ଓଡ଼ିଶା ଖବରନ୍ୟୁଜ୍

” ଜଙ୍ଗଲ ସୁରକ୍ଷା ଓ ପରିଚାଳନା” ବିଷୟ ଉପରେ ଆଲୋଚନା

ଜଙ୍ଗଲ ସୁରକ୍ଷା ଓ ପରିଚାଳନା ବିଷୟ ଉପରେ ଆଲୋଚନା

ବୌଦ୍ଧ :-ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଆଜି ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରାଯିବା ସହ” ଜଙ୍ଗଲ ସୁରକ୍ଷା ଓ ପରିଚାଳନା” ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ପ୍ରଥମରେ ନୂତନ ଛାତ୍ର ଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଲଗାଇ ଶେଷ ବର୍ଷ ଛାତ୍ରୀ ମାନେ ସ୍ଵାଗତ କରିଥିଲେ ଏବଂ ପରିଚୟ ପର୍ବ କରାଯାଇଥିଲା l

ତାପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ତଥା ଆଲୋଚକ ଭାବରେ ବୌଦ୍ଧ ବନ ଖଣ୍ଡ ଅଧିକାରୀ ଦେବପ୍ରିୟ କlମ୍ପ ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ତାର ପରିଚାଳନା ଉପରେ ପାୱାର ପଏଣ୍ଟ ମାଧ୍ୟମରେ ବହୁ ତଥ୍ଯ ପ୍ରଦାନ କରିବା ସହ ବିସ୍ତ୍ରୁତ ଭାବରେ ଆଲୋଚନା କରିଥିଲେ l ବୌଦ୍ଧ ର ଜଙ୍ଗଲ ସୁରକ୍ଷା ରେ ଉଦ୍ଭିଦ ବିଜ୍ଞାନ ଛାତ୍ର ମାନଙ୍କର ସହଯୋଗ କାମନା କରିଥିଲେ l ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ଵ ରେ ଅୟୋଜିତ ଏହି ସଭାରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ପ୍ରବିର କୁମାର ଦାସ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ “ଜଙ୍ଗଲ ଆମ ଜୀବନ” ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ l

ମହାବିଦ୍ୟାଳୟ ପରିସରରେ ସ୍ରୁଷ୍ଟି କରାଯାଇଥିବା ଛୋଟ ଜଙ୍ଗଲ ଏବଂ ଔଷଧ ଉଦ୍ୟାନ ଉପରେ ବିବରଣୀ ପ୍ରଦାନ କରିଥିଲେ l ଅଧ୍ୟାପିକା ଗୀତାଞ୍ଜଳି ମହାପାତ୍ର, ରୋଶନ ମହାପାତ୍ର, ଶାନ୍ତନୁ ପଢ଼ିହାରୀ ଏଥିରେ ଯୋଗଦେଇ ନବାଗତ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ l ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଶ୍ରେଷ୍ଠ ନବାଗତ ଛାତ୍ର ଭାବରେ ଏବଂ ଶ୍ରେଷ୍ଠ ନବାଗତ ଛାତ୍ରୀ ଭାବରେ ପ୍ରଜ୍ଞା ପ୍ରଯୋଜିତl ମିଶ୍ର ଙ୍କୁ ପୁରସ୍କୃତ କରାଯାଇଥିଲା l ଅଧ୍ୟାପିକା ଅମ୍ରିତା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଡେମୋନଷ୍ଟ୍ରେ ମୋନାଲିସା ଆତ୍ମଦର୍ଶିନୀ , ଛାତ୍ର ସୌରଭ ପ୍ରଧାନ , ପାର୍ଥ ସାରଥି ମିଶ୍ର, ତନୁସl ମହାକୁଡ଼ ଏଥିରେ ବହୁ ସହଯୋଗ କରିଥିଲେ l

Related posts

କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

Odisha Halchal

ଶିକାରୀ ଗୁଳିରେ ବନ କର୍ମଚାରୀ ଘାଇଲା

Odisha Halchal

କପିଳାସ କାଇମାଟିରେ ଦୁର୍ଘଟଣା: ପୋଲ ତଳକୁ ଖସିଲା ବାଇକ, ଦୁଇ ମୃତ

Odisha Halchal

Leave a Comment