ଓଡ଼ିଶା ଖବରଖେଳଦେଶ ବିଦେଶନ୍ୟୁଜ୍

ଆଇପିଏଲ୍‌: ଅହମଦାବାଦ୍‌ରେ ହେବ ଫାଇନାଲ ମ୍ୟାଚ୍‌! ଦୁଇ ପ୍ଲେଅଫ୍ ମୁକାବିଲା ନେଇ ଦ୍ୱନ୍ଦ୍ୱ ଜାରି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆପିଏଲ୍‌) ୨୦୨୨ ଟୁର୍ଣ୍ଣାମେଣ୍ଟ ଜାରି ରହିଛି । ଏପର୍ଯ୍ୟନ୍ତ ୨୫ଟି ମ୍ୟାଚ ଖେଳା ସରିଛି । ଚଳିତ ସଂସ୍କରଣ ଫାଇନାଲ ମ୍ୟାଚ୍ ଆସନ୍ତା ମେ’ ମାସ ୨୯ ତାରିଖରେ ଖେଳାଯିବ । ଫାଇନାଲ ମ୍ୟାଚ୍ ଓ କ୍ୱାଲିଫାୟର-୨ ମୁକାବିଲା ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜନ ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୋଲକାତାର ଇଡେନ ଗାର୍ଡେନରେ କ୍ୱାଲିଫାୟର-୧ ଓ ଏଲିମିନେଟର ମୁକାବିଲା ଆୟୋଜନ ହୋଇପାରେ ।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଅହମଦାବାଦ ଫାଇନାଲ ମ୍ୟାଚ ଓ କ୍ୱାଲିଫାୟର-୨ର ଆୟୋଜନ କରିବ, କିନ୍ତୁ ବିସିସିଆଇ ଏପର୍ଯ୍ୟନ୍ତ ଲଖନଉ ଓ କୋଲକାତା ଉପରେ ନିଷ୍ପତ୍ତି ନେଇନାହିଁ । କିଛି ସଦସ୍ୟ କୋଲକାତା ସପକ୍ଷରେ ଥିବା ବେଳେ ଅନ୍ୟମାନେ ଲଖନଉ ଆଡ଼କୁ ମୁହଁ ବୁଲାଉଛନ୍ତି । ବର୍ତ୍ତମାନର ସ୍ଥିତି ଅନୁସାରେ କୋଲକାତରେ ୨ଟି ମ୍ୟାଚର ଆୟୋଜନ ହୋଇପାରେ ।

ପୂର୍ବରୁ ଖବର ଆସୁଥିଲା ଯେ, ଲଖନଉ କିଛି ନକଆଉଟ ମୁକାବିଲାର ଆୟୋଜନ କରିପାରେ । ସହରର ଟିମ ଲଖନଉ ସୁପର ଜ୍ୟାଣ୍ଟ ମଧ୍ୟ ଆଇପିଏଲ୍‌ରେ ଅଂଶଗ୍ରହଣ କରିଛି । କିନ୍ତୁ ବିସିସିଆଇ ସୁତ୍ର ଅନୁସାରେ ଯଦିଓ ଏଭଳି ପ୍ରସ୍ତାବ ରଖାଯାଇଛି, ତଥାପି କୋଲକାତା ଓ ଅହମଦାବାଦ ମ୍ୟାଚର ଆୟୋଜନ କରିପାରେ ।

Related posts

ଜାତୀୟ ସେବା ଯୋଜନାର ଶୀତ କାଳୀନ ସ୍ଵତଂନ୍ତ୍ର ଶିବିର

Odisha Halchal

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା

Odisha Halchal

ଦୁଇଟି ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର

Odisha Halchal

Leave a Comment