ଓଡ଼ିଶା ଖବରନ୍ୟୁଜ୍

ବର୍ତ୍ତମାନ ପର୍ଯ୍ୟନ୍ତ ବାଲ୍ୟ ବିବାହ ଭଳି କୁସଂସ୍କାର ବିଭିନ୍ନ ବ୍ଲକ ବା ପଞ୍ଚାୟତରେ

ବର୍ତ୍ତମାନ ପର୍ଯ୍ୟନ୍ତ ବାଲ୍ୟ ବିବାହ ଭଳି କୁସଂସ୍କାର ବିଭିନ୍ନ ବ୍ଲକ ବା ପଞ୍ଚାୟତରେ

ନବରଙ୍ଗପୁର:- ଜିଲ୍ଲା ରେ ବର୍ତ୍ତମାନ ପର୍ଯ୍ୟନ୍ତ ବାଲ୍ୟ ବିବାହ ଭଳି କୁ ସଂସ୍କାର ବିଭିନ୍ନ ବ୍ଲକ ବା ପଞ୍ଚାୟତ ରେ ଦେଖିବାକୁ ମିଳେ, ଜିଲ୍ଲା ପ୍ରଶାସନ ବାଲ୍ୟ ବିବାହ କୁ ରୋକି ଏହି ନାବାଳିକା ଙ୍କୁ ଆତ୍ମ ନିର୍ଭର କରି ସମାଜ ର ମୂଖ୍ୟ ତ୍ସୋତ ରେ ସାମିଲ କରିବାରେ ପ୍ରୟାସ ପ୍ରଂଶସନୀୟ ଏଥି ପାଇଁ ସହାୟକ ହେଇଛି କେନ୍ଦ୍ର ସରକାର ଙ୍କ ବେଟୀ ବଚାଓ ବେଟି ପଢାଓ ଯୋଜନା ଏହି ଯୋଜନା କାର୍ଯ୍ୟକାରୀ ପରେ ନବରଙ୍ଗପୁର ଜିଲ୍ଲା ରେ ବାଲ୍ୟ ବିବାହ ପ୍ରଥା କୁ ରୋକିବା ରେ ଯଥେଷ୍ଟ ପ୍ରୟାସ ଆରମ୍ଭ ହୋଇଛି। ତେବେ ବାଲ୍ୟ ବିବାହ ପୀଡ଼ିତା ଙ୍କ ପାଇଁ ଆଶାର ଆଲୋକ ସାଜିଛି ଯୋଜନା ଦୀନ ଦୟାଲ ଉପଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା , ସେମାନଙ୍କୁ ଦେଖାଇଛି ବଞ୍ଚିବାର ନୂତନ ରାହା ।

ନବରଙ୍ଗପୁର ଜିଲ୍ଲା ର ନନ୍ଦାହାଣ୍ଡି ବ୍ଲକ ର ସିନ୍ଧିଗୁଡା ଗ୍ରାମରେ ରହେ 20 ବର୍ଷିୟା ଅର୍ଣ୍ଣପୂର୍ଷା ହରିଜନ। କୋଳରେ ତାର 5 ବର୍ଷିୟା ଝିଅ ଟିଏ। ତା ପରିବାର କହିଲେ ମା,ଭାଇ ଆଉ ତା ଝିଅ। ଉପଯୁକ୍ତ ଶିକ୍ଷା ଓ ସଚେତନତା ର ଅଭାବ ଯୋଗୁଁ ଅର୍ଣ୍ଣପୂର୍ଣ୍ଣା ଦଶମ ଶ୍ରେଣୀ ରେ ପଢୁଥିବା ବେଳେ ହିଁ ସେ ବାଲ୍ୟ ବିବାହ ର ଶିକାର ହୋଇଥିଲା। ତେବେ ମାତ୍ର ବର୍ଷକ ପରେ ସ୍ବାମୀ ଦ୍ୱିତୀୟ ବିବାହ କରିବାରୁ କଅଁଳ ଶିଶୁ କନ୍ୟା କୁ ଧରି ସେ ମାଁ ଘରକୁ ଫେରିଥିଲା। ଦିନ ମଜୁରିଆ ଭାଇ ଉପରେ ବୋଝ ନ ହୋଇ ସେ ଖୋଜିଥିଲା ରୋଜଗାର ର ପନ୍ଥା। ଠିକ ସେହି ସମୟରେ ତା ପାଖକୁ ଆଶା ର ଆଲୋକ ହୋଇ ଆସିଥିଲା ଦୀନ ଦୟାଲ ଉପଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା।

