ଅପରାଧଓଡ଼ିଶା ଖବରନ୍ୟୁଜ୍

ପିଡିଏସ ଚାଉଳ ବଣ୍ଟନର ପୁଣି କଲେଙ୍କାରୀ ଅଧ୍ୟାୟ

ପିଡିଏସ ଚାଉଳ ବଣ୍ଟନର ପୁଣି କଲେଙ୍କାରୀ ଅଧ୍ୟାୟ

ନୂଆପଡା:-(ରିପୋର୍ଟ :- ଚେତୁରାମ ପ୍ରଧାନୀ) ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତାର କଲେଙ୍କାରୀ. କେତେବେଳେ ସିନାପାଲି ତ କେତେବେଳେ ବୋଡେ଼ନ ଆଉ କେତେବେଳେ କୋମନା ବ୍ଲକରେ ଦେଖିବାକୁ ମିଳୁଛି. ଆଉ ଏକ ଦୁର୍ନୀତିର ଅଧ୍ୟାୟ ଯୋଡି ହୋଇଛି ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ରଜନା ଗ୍ରାମପଂଚାୟତ ସ୍ଥିତ ମାଠିଆପଦର ଗ୍ରାମରେ

ଆଜକୁ ଛଅ ମାସ ହେବ ମାଠିଆପଦର ଗ୍ରାମର ବିପିଏଲ ଗରିବ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି. ତେଣୁକରି ଗ୍ରାମବାସୀବୃନ୍ଦ ଓ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଘାସିରାମ ମାଝୀ ଓ ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବାଗଙ୍କ ନେତୃତ୍ୱରେ ଶହ ଶହ ଗରିବ, ଖଟିଖିଆ, ମୁଲିଆ ଜିଲ୍ଲପାଳ କାର୍ଯ୍ୟାଳୟ ନୂଆପଡାକୁ ଘେରାଉ କରିଥିଲେ ଓ ତାଙ୍କର ଅଭିଯୋଗ ପ୍ରଦାନ କରିଥିଲେ.

ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ରଜନା ଗ୍ରାମପଞ୍ଚାୟତ ପରିଦର୍ଶନ କରିଥିଲେ. ସେହି ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋମନା ଶ୍ରୀଯୁକ୍ତ ସୁଶାନ୍ତ ରଣା ଲୋକମାନକୁ ଚାଉଳ ମିଳିବ ବୋଲି ବୁଝାଇଥିଲେ ଓ ଆଶ୍ୱାସନା ଦେଇଥିଲେ.2013 ମସିହାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଫଳରେ ରାଜ୍ୟର ବିପିଏଲ ଗରିବ, ମୂଳିଆ, ଖଟିଖିଆ ମାନଙ୍କୁ ମାଗଣା ଚାଉଳ ଦେବା ବ୍ୟବସ୍ଥା ରହିଛି

କିନ୍ତୁ ସରକାରୀ ଅଧିକାରୀ, କର୍ମଚାରୀମାନଙ୍କ ଉଦାସୀନତା ଓ ବେପରୁଆ ମନୋଭାବ ଯୋଗୁଁ ଗରିବ ଲୋକମାନେ ସେହି ସୁବିଧାରୁ ବଞ୍ଚିତ ହେଉଛନ୍ତି. ତେଣୁ ଜନ ସାଧାରଣମାନଙ୍କ ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ସେମାନଂକୁ ସଠିକ ସମୟରେ ଚାଉଳ ମିଳିବା ଦରକାର. ଆଗାମୀ ଦିନରେ ଯଦି ଏଭଳି ଘଟଣା ଦେଖିବାକୁ ମିଳେ ତେବେ ରାଜରାସ୍ତା ଅବରୋଧ ସହ ଅଫିସକୁ ତାଲା ମରାଯିବ ବୋଲି ଗ୍ରାମବାସୀବୃନ୍ଦ ପ୍ରକାଶ କରିଛନ୍ତି.।

Related posts

ଫାଇନାଲରେ ଶ୍ରୀହରି, ସ୍ୱର୍ଣ୍ଣ ପଦକ ଆଶା

Odisha Halchal

ପୁଣି ଅଶାନ୍ତ ରାଜଧାନୀ: ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଛୁରାମାଡ

Odisha Halchal

2023 ବିଶ୍ୱ ହକି ମହାକୁମ୍ଭ କୁ ଜନାଦୃତ କରିବା ନିମନ୍ତେ ଜିଲ୍ଳା ପ୍ରଶାସନ ର ବ୍ୟାପକ ପ୍ରସ୍ତୁତି

Odisha Halchal

Leave a Comment