ଓଡ଼ିଶା ଖବରନ୍ୟୁଜ୍

୬ ଦଫା ଦାବୀ ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ

୬ ଦଫା ଦାବୀ ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ

ବୌଦ୍ଧ(ବ୍ୟୁରୋ ଓଡିଶା ହାଲଚାଲ):- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ୬ ଦଫା ଦାବୀ ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କୁ ଆଜି ୬ ଦଫା ଦାବୀ ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି ।

୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ନିୟମିତ କରାଯିବା, ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ବାର୍ଷିକ ଦରମା ବୃଦ୍ଧି ସହ ସ୍ୱତନ୍ତ୍ର ପେକେଜ ପ୍ରଦାନ କରାଯିବା, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁ ହେଲେ ୨୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ଆଦି ଦାବୀ ସଂଘ ପକ୍ଷରୁ କରାଯାଇଛି ।

୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାବୀପତ୍ର ପ୍ରଦାନ କରିଛନ୍ତି । ସୁମନ୍ତ କୁମାର ସାହୁ, ବାଦଲ ବେହେରା, ବଶିଷ୍ଠ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ସଂଘର ସଦସ୍ୟମାନେ ଦାବୀପତ୍ର ପ୍ରଦାନ ସମରେ ଉପସ୍ଥିତ ରହିଥିଲେ ।

Related posts

ପୁରୀରେ ଜଘନ୍ୟ କାଣ୍ଡ; ଶ୍ରୀମନ୍ଦିର ସେବାୟତଙ୍କୁ ବୀଭତ୍ସ ହତ୍ୟା

Odisha Halchal

ଭାରତୀୟ ରେଳୱେ ଇତିହାସରେ ପ୍ରଥମ ଘଟଣା, ୧୦ ମାସର ଶିଶୁ କନ୍ୟାକୁ ମିଳିଲା ଚାକିରୀ

Odisha Halchal

ଟିଟାନାସ ଇଂଜେକସନ୍ ବଦଳରେ ଦେଲେ କୁକୁର କାମୁଡା ଇଂଜେକସନ୍

Odisha Halchal

Leave a Comment