ଓଡ଼ିଶା ଖବରନ୍ୟୁଜ୍

ତହସିଲଦାର ହେଲେ ହଟହଟା

ତହସିଲଦାର ହେଲେ ହଟହଟା

କଟକ :-ବିଦ୍ୟାଳୟ ଖେଳ ପଡ଼ିଆ ଦେଇ ଯାଇଥିବା ରାସ୍ତା ରେ ବାଲି ଗାଡ଼ି ଚଳା ଚଳକୁ ଗ୍ରାମ ବାସି ଙ୍କ ବିରୋଧ ଘଟଣାରେ ସାଲେପୁର ତହସିଲଦାର ଓ ମାହାଙ୍ଗା ତହସିଲଦାରଙ୍କ ମିଳିତ ତଦନ୍ତ ସମୟରେ ଗ୍ରାମବାସୀଙ୍କ ବିରୋଧ।ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ରାମେଶ୍ଵର ପଞ୍ଚାୟତ ଭିମରାଜପୁର ଠାରେ।

ଭିମରାଜପୁର ସ୍କୁଲ ଖେଳ ପଡିଆଦେଇ ବାଲି ବୋଝେଇ ଗାଡି ଯାତାୟାତ କରୁଥିବାରୁ ଛାତ୍ରଛାତ୍ରମାନଙ୍କ ପାଠ ପଢା ସହ ଖେଳିବାପାଇଁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେବାରୁ ଗ୍ରାମବାସୀ ବାଲି ଗାଡି ଚଳାଚଳକୁ ବିରୋଧ କରିଆସୁଥିବାବେଳେ ସାଲେପୁର ତହସିଲଦାର ଓ ମାହାଙ୍ଗା ତହସିଲଦାରକୁ ବିରୋଧ କରିବା ସହ ଗାଡିକୁ ଅଟକାଇଥିଲେ। ଏଭଳିକି ଗ୍ରାମବାସୀମାନେ ବିରୋଧକରି ତହସିଲଦାରଙ୍କ ଗାଡି ଆଗରେ ସୋଇଥିବାର ଦେଖିବାକୁ।ମିଳିଛି। ସରକାର ଙ୍କ ପକ୍ଷରୁ ଭିମରାଜପୁର ଠାରେ ବାଲି ଘାଟକୁ ନିଲାମ ସୁତ୍ରରେ ଦିଆଯାଇଛି।

ହେଲେ ବାଲିଘାଟ କୁ ବାଲିଚାଲାଣ ପାଇଁ ସରକାରୀ ରାସ୍ତା ଥିଲେବି ବାଲିଚଲାଣ ପାଇଁ ସ୍କୁଲ ଖଳ ପଡି ରାସ୍ତା ଦେଇ ଯାତାୟାତକୁ ସ୍ଥାନୀୟ ବୁଦ୍ଧିଜୀବୀ ଗ୍ରାମବାସୀ ଓ କୋମଳ ମତି ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ବିରୋଧ କରିଛନ୍ତି। ଗ୍ରାମବାସୀମାନେ ଏହି ଘଟକୁ ପ୍ରଶାସନ ସମ୍ପୂର୍ଣ୍ଣଭାବେ ବନ୍ଦ ନକଲେ ନଦୀବନ୍ଦ ରାସ୍ତା ଦୁର୍ବଳ ହେବା ସହ ବର୍ଷାଦିନରେ ବନ୍ୟାର ଆଶଙ୍କା ଦେଖାଦେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଯଦି ପ୍ରଶାସନ ଘଟକୁ ସମ୍ପୂର୍ଣ୍ଣ ବନ୍ଦ ନକରନ୍ତି ଆଗାମୀ ଦିନରେ ଗ୍ରାମବାସୀ ପକ୍ଷରୁ ଜୋରଦାର ପ୍ରତିବାଦ ସ୍ବରୂପ ଧାରଣା ଦେବାପାଇଁ ଚେତାବନୀ ଦେଇଛନ୍ତି। ଏପଟେ ସାଲେପୁର ତହସିଲଦାର ଓ ମାହାଙ୍ଗା ତହସିଲଦାର ହଟହଟା ହୋଇ ଫେରିଥିବାବେଳେ ମୁହଁ ଖୋଲି ନାହାନ୍ତି।

Related posts

ଅନୁଭବଙ୍କ ଘରେ ରହିବେ ବର୍ଷା

Odisha Halchal

ବନ୍ଦ ଘରେ ନାବାଳିକାଙ୍କୁ ନିର୍ଯାତନା

Odisha Halchal

କଣ ପାଇଁ ହାରିଲା ଭାରତ ଶ୍ରୀଲଙ୍କା ଠାରୁ

Odisha Halchal

Leave a Comment