ଓଡ଼ିଶା ଖବରନ୍ୟୁଜ୍

ମହଙ୍ଗା ପଡିଲା ଭିଡିଓ ପୋଷ୍ଟ ନିଶା ,ଅଳ୍ପକେ ବର୍ତିଲେ ଛାତ୍ର

ମହଙ୍ଗା ପଡିଲା ଭିଡିଓ ପୋଷ୍ଟ ନିଶା ,ଅଳ୍ପକେ ବର୍ତିଲେ ଛାତ୍ର

ନବରଙ୍ଗପୁର :-ମହଙ୍ଗା ପଡିଲା ଭିଡିଓ ପୋଷ୍ଟ ନିଶା ,ଅଳ୍ପକେ ବର୍ତିଲେ ଛାତ୍ର । ସାତ ସ୍କୁଲ୍ ଛାତ୍ରଙ୍କୁ TC, କେବଳ ପରୀକ୍ଷା ପର୍ଯନ୍ତ୍ ଅନୁମତି ।ବିପତଜନକ ଭିଡ଼ିଓ ରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ନିଶା ଏବେ ସାତ ଜଣ ସ୍କୁଲ୍ ଛାତ୍ରଙ୍କ ପାଇଁ କାଳ ହୋଇଛି ।ଏହି ଘଟଣା ପାଇଁ ସ୍କୁଲ୍ କତୃପକ୍ଷ ସେମାନଙ୍କୁ TC ଦେଇଛନ୍ତି । ହେଲେ ଅଭିଭାବକଙ୍କ ଅନୁରୋଧ କ୍ରମେ ପରୀକ୍ଷା ପର୍ଯ୍ୟନ୍ତ ସେମାନଙ୍କୁ ଅନୁମତି ଦିଆଯାଇଥିବା ଜଣାପଡିଛି । ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ସ୍ଥିତ ଏକ୍ସ ବୋର୍ଡ ଉଚ୍ଚ ପ।ର୍ଥମିକ ବିଦ୍ୟାଳୟ ରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ ଗତ 14 ତାରିଖରେ ବିଦ୍ୟାଳୟରେ ଦିବ୍ୟାଙ୍ଗଙ୍କ ନିମନ୍ତେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଚାଲିଥିଲା । ଏଥିପାଇଁ ପାଠପଢ଼ା ବନ୍ଦ ରହି ଥିବା ବେଳେ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିଲେ । ଏହି ସମୟରେ କିଛି ଛାତ୍ର ଲିଚିଲୁଚି ସାମାଜିକ ଗଣମାଧ୍ୟମ ପାଇଁ ଭିଡ଼ିଓ ପ୍ରସ୍ତୁତ କରିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ଫେସବୁକ୍ ଏବଂ ଇନ୍ଷ୍ଟଗ୍ରମ୍ ରେ ପୋଷ୍ଟ କରିଥିଲେ । ଭାଇରାଲ ହୋଇଥିବା ଭିଡ଼ିଓରେ ସ୍କୁଲ୍ ଛାତ ଉପରେ ବହୁସଂଖ୍ୟାରେ ଛାତ୍ର ଏକାଠି ହୋଇଥିବା ଦେଖିବାକୁ ମିଳିଛି। ସେମାନଙ୍କୁ ମଧ୍ୟରୁ ଜଣେ ଛାତ୍ର ହଠାତ୍ ବିଦ୍ୟାଳୟ ଛାତରୁ ପ୍ରାୟ 10 ଫୁଟ୍ ଦୂରରେ ଥିବା ପରିତ୍ୟକ୍ତ ଏ ଏନ୍ ଏମ୍ କ୍ୱର୍ଟସ କୁ ଲମ୍ଫ ଦେଉଛନ୍ତି ।

ଯାହାଫଳରେ କ୍ୱର୍ଟସ୍ ର ଆଜବେଷ୍ଟ ଭାଙ୍ଗି ତଳକୁ ଖସି ପଡ଼ୁଛନ୍ତି ସଂପୃକ୍ତ ଛାତ୍ର । ଏହି ଦୃଶ୍ୟକୁ ଉପଭୋଗ କରୁଥିବା ଅନ୍ୟ ଛାତ୍ର ଏହାପରେ ବିଦ୍ୟାଳୟ କୋଠ ତଳକୁ ଡେଇଁ ସେଠାରୁ ଚାଲି ଯାଉଛନ୍ତି । ଡିଆଁ ମାରିଥିବା ଛାତ୍ର ଜଣକ ତଳେ ପଡ଼ିଥିଲେ ସୁଦ୍ଧା ଅଳ୍ପକେ ବର୍ତ୍ତି ଯାଇଛନ୍ତି, କିନ୍ତୁ ସାମାନ୍ୟ ଆହତ ହୋଇଛନ୍ତି ।

ଭିଡ଼ିଓ ରୁ ଏହି ଘଟଣା ଜଣାପଡିବା ପରେ ସ୍କୁଲ୍ କତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି । ଭିଡ଼ିଓ ଆଧାରରେ ସାତ ଜଣ ଛାତ୍ରଙ୍କୁ ଚିହ୍ନଟ କରି ବିଦ୍ୟାଳୟ ଡକାଇ TC ଦେଇଛନ୍ତି । ଅନ୍ୟ ବିଦ୍ୟାଳୟର କିଛି ଛାତ୍ର ବି ଏହି ବିପଦପୂର୍ଣ୍ଣ ଷ୍ଟାଣ୍ଡ ଭିଡ଼ିଓ ରେ ସାମିଲ ଥିବା ପ୍ରଧାନଶିକ୍ଷକ ସୁଷଙ୍କର ମିସ୍ତ୍ରୀ ପ୍ରକାଶ କରିଛନ୍ତି। ତେବେ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବା ଭୟରେ ଅଭିଭାବକ ମାନେ ଆଜି ବିଦ୍ୟାଳୟରେ ପହଞ୍ଚି ପରୀକ୍ଷା ପର୍ଯ୍ୟନ୍ତ ପିଲାଙ୍କୁ ବିଦାୟ ନ କରିବାକୁ ଅନୁରୋଧ କରିଥିଲେ । ଏହାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ବ୍ୟେଠକରେ ଆଲୋଚନା ହୋଇଥିଲା । ଶେଷରେ ପରୀକ୍ଷା ପର୍ଯ୍ୟନ୍ତ ପିଲାମାନେ ସ୍କୁଲ୍ ଆସିପାରିବେ ବୋଲି ଅନୁମତି ଦିଆଯାଇଥିବା ଜଣାପଡିଛି।

Related posts

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି

Odisha Halchal

ଖରାଦିନେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ଡ୍ରାଗନ୍‌ ଫ୍ରୁଟ୍‌

Odisha Halchal

ଏନ ଏଚ୍ ୫୩ନଂ ଜାତୀୟ ରାଜପଥରେ ମର୍ମାଦୁନ୍ତ ସଡକ ଦୁର୍ଘଟଣା

Odisha Halchal

Leave a Comment