ଓଡ଼ିଶା ଖବରନ୍ୟୁଜ୍

ମୁଖ୍ୟ ଚିକିତ୍ସାଳୟରେ ମୁଳୁନି ରକ୍ତ

ମୁଖ୍ୟ ଚିକିତ୍ସାଳୟରେ ମୁଳୁନି ରକ୍ତ

ନବରଙ୍ଗପୁର:-ରକ୍ତ ହିଁ ଜୀବନ, ଗୋଟିଏ ବିନ୍ଦୁ ରକ୍ତ ଅନ୍ୟ ର ମୂଲ୍ୟବାନ ଜୀବନ କୁ ବଞ୍ଚାଇ ଦେଇଥାଏ ତେଣୁ ରକ୍ତ ଦାନ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ସଚେତନତା କାର୍ଯ୍ୟକ୍ରମ କରିବା ସହ ରକ୍ତ ଦାନ କୁ ମହତ ଦାନ ର ଆଖ୍ୟା ମଧ୍ୟ ଦିଆ ଯାଇଛି ହେଲେ ଉପାନ୍ତ ଅଞ୍ଚଳ ରେ ରୋଗୀ ଙ୍କ ପାଇଁ ରକ୍ତ ଆବଶ୍ୟକ ଥିବା ବେଳେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଦୀର୍ଘ 20 ଦିନ ହେଲା ଖାଲି ପଡିଛି ମୁଖ୍ୟ ଚିକିତ୍ସାଳୟ ର ରକ୍ତ ଭଣ୍ଡାର l

ଜିଲ୍ଲା ରେ କଣ ରହିଛି ରକ୍ତ ଭଣ୍ଡାର ର ଚିତ୍ର ଆସନ୍ତୁ ଦେଖିବା ଏହି ରିପୋର୍ଟ ରେ…ନବରଙ୍ଗପୁର ହେଉଛି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଜିଲ୍ଲା l ଜିଲ୍ଲା ର ଦଶ ଗୋଟି ବ୍ଲକ ର ଅଧିବାସୀ ସବୁବେଳେ ନିର୍ଭର କରି ଆସୁଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ l ହେଲେ ମୁଖ୍ୟ ଡାକ୍ତରଖାନା ର ଅବ୍ୟବସ୍ଥା ଆଜି ନ କହିବା ଭଲ l ଡାକ୍ତର ଅଭାବ ଆଜି ଯାଏଁ ପୂରଣ ହୋଇ ପାରୁନାହିଁ ତତ ସହିତ ମୁଖ୍ୟ ଡାକ୍ତରଖାନା ସବୁବେଳେ ଲାଗି ରହୁଛି ରକ୍ତ ସମସ୍ୟା l ଜିଲ୍ଲା ର କୋଣ ଅନୁକୋଣ ରୁ ରୋଗୀ ଏଠାକୁ ଆସି ରକ୍ତ ପାଇଁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ମୁଖ୍ୟ ଡାକ୍ତରଖାନା ରେ ରକ୍ତ ଭଣ୍ଡାର ଅଛି ସତ ହେଲେ ବିଗତ 20 ଦିନ ହେଲା ଖାଲି ପଡିଛି ରକ୍ତ l

ଅତି ଆବଶ୍ୟକ ସ୍ଥଳେ ରୋଗୀ ଙ୍କୁ କୁହା ଯାଉଛି ଡୋନର ନେଇକି ଆସ ତାହେଲେ ଆମେ ରକ୍ତ ଯୋଗାଡ଼ କରାଇ ପାରିବୁ ହେଲେ ପ୍ରଶ୍ନ ଉଠୁଛି ଉପାନ୍ତ ବ୍ଲକ ରୁ ଆସିଥିବା ରୋଗୀ କାହାକୁ ଜାଣିଛି ଯେ ସେ ଡାକ୍ତରଖାନା କୁ ଆସି ଡୋନର ଯୋଗାଡ଼ କରି ପାରିବ l
ବାରମ୍ବାର ରେଡ଼କ୍ରସ ତରଫରୁ ରକ୍ତ ଦାନ ପାଇଁ କ୍ୟାମ୍ପ କରା ଯାଉଛି l ହେଲେ ପ୍ରକୃତ ରେ ରକ୍ତ ଅଭାବ କେଉଁ ଜାଗାରେ ରହୁଛି ଏବଂ ଜିଲ୍ଲା ରେ ପ୍ରତିଦିନ କେତେ ରକ୍ତ ଆବଶ୍ୟକ ପଡୁଛି ତାହା ର ହିସାବ ମଧ୍ୟ କାହା ପାଖରେ ନାହିଁ l ଜିଲ୍ଲା ର ମେରୁଦଣ୍ଡ କୁହା ଯାଉଥିବା ଉମରକୋଟ ସହର ରେ ରକ୍ତ ଭଣ୍ଡାର କରିବା ପାଇଁ ଦୀର୍ଘ ଦିନ ରୁ ଦାବି ହେଉଥିଲେ ମଧ୍ୟ ଆଜି ଯାଏଁ ପୂରଣ ହୋଇ ପାରିଲା ନାହିଁ l

ଏନେଇ ଆମେ ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ପଚାରିବାରୁ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ଖୁବଶୀଘ୍ର ଉମରକୋଟ ଠାରେ ରକ୍ତ ଭଣ୍ଡାର ଖୋଲା ଯିବା ସହ ରକ୍ତ ଦାନ କ୍ୟାମ୍ପ ପାଇଁ ସ୍ଥାନୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ସହ ଯୋଗାଯୋଗ କରିଛନ୍ତି lଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟ ର ଅବସ୍ଥା ଯଦି ଏମିତି ଶୋଚନୀୟ ଯେଉଁଠାରେ ରକ୍ତ ଟିକିଏ ପାଇଁ କଳାହାଣ୍ଡି ଜିଲ୍ଲା ରୁ ଡୋନର ଙ୍କୁ ଆସିବାକୁ ପଡୁଛି ତାହେଲେ ବ୍ଲକ ସ୍ତର ର କଥା ନ କହିବା ଭଲ l ତେଣୁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟା ର ସମାଧାନ କରିବା ପାଇଁ ସାଧାରଣ ରେ ଦାବି ହେ ହେଉଛି l

Related posts

ଦିନିକିଆ ଗସ୍ତରେ ଓଡ଼ିଶା ସରକାରଙ୍କ ଫୁଡ୍ କମିସନର

Odisha Halchal

ଜଳେଶ୍ବର ରୁ ନବୀନ ନିବାସ

Odisha Halchal

ଥାନାରେ ନା ହୋଇଛି ଆଇଆଇସି ନିଯୁକ୍ତି ନା ଥାନାକୁ ମିଳିଛି ଭ୍ୟାନ

Odisha Halchal

Leave a Comment