ଓଡ଼ିଶା ଖବରନ୍ୟୁଜ୍

ହକିବିଶ୍ୱକପ -2023ର ହକି ରଥ ସ୍ବାଗତଂ

ହକିବିଶ୍ୱକପ -2023ର ହକି ରଥ ସ୍ବାଗତଂ

ନୂଆପଡା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ ) ଜିଲ୍ଲା ପ୍ରଶାସନ ତରଫରୁ ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱ କପ -2023ର ହକି ରଥକୁ ସ୍ବାଗତଂ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାରାଥନ ଶୋଭାଯାତ୍ରା ଓ ସ୍ବାଗତଂ କାର୍ଯ୍ୟକ୍ରମ ରଖାଯାଇଛି. ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଜଗନ୍ନାଥ ମନ୍ଦିର ତାରିଖ -01-01-2023ସମୟ ସକାଳ -5ଟା 30ମିନିଟରେ ହକି ରଥ ଶୋଭାଯାତ୍ରା ଆରମ୍ଭ ହେବ.

ତାପରେ point ଜିରୋ -ଯୁଗେନପଦର ସମୟ -6.00am, point -1 ଲିଟିସର୍ଗି ସମୟ -7.30am, point -2-ବୋଡେ଼ନ ପେଟ୍ରୋଲ pump ସମୟ -8.30am, point -3-ଖଇରା ସମୟ -9.20am, point -4-କରଲାକୋଟ -ସମୟ -10.00am, point -5-ବେଲଗାଁ ସମୟ -11.00am, point -6-ଭେଲା -ସମୟ -11.40am, point -7-ବରକୋଟ ସମୟ -12.30pm, point -8-ଭାଲୁକୋନା ସମୟ -1.45pm, point -ଘାଟିପଡା ସମୟ -2.45pm, point -10- ଇରିଗେସନ square ନୂଆପଡା ସମୟ -3.30pm, Ending point – ମିନି ଷ୍ଟାଡିୟମ ନୂଆପଡା ସମୟ -3.45pm.
କୋମନା ବ୍ଲକ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରଣାଙ୍କ ତତ୍ତ୍ୱବଧାନରେ ବ୍ଲକର ଅନ୍ୟାନ୍ୟ ଅଧିକାରୀଗଣ ଆସି ବେଲଗାଁ ଓ ଭେଲା point ନିକଟରେ ହକି ରଥକୁ ସ୍ବାଗତଂ କରିବା ପାଇଁ ପ୍ରସ୍ତୁତି ଓ ସଜାଗ ରହିଛନ୍ତି.

ଓଡିଶା ହେଉଛି ହକି ଖେଳର ଏନ୍ତୁଡ଼ିଶାଳ. ଏହି ରାଜ୍ୟରେ ପ୍ରତିଭାବାନ ଖେଳାଳି ସୃଷ୍ଟି ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି. ଏହା ସହିତ ହକି ହେଉଛି ଆମ ଦେଶ ଭାରତର ଜାତୀୟ ଖେଳ. ଜାନୁଆରି ମାସ 13ତାରିଖ ଦିନ ହକି ବିଶ୍ୱ କପ -2023ର ଲିଗ ମ୍ୟାଚ ନୂତନ ନିର୍ମିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ରାଉଲକେଲାରେ ଆରମ୍ଭ ହେବ. ଏହି ମ୍ୟାଚ ଭାରତ ବନାମ ସ୍ପେନ ମଧ୍ୟରେ ମୁକାବିଲା ହେବ. ତେଣୁକରି ବିଶ୍ୱ ହକି ରଥ ମାରାଥନ ଶୋଭାଯାତ୍ରା ଓଡିଶାର ପ୍ରତି ଜିଲ୍ଲାକୁ ଯାଇ ପ୍ରଚାର ପ୍ରସାର କରିବ. ତେଣୁକରି 2023ବିଶ୍ୱ ହକି ମହାକୁମ୍ଭକୁ ଜନାଦୃତ କରିବା ପାଇଁ ନୂଆପଡା ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତିକୁ ଜିଲ୍ଲାବାସୀ ଭୁୟସୀ ପ୍ରଶଂସା କରୁଛନ୍ତି.

Related posts

୯ବର୍ଷର ପୁତୁରା ଉପରେ ଅକଥନୀୟ ଅତ୍ୟାଚାର, ଦାଦା ଓ ଖୁଡ଼ିର ବର୍ବରତା

Odisha Halchal

ଭିଜିଲାନ୍ସ ଜାଲରେ ତହସିଲ କାର୍ଯ୍ୟାଲୟରେ କାର୍ଯ୍ୟରତ ଡିଇଓ

Odisha Halchal

ବଢ଼ିଲା ସୁନା ଓ ରୁପା ମୂଲ୍ୟ; ୧୦ ଗ୍ରାମ ପ୍ରତି କେତେ ହେଲା ଜାଣନ୍ତୁ ଦାମ

Odisha Halchal

Leave a Comment