ନ୍ୟୁଜ୍

ରାଜଧାନୀରେ ଆତଙ୍କ ଖେଳାଇ ରଖିଥିବା କେବିଏନ୍ ଗ୍ୟାଙ୍ଗର ମୁଖ୍ୟ ‘ବୁବୁ’ ଗିରଫ

ରାଜଧାନୀରେ ଆତଙ୍କ ଖେଳାଇ ରଖିଥିବା କେବିଏନ୍ ଗ୍ୟାଙ୍ଗର ମୁଖ୍ୟ ‘ବୁବୁ’ ଗିରଫ

ରାଜଧାନୀରେ କିଛି ଦିନ ତଳେ ଆତଙ୍କ ଖେଳାଇ ରଖିଥିବା କେବିଏନ୍ ଗ୍ୟାଙ୍ଗର ମୁଖ୍ୟ ଦେବୀପ୍ରସାଦ ଜେନା ଓରଫ୍ ବୁବୁକୁ ଗିରଫ କରିଛି କମିଶନରେଟ୍ ପୋଲିସ୍ ।

ଦୀର୍ଘ ୩ ମାସ ପରେ ପୋଲିସ୍ ହାତରେ ଧରାପଡିଛି ବୁବୁ । ବୁବୁ ନାମରେ ରାଜଧାନୀର ବିଭିନ୍ନ ଥାନାରେ ୧୪ ଟି ମାମଲା ରହିଥିବା ବେଳେ ଦୀର୍ଘ ଦିନରୁ ପୋଲିସ୍ କୁ ଚକମା ଦେଇ ଘୁରିବୁଲୁଥିଲା ଏହି କୁଖ୍ୟାତ ଅପରାଧୀ ।

ଆଜି ବୁବୁକୁ ଗିରଫ କରାଯାଇଥିବା ବେଳେ ଏମାନଙ୍କ ନେଟୱାର୍କରେ ଥିବା ଅନ୍ୟ ମାନଙ୍କ ପତ୍ତା ଲଗାଇବା ପାଇଁ ବୁବୁକୁ ୭ ଦିନଆ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ୍ ।

ଏହି ମାମଲାରେ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଦଳ ଦଳ ହୋଇ ରାସ୍ତାରେ ଘୁରି ବୁଲିବା, ଭିନ୍ନ ଭିନ୍ନ ବିପଦଜନ୍‌ନକ ଷ୍ଟଣ୍ଟ ଦେଖାଇବା, ଖଣ୍ଡା, ବନ୍ଧୁକ ଆଜି ଚଳାଉଥିବାର ଛାତିଥରା ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରି ଚର୍ଚ୍ଚାକୁ ଆସିଥିଲା କେବିଏନ୍ ଗ୍ୟାଙ୍ଗ ।

ପୋଲିସ୍ ଠାରୁ ମିଳିଥିବା ସୂଚନା ଅନୂସାରେ ଡେଲ୍‌ଟା ଛକ ନିକଟରେ ଖଟି କରୁଥିବା ବେଳେ ନୟାପଲ୍ଲୀ ପୁଲିସ ତାକୁ ବୁବୁକୁ ଗିରଫ କରିଛି । ପୁଲିସ୍ ଭ୍ୟାନ୍ ଦେଖି ବୁବୁ ଦୌଡ଼ିଥିଲେ ହେଁ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ପିଓପିଡି ଟିମ୍ ତାକୁ କାବୁ କରିନେଇଥିଲା ।

Related posts

ଶିକ୍ଷା ସଚେତନତା ରଥ ଶୁଭାରମ୍ଭ

Odisha Halchal

ସୂର୍ଯ୍ୟୋପରାଗ ସମାପ୍ତ ହେବାର ତୁରନ୍ତ ପରେ ଏହି କାମ ନିଶ୍ଚୟ କରନ୍ତୁ

Odisha Halchal

ଅଭିନବ ଢଙ୍ଗରେ ଗଞ୍ଜେଇ କାରବାର

Odisha Halchal

Leave a Comment