ଓଡ଼ିଶା ଖବରନ୍ୟୁଜ୍

ପାଣି ପାଇଁ ରାସ୍ତା ରୋକ

ପାଣି ପାଇଁ ରାସ୍ତା ରୋକ

ନବରଙ୍ଗପୁର :-ପାଣି ପାଇଁ ଗ୍ରାମ ବାସୀ ଙ୍କ ରାସ୍ତା ରୋକ।ଆଗକୁ ଆସୁଛି ଗ୍ରୀଷ୍ମ ଋତୁ କିନ୍ତୁ ଏବେ ଠାରୁ ଦେଖା ଦେଲାଣି ଜଳ କଷ୍ଟ , ଦୀର୍ଘ 3 ମାସ ଧରି ପ୍ରଶାସନ କୁ ଗୁହାରି କରିବା ପରେ ମଧ୍ୟ ପିଇବା ପାଣି ସମସ୍ୟା ର ସମାଧାନ ନ ହେବାରୁ ବାଧ୍ୟ ହୋଇ ଆଜି ରାଜରାସ୍ତା କୁ ଓହ୍ଲାଇ ଛନ୍ତି ଶତାଧିକ ମହିଳା।

ଏ ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେ ଜିଲ୍ଲା ସଦର ମହକୁମା ଉପକଣ୍ଠ ବେହେରାଗୁଡା ଗ୍ରାମ ର  ସହର ଠାରୁ ମାତ୍ର 2 କିଲୋମିଟର ଦୂରତା ରେ ଥିବା ଏଇ ବେହେରାଗୁଡା ରେ ବସ ବାସ କରନ୍ତି 1500 ରୁ ଉର୍ଦ୍ଧ ଲୋକ। ଗାଁ ରେ ରହିଛି ମାତ୍ର 3 ଟି ନଳକୂପ 3 ଭିତରୁ ଗୋଟିଏ ଅଚଳ ଓ ଦୁଇ ଟି ନଳକୁପ ର ପାଣି ରେ ମେଂଟୁଚି 1500 ଲୋକ ଙ୍କ ଶୋଷ ସକାଳୁ ଉଠି ନଳକୁଅ ରେ ଧାଡି ରେ ଠିଆ ହେବା ପାଇଁ ଗାଁ ରେ ଚାଲିଛି ପ୍ରତିଯୋଗିତା ।

ଅନେକ ସମୟ ରେ ନିଜ ନିଜ ଭିତରେ ପିଇବା ପାଣି ପାଇଁ ଝଗଡା ଲାଗି ସମ୍ପର୍କ ମଧ୍ୟ ଖରାପ ହେଉଥିବା ଅଭିଯୋଗ କଲେଣି ଗ୍ରାମବାସୀ । ବାରମ୍ବାର ବିଡ଼ିଓ ଏବଂ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷ ରେ ବାଧ୍ୟ ହୋଇ ଆଜି ଗ୍ରାମ ର ଶତାଧିକ ମହିଳା ବେହେରାଗୁଡା ଛକ ରେ ରାସ୍ତା ଅବରୋଧ କରିଛନ୍ତି । ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରୁ କୋଷାଗୁମୁଡ଼ା ବ୍ଲକ ସହ ଯୋଗାଯୋଗ କରୁଥିବା ଏହି ରାସ୍ତା ଅବରୋଧ ଫଳରେ ରାସ୍ତା ରେ ଅଟକି ରହିଛି ଅନେକ ଗାଡି। ପିଇବା ପାଣି ର ସମାଧାନ ନ ହେବା ଯାଏଁ ଏ ରାସ୍ତା ରୋକ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ଦିବାକର ପୂଜାରୀ ।

Related posts

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Odisha Halchal

ଦୁର୍ଦାନ୍ତ ମାଓବାଦୀଙ୍କୁ ଗିରଫ କଲା ଏନ୍ ଆଇ ଏ

Odisha Halchal

ଡାବୁଗାଁ ବିଧାୟକ ଙ୍କୁ କ୍ଲିନ୍ ଚିଟ୍

Odisha Halchal

Leave a Comment