ଓଡ଼ିଶା ଖବରନ୍ୟୁଜ୍

ରାସ୍ତା ଅବରୋଧ କରି ନ୍ୟାୟ ଦାବି କଲେ ପରିବାର ଓ ଗ୍ରାମବାସୀ

ରାସ୍ତା ଅବରୋଧ କରି ନ୍ୟାୟ ଦାବି କଲେ ପରିବାର ଓ ଗ୍ରାମବାସୀ

ଭବାନୀପାଟଣା:-କୋକସରା ବ୍ଲକ କାଶିବାହଲ ଗ୍ରାମର ପ୍ରଦୀପ କେତକି ଭବାନୀପାଟଣା ର ଜଣେ ଠିକାଦାର ରାଜେଶ ଠାକୁର ନିକଟରେ ମୁନସି ଭାବେ ତାଙ୍କ କାର୍ଯ୍ୟ ରେ ପାଷ୍ଟିକୁଡି ନିକଟରେ ଥିବା ଠିକାସଂସ୍ଥା ର କେମ୍ପ ରେ ଦୀର୍ଘ ୫ ମାସ ରୁ ଉର୍ଦ୍ଧ ହେବ ନିୟୋଜିତ ରହିଥିଲେ। ତେବେ ଗତକାଲି ସନ୍ଧ୍ୟାରେ ରହୁଥିବା କେମ୍ପ ରେ ନିଆଁ ରେ ପୋଡି ମୃତ୍ୟୁ ହୋଇଥିଲା।

ଏହି ଘଟଣା ପରେ ଖବର ପାଇ ପରିବାର ବର୍ଗ କୋକସରା ବ୍ଲକ କାଶିବାହଲ ରୁ ପାଷ୍ଟିକୁଡି ରେ ପହଞ୍ଚି ପ୍ରଦୀପ ଙ୍କ ମୃତ୍ୟୁ ନିଆଁ ରେ ପୋଡି ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଳି ଅଭିଯୋଗ କରିବା ସହ ଠିକାସଂସ୍ଥା ର ଇଂଚାର୍ଜ ଥିବା ପ୍ରତାପ ଜେନା ହିଁ ପ୍ରଦୀପ ଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି।ପୂର୍ବରୁ ମଧ୍ୟ ପ୍ରତାପ ଜେନା ହତ୍ୟା ଧମକ ଦେଇଥିଲେ ଓ ଗତକାଲି ସନ୍ଧ୍ୟାରେ ମୃତକ ପ୍ରଦୀପ ନିଜ ଝିଅ କୁ ଫୋନ କରି ତାଙ୍କୁ ନିର୍ଯ୍ୟାତନା ଦେଉଥିବା ନେଇ କହିଥିଲେ ଏହାର କିଛି ସମୟ ପରେ ନିଆଁ ରେ ପୋଡି ମୃତ୍ୟୁ ହୋଇଥିବା ନେଇ ଖବର ମିଳିଥିଲା।

ମୃତକ ଙ୍କ ପରିବାର ଠିକା କେମ୍ପ ରେ ପହଞ୍ଚିବା ବେଳକୁ।ପ୍ରଦୀପ ର ମୃତ୍ୟୁ ହୋଇ ସାରିଥିଲା। ସେଠାରେ ହତ୍ୟା ଅଭିଯୋଗ ମଧ୍ୟ କରିଥିଲେ ପରିବାର ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିଲା, ଆଜି ଭବାନୀପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ଶବ ଗାଁ ଆଣିବା ବାଟରେ କୋକସରା ଥାନା ଚିଲିଗୁଡା ନିକଟରେ ଶବ କୁ ଜାତୀୟ ରାଜପଥ ୨୬ ରେ ରଖି ହତ୍ୟା ଅଭିଯୁକ୍ତ କୁ ଗିରଫ ସହ କ୍ଷତିପୂରଣ ଦାବି ରେ ଅପରାହ୍ନ ୪ ଘଣ୍ଟା ରୁ ରାସ୍ତା ଅବରୋଧ କରି ବସିଛନ୍ତି, ଘଟଣାସ୍ଥଳରେ କୋକସରା ପୁଲିସ ପହଞ୍ଚି ମୃତକ ଙ୍କ ପରିଜନ ଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଜାତୀୟ ରାଜପଥ ଅବରୋଧ ଫଳରେ ଭବାନୀପାଟଣା ରୁ ଜୟପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Related posts

ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମୀରବାଈ ଚାନୁ

Odisha Halchal

SBIର ନୂଆ ଗାଇଡଲାଇନ୍ କୁ ନେଇ ବିବାଦ, ୩ ମାସରୁ ଉର୍ଦ୍ଧ୍ୱ ଗର୍ଭବତୀଙ୍କୁ ଅସ୍ଥାୟୀ ଭାବେ ଅନଫିଟ୍ ଘୋଷଣା କରି ଅଡୁଆରେ ଷ୍ଟେଟ୍ ବ୍ୟାଙ୍କ

Odisha Halchal

ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’

Odisha Halchal

Leave a Comment