ଖେଳଦେଶ ବିଦେଶନ୍ୟୁଜ୍

ଶେଷ ବଲ୍‌ରେ ଚୌକା ମାରିଲେ ଏମ୍‌ଏସ୍‌ ଧୋନୀ, ମୁମ୍ବାଇ ବିପକ୍ଷ ମ୍ୟାଚରେ ଚେନ୍ନାଇ ୩ ୱିକେଟ୍‌ରେ ବିଜୟୀ

ଶେଷ ବଲ୍‌ରେ ଚୌକା ମାରିଲେ ଏମ୍‌ଏସ୍‌ ଧୋନୀ, ମୁମ୍ବାଇ ବିପକ୍ଷ ମ୍ୟାଚରେ ଚେନ୍ନାଇ ୩ ୱିକେଟ୍‌ରେ ବିଜୟୀ

ଚେନ୍ନାଇ ସୁପର କିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍‌ସ ମଧ୍ୟରେ ଗୁରୁବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳା ଯାଇଥିବା ମୁକାବିଲାରେ ଯଦିଓ ସ୍କୋର କମ ଥିଲା, ତଥାପି ଏହା ରୋମାଞ୍ଚକର ହୋଇଥିଲା। ଶେଷ ଓଭର ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନାଇ ଟିମ୍‌ର ବିଜୟ ହୋଇଛି। ବରିଷ୍ଠ ଖେଳାଳି ତଥା ପୂର୍ବତନ ଅଧିନାୟକ ଶେଷ ବଲ୍‌ରେ ଚୌକା ମାରି ନିଜର ଟିମ୍‌କୁ ବିଜୟ ଦେଇଛନ୍ତି।

ମୁମ୍ବାଇର ଡ. ଡିୱାଇ ପାଟିଲ ସ୍ପେର୍ଟସ ଏକାଡେମୀରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିଥିଲା। ଆରମ୍ଭରୁ ମୁମ୍ବାଇକୁ ବଡ଼ ଝଟକା ଲାଗିଥିଲା। ଓପରନ ରୋହିତ ଶର୍ମା ଓ ଈଷନ କିଶନ ଖାତା ନଖୋଲି ପାଭିଲଅନକୁ ଫେରିଥିଲେ। ଦେୱାଲ୍ଡ ବ୍ରେଭିସ ମାତ୍ର ୪ ରନ୍‌ କରିଥିଲେ। ସ୍କୋର ୨୩ ରନ୍‌ ବେଳକୁ ମୁମ୍ବାଇ ୩ଟି ୱିକେଟ୍‌ ହରାଇ ସାରିଥିଲା। ମଧ୍ୟକ୍ରମର ଖେଳାଳିଙ୍କ ଯୋଗୁଁ ମୁମ୍ବାଇ ୭ଟି ୱିକେଟ୍‌ ହରାଇ ୧୫୫ ରନ୍‌ କରିଥିଲା। ଏଥିରେ ତିଲକ ବର୍ମାଙ୍କ ଅର୍ଦ୍ଧଶତକ ସାମିଲ ଥିଲା। ତିଲକ ୪୩ଟି ବଲ ଖେଳି ଅପରାଜିତ ୫୧ ରନ୍‌ କରିଥିଲେ।

୧୫୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଚେନ୍ନାଇ ବ୍ୟାଟିଂ କରିଥିଲା। ପାଳିର ଶେଷ ବଲରେ ଲକ୍ଷ୍ୟ ପୂରା ହୋଇଥିଲା। ମହେନ୍ଦ୍ର ସିଂହ ଧୋନୀ ୧୩ଟି ବଲ୍‌ ଖେଳି ଅପରାଜିତ ୨୮ ରନ୍‌ କରିଥିଲେ। ଅମ୍ବାତି ରାୟଡୁ ସର୍ବାଧିକ ୪୦ ରନ୍‌, ରବିନ ଉତ୍‌ଥପା ୩୦ ରନ୍‌ ଯୋଡ଼ିଥିଲେ।

Related posts

ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ସ୍ମାର୍ଟଫୋନ୍ ? ଜାଣନ୍ତୁ…

Odisha Halchal

ଜନତାଙ୍କୁ ମହଙ୍ଗା ମାଡରୁ ମିଳୁନି ମୁକ୍ତି

Odisha Halchal

ପୁଣି ଚର୍ଚ୍ଚାରେ ଅନୁଭବଙ୍କ ନୂଆ ଭିଡିଓ

Odisha Halchal

Leave a Comment