ନବରଙ୍ଗପୁର ଠାରେ ଥିବା ଦୀନ ଦୟାଲ ଉପଧ୍ୟାୟ ଗ୍ରାମୀଣ କୌଶଳ କେନ୍ଦ୍ର ରେ ସେ ତିନିମାସ ଧରି ମାଗଣା ରେ ରହିବା ଖାଇବା ସୁବିଧା ସହ ସିଲେଇ ତାଲିମ ଗ୍ରହଣ କରି ଥିଲେ। ତାଲିମ ପରେ ଅର୍ଣ୍ଣପୂର୍ଣ୍ଣା କୁ କର୍ଣ୍ଣାଟକ ରାଜ୍ୟ ର ତ୍ରିପୁରା ଠାରେ ପ୍ଲେସମେଣ୍ଟ ଲିଙ୍କେଜ ରେ ମାସକୁ 8500 ଟଙ୍କା ଦରମା ର ଚାକିରି ମିଳିଥିଲା। 6 ମାସ କାମ କରିବା ପରେ ସେ ଏବେ ଘରକୁ ଫେରିଛି ଝିଅ ପାଇଁ। ପୁଣି ଏପ୍ରିଲ ମାସ ରେ ସେ ଚାକିରି ସ୍ଥାନ କୁ ଫେରିବ। ଭୁଲର ପୁନରାବୃତ୍ତି ନ କରି ଅତୀତ କୁ ନ ଫେରି ନୂଆ ରାସ୍ତାରେ ଚାଲିବାକୁ ଆଗଭର ଅର୍ଣ୍ଣପୂର୍ଣ୍ଣା। ନିଜ ଝିଅ ପାଇଁ ଏକ ସୁନେଲି ଭବିଷ୍ୟତ ଗଢି ଆଗକୁ ବଢିବା ପାଇଁ ଚାହୁଁଛି ସେ।

ଜିଲ୍ଲାର ପାପଡାହାଣ୍ଡି ବ୍ଲକ ର ଚରାମୁଳା ଗ୍ରାମ ରେ ରହେ 17 ବର୍ଷିୟା ବନିତା ପୂଜାରୀ। ନବମ ଶ୍ରେଣୀ ରେ ପଢୁଥିବା ବେଳେ ବାଲ୍ୟ ବିବାହ କରିଥିବା ବେଳେ ପରିବାର ବର୍ଗ ଓ ବ୍ଲକ ପ୍ରଶାସନ ତାକୁ ଉଦ୍ଧାର କରି ଘରକୁ ଫେରାଇ ଆଣିଥିଲେ। ପରିବାର ବର୍ଗ ଙ୍କୁ କାଉନ୍ସେଲିଙ୍ଗ କରିବା ପରେ ବନିତା କୁ ନବରଙ୍ଗପୁର ଠାରେ ଥିବା ଦୀନ ଦୟାଲ ଉପଧ୍ୟାୟ ଗ୍ରାମୀଣ କୌଶଳ କେନ୍ଦ୍ର ରେ ସିଲେଇ ତାଲିମ ପ୍ରଦାନ କରାଯାଇଥିଲା। ବନିତା କୁ ବି ପ୍ଲେସମେଣ୍ଟ ଲିଙ୍କେଜ ରେ ମାସକୁ 8500 ଟଙ୍କା ଦରମା ର ଚାକିରି ମିଳିଥିଲା। 6 ମାସ କାମ କରିବା ପରେ ସେ ଏବେ ଘରକୁ ଫେରିଛି ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ।

ପରୀକ୍ଷା ସାରିଲେ ବନିତା ପୁଣି ଥରେ ଚାକିରି ସ୍ଥାନ କୁ ଫେରିବ ନିଜେ ରୋଜଗାର କ୍ଷମ ହେବା ପାଇଁ ଝି କୁ ପାଠ ପଢାଇ ତାକୁ ସ୍ଵାବଲମ୍ବୀ କରିବାକୁ ଚାହାନ୍ତି ପରିବାର ବର୍ଗ ।ବନିତା ଏବେ ପ୍ରସ୍ତୁତ ନିଜ ଗୋଡ ରେ ନିଜେ ଥିବା ହେବା ପାଇଁ ପାଠପଢିବା ସହ ସ୍ବରୋଜଗାର କ୍ଷମ ହେବାକୁ ଚାହୁଁଛି, ସେ ବିବାହ ପରିବର୍ତ୍ତେ ନିଜ ପରିଚୟ ଖୋଜିବାରେ ବ୍ୟସ୍ତ ଏବେ ବନିତା।କେବଳ ଅର୍ଣ୍ଣପୂର୍ଣ୍ଣା କି ବନିତା ନୁହନ୍ତି। ବାଲ୍ୟ ବିବାହ ର ଶିକାର ହୋଇଥିବା ଏପରି ଅନେକ ମହିଳା ଓ ଯୁବତୀ ପାଇଁ କେନ୍ଦ୍ର ସରକାର ଙ୍କ ଏହି ଧ୍ଵଜାଧାରୀ ଯୋଜନା ଦୀନ ଦୟାଲ ଉପଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ସାହାରା ହୋଇଛି ସେମାନଙ୍କ ଭବିଷ୍ୟତ ଗଢିବା ପାଇଁ । ସ୍ବାଭିମାନ ର ସହ ବଞ୍ଚିବା ପାଇଁ ଦେଇଛି ଆଶା ଓ ବିଶ୍ୱାସ ।

Related posts

ପଦ୍ମପୁର ଅଞ୍ଚଳରେ ଲାଗିଲା ମାଓ ବ୍ୟାନର, କିଛି ଦୋକାନୀଙ୍କୁ ତାଗିଦ କଲେ ମାଓବାଦୀ

Odisha Halchal

ପିତାମାତାଙ୍କ ସ୍ମୃତିରେ ଶ୍ରୀମଦ ଭାଗବତ କଥା ମୃତ ପାରାୟଣ

Odisha Halchal

କୋଟାକ ସିକୁରିଟି ନାମକ ସଂସ୍ଥା ନାମରେ କୋଟି କୋଟି ଟଙ୍କା ଠକିବା ଅଭିଯୋଗ

Odisha Halchal

Leave a Comment