ଅପରାଧଓଡ଼ିଶା ଖବରନ୍ୟୁଜ୍

ଭଟିଗାଁ ରାନିଯୋର ବ୍ରିଜ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଶିକ୍ଷକଙ୍କ ନାମରେ ହତ୍ୟା ଅଭିଯୋଗ

ଭଟିଗାଁ ରାନିଯୋର ବ୍ରିଜ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଶିକ୍ଷକଙ୍କ ନାମରେ ହତ୍ୟା ଅଭିଯୋଗ

ଗତକାଲି ସନ୍ଧ୍ୟା ସମୟରେ ବରପାଲି ଥାନା ଭଟିଗାଁ ଗ୍ରାମ ନିକଟସ୍ଥ ରାନିଯୋର ବ୍ରିଜ ତଳୁ ଜଣେ ଯୁବତୀଙ୍କ ମୃତ ଶରୀର ବରପାଲି ପୋଲିସ ଉଦ୍ଧାର କରିଛି । ଘଟଣାରୁ ପ୍ରକାଶ ଯେ ରାନିଯୋର ବ୍ରିଜ ତଳେ ଜଣେ ଯୁବତୀଙ୍କ ମୃତ ଶରୀର ପଡିଥିବା ବରପାଲି ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ବରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଏହି ଘଟଣାକୁ ନେଇ ପୋଲିସ କେସ ନଂ 146/22ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରିଛି । ଶିକ୍ଷକ ଗଣନାଥ ମିର୍ଧା ଫେରାର ଥିବା ବରପାଲି ପୋଲିସ ସୂତ୍ରରୁ ପ୍ରକାଶ। ସେହିପରି ଝିଅର ହତ୍ୟାକାରୀକୁ ଶୀଘ୍ର ଧରି ଦଣ୍ଡିତ ନକରାଗଲେ ଆନ୍ଦୋଳନ ହେବ ବୋଲି ତେଜଙ୍ଗ ଗ୍ରାମବାସୀ ପୋଲିସକୁ ସ୍ପଷ୍ଟ ଭାବେ ଚେତାବନୀ ଦେଇଛନ୍ତି ।

ଘଟଣାସ୍ଥଳରୁ ଏକ ଲେଡିଜ ପର୍ସ ମିଳିଥିଲା । ସେଥିରୁ ମୃତା ଜଣକ ବରପାଲି ଥାନା ରକସା ପଂଚାୟତ ଅଧିନସ୍ଥ ତେଜଙ୍ଗ ଗ୍ରାମର ଅନ୍ଧାରି ଦୀପ ବୋଲି ଜଣାପଡିଛି । ହେଲେ ଆଜି ସକାଳୁ ସାଇଣ୍ଟିଫିକ ଟିମ ଆସି ଘଟଣା ସ୍ଥଳରେ ପଡିଥିବା ଯୁବତୀଙ୍କ ଅନୁସନ୍ଧାନ କରିଥିବା ବେଳେ ମୃତ ଯୁବତୀଙ୍କ ମାଆ ଆଜି ବରପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେଜଙ୍ଗ ସ୍କୁଲରେ ଶିକ୍ଷକ ଥିବା ଅତାବିରା ଗ୍ରାମର ଗଣନାଥ ମିର୍ଧା ମୋର ଝିଅକୁ ନେଇ ହତ୍ୟାକରିଛି ବୋଲି ସେ ଅଭିଯୋଗ କରିଛନ୍ତି ।

Related posts

ପ୍ରଥମ ଦିନରେ ବକ୍ସ ଅଫିସରେ ଝଡ଼ ସୃଷ୍ଟି କଲା ‘ଆରଆରଆର’, ସିନେମା ଘର ଆଗରେ ଲାଗିଲା ଦର୍ଶକଙ୍କ ଲମ୍ବା ଲାଇନ୍‌

Odisha Halchal

ବାଙ୍କୀ ନୂଆଗାଁରେ ରାଜନୈତିକ ହିଂସା

Odisha Halchal

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର

Odisha Halchal

Leave a Comment