ଓଡ଼ିଶା ଖବରନ୍ୟୁଜ୍

ଡାବୁଗାଁ ବିଧାୟକ ଙ୍କୁ କ୍ଲିନ୍ ଚିଟ୍

ଡାବୁଗାଁ ବିଧାୟକ ଙ୍କୁ କ୍ଲିନ୍ ଚିଟ୍

ନବରଙ୍ଗପୁର:-(ରିପୋର୍ଟ- ପ୍ରସାନ୍ତ କୁମାର ସାହୁ) ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଙ୍କ ବିରୋଧ ରେ କଂଗ୍ରେସ ଆଣିଥିବା ସମସ୍ତ ଅଭିଯୋଗ କୁ ଭିତ୍ତିହୀନ ଦର୍ଶାଇ ଆଜି ବିଧାୟକ ଙ୍କ ସପକ୍ଷରେ ରେ ରାୟ ପ୍ରଦାନ କରିଛନ୍ତି ମାନ୍ୟବର କୋର୍ଟ l ବିଧାୟକ ହେବା ଆଗରୁ ରନ୍ଧାରୀ ଯେତେବେଳେ ନନ୍ଦାହାଣ୍ଡି ପଂଚାୟତ ସମିତି ର କିରାଣୀ ଭାବେ କାର୍ଯ୍ୟ କରୁଥିଲେ ସେହି ସମୟରେ ଅର୍ଥାତ 2004 ରୁ 2009 ମଧ୍ୟରେ ଗୋଦାମ ଗୃହ ଦାୟିତ୍ୱ ରେ ଥିବାବେଳେ ଆବାସ ଯୋଜନା ରେ ଲୁହା ଛଡ, ସିମେଣ୍ଟ, ଚାଉଳ ଇତ୍ୟାଦି ହେରଫେର ନେଇ ଏକ ପିଟିସନ ଫାଇଲ କରାଯାଇଥିଲା ଯାହାକୁ ନେଇ ତତ୍କାଳୀନ ଜିଲ୍ଲାପାଳ 2008 ରେ ଏକ ଅଡିଟ ମଧ୍ୟ କରାଇଥିଲେ l

ଏବଂ ପରେ ବିଧାୟକ ରନ୍ଧାରୀ ମଧ୍ୟ ଦୁଇଟି କିସ୍ତି ରେ କିଛି ଅର୍ଥ ରାଶି ଜମା କରିଥିଲେ l ପରେ ହାଇକୋର୍ଟ ରେ ପିଟିସନ ଗ୍ରହଣ ହୋଇ ରନ୍ଧାରୀ ଙ୍କ ବିରୋଧ ରେ ଚାର୍ଜ ସିଟ ଦାଖଲ ଏବଂ ପ୍ରତିପକ୍ଷ ଙ୍କ ସାକ୍ଷ ଗ୍ରହଣ ମଧ୍ୟ କରା ଯାଇଥିଲା l କିନ୍ତୁ ଆଜି ସମସ୍ତ ଘଟଣା କୁ ଅନୁଧ୍ୟାନ କରି ମାନ୍ୟବର ଭିଜିଲାନ୍ସ କୋର୍ଟ, ଜୟପୁର ଆଜି ବିଧାୟକ ଙ୍କ ସପକ୍ଷରେ ରାୟ ଦେବା ସହ ବିଧାୟକ ଙ୍କୁ ନିର୍ଦୋଷ ରେ ଖଲାସ କରିଥିଲେ l

ନିର୍ଦୋଷ ରେ ଖଲାସ ପରେ ବିଧାୟକ ଖୁସି ଥିବା ସହ ଯେତେବେଳେ ସେ ଚାକିରୀ ଛାଡି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକଳାପ ରେ ଅନୁପ୍ରାଣିତ ହୋଇ ରାଜନୀତି କୁ ଆସିବା ପାଇଁ ଜନ ସମର୍ଥନ ଯୋଗାଡ଼ କରିବାରେ ଲାଗିଲେ ସେତେବେଳେ ବିରୋଧୀ ଆକ୍ଷେପ ଓ ଆକ୍ରୋଶ ମୂଳକ ଭାବେ ଏପରି କାର୍ଯ୍ୟ କରିଥିଲେ ଯାହା କି ଆଜି ଧର୍ମ ର ଜୟ ହୋଇଛି ବୋଲି କହିବା ସହ ସୁନା କୁ ଯେତେ ମାଜିଲେ ସେତେ ଚକଚକ ହେବ ବୋଲି ପ୍ରତିକ୍ରିୟା ରଖିଥିଲେ l

ପିଟିସନ କରିଥିବା ପ୍ରତିପକ୍ଷ ପୂର୍ବତନ ବିଧାୟକ ସଦନ ନାୟକ ଙ୍କୁ ପଚାରିବାରୁ ସେ ବର୍ତମାନ ଯାଏ ଓକିଲ ସହ କଥା ହୋଇ ନାହାନ୍ତି ଏବଂ କେଉଁ ଗ୍ରାଉଣ୍ଡ କୁ ଭିତ୍ତି କରି ମାନ୍ୟବର କୋର୍ଟ ଏଭଳି ନିଷ୍ପତି ନେଇଛନ୍ତି ତାକୁ ବିଚାର କରି ଉପରିସ୍ଥ କୋର୍ଟ ର ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି l

Related posts

ସିକୁଆଁ ରେ ନାମଯଜ୍ଞ ପାଇଁ ଶୁଭ ସ୍ଥଂଭ ସ୍ଥାପନ

Odisha Halchal

ନା ଜାତକ, ନା ଜାତିଗୋତ୍ର; କନିଆ ସାଜିଲେ ୨ ଅନାଥ ଝିଅ

Odisha Halchal

ଓଡ଼ିଶାରେ କିଭଳି ଚାଲିଛି ଶିକ୍ଷା ବ୍ୟବସ୍ଥା

Odisha Halchal

Leave a Comment