ଓଡ଼ିଶା ଖବରନ୍ୟୁଜ୍

ମେଲଣ ପାଇଁ ଘଣ୍ଟା ଘଣ୍ଟା ରାସ୍ତା ଅବରୋଧ

ମେଲଣ ପାଇଁ ଘଣ୍ଟା ଘଣ୍ଟା ରାସ୍ତା ଅବରୋଧ

କଟକ:-ମେଲଣ ପାଇଁ ଘଣ୍ଟା ଘଣ୍ଟା ରାସ୍ତା ଅବରୋଧ। ଏଭଳି ଦୃଶ୍ୟ ସମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳର ମୁନିସ ମେଳଣରେ। ଏହି ମେଳଣକୁ ସାଲେପୁର ଥାନା ଅଧିକାରୀ ବାବୁମାନେ ଆୟୋଜନ କରିଥାନ୍ତି। ଏବେକାର ମେଲଣ ନୁହେଁ ବହୁପୁରାତନ ଯୁଗରୁ ପୋଲିସ ଓ ଲୋକମାନଙ୍କ ଭିତରେ ଭାଇଚାରାକୁ ନେଇ ଏହିମେଳଣ ଅନୁଷ୍ଠିତ ହୋଇଥାଏ।

ପୋଲିସ ବାବୁ ମାନେ ମେଳଣ ଆୟୋଜନ କରିଥିଲେ। ଠାକୁର ପିଣ୍ଡିରେ ବସିସାରିଥିଲେ। ହେଲେ ରାସ୍ତାଫାଙ୍କା ହୋଇ ନଥିଲା।ଏ ଭିଜୁଆଲକୁ ଆପଣ ଦେଖିଲେ ବେଶ ଜାଣିପାରିବେ କଣ ଥିଲା ମେଲଣ ସମୟର ଦୃଶ୍ୟ।

ଜନସାଧାରଣ ଠାରୁ ଆରମ୍ଭକରି ବହୁ ମାଲବାହି ଗାଡି ଓ ପାସେଞ୍ଜର ଗାଡି ସ୍କୁଲଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଏମିତି ରାସ୍ତାଯାମଥିଲା ଯେ ଖୋଦ ଟ୍ରାଫିକ ବାବୁଙ୍କୁ ଫେରିବାକୁ ପଡିଲା। ଏଠି ପ୍ରଶ୍ନ ଉଠୁଛି ପୋଲିସ ବାବୁଙ୍କ ମେଳଣ ହୋଇଥିଲା ବୋଲି ରାସ୍ତାଅବରୋଧ ହୋଇବ ଏନେଇ ସ୍ତାନୀୟ ଅଂଚଳରେ ଚର୍ଚ୍ଚା ଜୋରଧରିଛି। ପ୍ରଶ୍ନ ଆମର ଉତ୍ତର ଆପଣଙ୍କର l

Related posts

ଭଟିଗାଁ ରାନିଯୋର ବ୍ରିଜ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଶିକ୍ଷକଙ୍କ ନାମରେ ହତ୍ୟା ଅଭିଯୋଗ

Odisha Halchal

ବଢୁଛି ବଜ୍ରକାପ୍ତା ଚାଲାଣ, ରାଜ୍ୟ ବାହାରକୁ ଜୀବନ୍ତ ବଜ୍ରକାପ୍ତା ଚାଲାଣ ପାଇଁ ଚାଲିଥିଲା ଡିଲ୍‌, ପହଞ୍ଚିଗଲା ପୋଲିସ୍‌

Odisha Halchal

ମହାବିଦ୍ୟାଳୟରେ କ୍ୟାରିୟର ଡାଉନ୍ ସେଲିଙ୍ଗ କାର୍ଯ୍ୟକ୍ରମ

Odisha Halchal

Leave a Comment