ଓଡ଼ିଶା ଖବରନ୍ୟୁଜ୍

ଥାନାରେ ନା ହୋଇଛି ଆଇଆଇସି ନିଯୁକ୍ତି ନା ଥାନାକୁ ମିଳିଛି ଭ୍ୟାନ

ଥାନାରେ ନା ହୋଇଛି ଆଇଆଇସି ନିଯୁକ୍ତି ନା ଥାନାକୁ ମିଳିଛି ଭ୍ୟାନ

କଟକ :-ବିଜେଡି ସରକାରରେ ମାଳମାଳ ଯୋଜନା ହେଲେ ସେ ସବୁ ଯୋଜନା ଜନହିଁତରେ ଲାଗି ପାରୁନୁହଁ।ସବୁ ରାଜନୀତି ପ୍ରଣୋଦିତ। କେବଳ ଭୋଟ ବ୍ୟାଙ୍କ ରାଜନୀତି । ଗତ ମାସ ରେ ଭଦ୍ରେଶ୍ୱେ ଫାଣ୍ଡିକୁ ନୂଆ ଥାନା ଭାବେ ଘୋଷଣା କରି ଥାନା ବୋଡ ଲଗାଈ ଦେଲେ ସରକାର।ହେଲେ ଆଜି ପ୍ରଯ୍ୟାନ୍ତ ନା ହୋଇଛି ଆଇଆଇସି ନିଯୁକ୍ତି ନା ଥାନାକୁ ମିଳିଛି ଭ୍ୟାନ।

ପୁରୁଣା ଅଚଳ ଭଙ୍ଗା ଜିପ୍ ରେ ଚାଲିଛି କାମ। ମହିଳା କନେଷ୍ଟବଲ୍ ଏସଆଇ ନିଯୁକ୍ତି ହୋଇନାହାନ୍ତି ଏବେ ଯାଏ। କାମ ଚଳାଇବା ପାଇଁ ମାହାଙ୍ଗା ଥାନାରୁ ଜଣେ ନେମାଳ ଥାନାରୁ ଜଣେ ଏସଆଇ ଙ୍କୁ ବଦଳି କରିଆଣି ଥାନା କାମ ଚାଲିଛି। ନୂଆ ଥାନାକୁ ସି ସି ଟି ଏନ ଏସ ଏବଂ ସି ସି ଟିଭି ଲାଗିନାହିଁ । ମହିଳା ଶିଶୁ ଡେସ୍କ ଓ ଅଭୀର୍ଥନା ଗୃହ ନାହିଁ ଲୋକମାନେ ଥାନା ଆଗରେ ଖରାରେ ବସିବାକୁ ବାଧ୍ୟ ହେଉଛନ୍ତି ।

ଥାନାରେ ପାନୀୟ ଜଳ ମଧ୍ୟ ମିଳୁନାହିଁ। ଭି ଏଚ ଏଫ ନାହିଁ।ଗୋଟିଏ କଂପ୍ୟୁଟର ତାହା ମଧ୍ୟ ଅଚଳ ଅବସ୍ଥାରେ । ଥାନା ଚାଲିବକୁ ଅଫିସ ଷ୍ଟେସନାରୀ ମିଳିନାହିଁ। କିଛି ଚଉକି ଓ ଡେସ୍କଦେଇ ପ୍ରଶାସନ ଚୁପମାରି ବସିଯାଇଛି ।ସରକାରଙ୍କ ନୂଆ ଥାନାର ଯୋଜନା ଲୋକଙ୍କ କାମରେ ଲାଗୁନି।ଫାଣ୍ଡି ଅଧିକାରି ଏବେ କାମଚଳା ଥାନା ଆ ଆଇ ଆଇ ସି ହୋଇଛନ୍ତି।ଭଦ୍ରେସ୍ୱରଥାନା ଅଞ୍ଚଳର ଜନସାଧାରଣଙ୍କୁ କେବଳ ଜଗନ୍ନାଥ ହିଁ ଭରସା।

Related posts

ଯୁବକଙ୍କର ଆତ୍ମହତ୍ୟା ଉଦ୍ୟମ

Odisha Halchal

ପରିବର୍ତ୍ତନର ସ୍ୱର ଆରମ୍ଭ କରିଛି କଂଗ୍ରେସ

Odisha Halchal

କେବେ ମିଳିବ ଗରିବଙ୍କୁ ନିଜର ହକ

Odisha Halchal

Leave a Comment