାତିରେ ବିବାହ କରିବାରୁ ବାପା ନନ୍ଦ ଧୀବର ସାମାଜିକ ବାସନ୍ଦ ଭୟରେ ଝିଅକୁ ଘରକୁ ନେବା ପାଇଁ ସଫା ସଫା ମନା କରିଦେଇଛନ୍ତି। ଏମିତିକି ତାଙ୍କୁ ଶୁଦ୍ଧି ହୋଇଯାଇଛନ୍ତି।

ସେହିଭଳି ଭୀମସେନଙ୍କୁ ପୁଅର ବିବାହ ପରେ ଗାଁରେ ସାମାଜିକ ବାସନ୍ଦ କରାଯାଇଥିଲା। ବହୁ କଷ୍ଟରେ ସେ ଜରିମାନା ଦେଇ ତାଙ୍କ ସମାଜରେ ସାମିଲ ହୋଇଛନ୍ତି। ତେଣୁ ବୋହୂକୁ ଘରକୁ ନେଇ ଆଉ ଥରେ ସାମାଜିକ ବାସନ୍ଦ ହେବେନାହିଁ ବୋଲି ସ୍ପଷ୍ଟ କହିଛନ୍ତି। ଜାତିପ୍ରଥା ପାଇଁ ଦୁଇ ପରିବାର ବବିତାଙ୍କୁ ଗ୍ରହଣ କରିବାକୁ ମନା କରିବା ପରେ ଗତକାଲି ଠାରୁ ସେ ଗାଁରେ ଥିବା ବନ ସରଂକ୍ଷଣ ସମିତି ଘରେ ଆଶ୍ରୟ ନେଇଛନ୍ତି। ତାଙ୍କର ୫ବର୍ଷର ପୁଅଟିଏ ଅଛି। ‌ମା ପୁଅ ବଡ଼ ଦୟନୀୟ ଭାବେ ଭୋକ ଉପାସରେ ସେହି ଘରେ ଦିନ କାଟୁଛନ୍ତି। ସ୍ବାମୀଙ୍କ ମୃତ୍ୟୁକୁ ୨୪ ଘଣ୍ଟା ନ ପୁରୁଣୁ ମା-ଛୁଆଙ୍କ ମୁଣ୍ଡ ଉପରେ ଯେମିତି ଆକାଶ ଛିଣ୍ଡି ପଡ଼ିଛି।

 

Related posts

ମଲ୍ଲିକାର୍ଜୁନ ନୂତନ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ

Odisha Halchal

ଦ୍ୱିତୀୟ ଇନିଂସ୍‌ରେ ଯୋଗୀଙ୍କ ବଡ ଘୋଷଣା, ବଢ଼ିଲା ମାଗଣା ରାସନ ଯୋଜନା

Odisha Halchal

କେଶରିଆ ହିନ୍ଦୁ ବାହିନୀ ର ରାଜ୍ୟ ସଭାପତି ଗିରଫ

Odisha Halchal

Leave a Comment